ହେଡଲାଇନସ୍:

ଶୀତରାତ୍ରିରେ ରାସ୍ତାକଡ଼ର ଅସହାୟଙ୍କୁ କମ୍ବଳ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଗତ ଶୁକ୍ରବାର ଦିନ ପ୍ରଚଣ୍ଡ  ଶୀତ ରାତିରେ  ରାସ୍ତାକଡରେ ଦୟନୀୟ ଭାବେ ଚଳୁଥିବା ଗୃହହୀନ ଲୋକଙ୍କୁ ପ୍ରାୟ ପଚାଶରୁ ଅଧିକ କମ୍ବଳ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଉକ୍ତ କାର୍ୟ୍ୟକ୍ରମରେ ମଧୁସୂଦନ ଇନଷ୍ଟିଚ୍ୟୁଟ୍ ଅଫ୍ କୋଅପରେଟିଭ୍ ମ୍ୟାନେଜମେଣ୍ଟ ର ଛାତ୍ର ଛାତ୍ରୀ, ଆରୋହୀ ସଂସ୍ଥା ତରଫରୁ ସିଲୁ ଭାଇ, ଶୁଚି ଗୁପ୍ତା, ଆରାଧ୍ୟ ଚାରିଟେବୁଲ୍ ଟ୍ରଷ୍ଟର ପରିଚାଳିକା ସାଗରୀକା ଶତପଥି,  ଅରୁଣ ପ୍ରସାଦ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ଭୂବନେଶ୍ବର ରାମ ମନ୍ଦିର ନିକଟରେ ଥିବା ବୃଦ୍ଧ/ବୃଦ୍ଧା,ଗୃହହୀନ,ଦିବ୍ୟାଙ୍ଗ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଭବିଷ୍ୟତରେ ଅଧିକ ସଂଖ୍ୟକ କମ୍ବଳ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି  ।

0
0
0
s2sdefault