ହେଡଲାଇନସ୍:

ବାର୍ଷିକ ଖଣି ସୁରକ୍ଷା ସପ୍ତାହ ୨୦୧୮ ପାଳନ ଅବସରରେ ଟାଟାଷ୍ଟିଲକୁ ୫୦ଟି ପୁରସ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡା/ବଡ଼ବିଲ(ଚିତ୍ତରଞ୍ଜନ କର): ୫୬ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ୨୦୧୮ ପାଳନ ଅବସରରେ ଟାଟାଷ୍ଟିଲ ଲୌହ ଓ ମାଙ୍ଗାନିଜ୍ ଖଣିକୁ ବିଭିନ୍ନ ବିଭାଗରେ ଯଥାକ୍ରମେ ୩୬ ଓ ୧୪ଟି ପୁରସ୍କାରରେ ସମ୍ମାନୀତ କରାଯାଇଛି । ଯୋଡ଼ା ଇଷ୍ଟ ଲୌହ ଖଣିକୁ ମୋଟ ୮ଟି ପୁରସ୍କାର ମିଳିଥିବା ବେଳେ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍ ଖଣିକୁ ମୋଟ ୧୧ଟିି ପୁରସ୍କାର ମିଳିଛି  । ସେହିପରି ନୂଆମୁଣ୍ଡି ଲୌହଖଣିକୁ ୮ଟି ପୁରସ୍କାର ଓ କାଟାମାଟି ଲୌହଖଣିକୁ ୯ଟି ପୁରସ୍କାର ମିଳିଛି । ଯୋଡ଼ା ୱଏଷ୍ଟ ମାଙ୍ଗାନିଜ ଖଣିକୁ ୫ଟି ପୁରସ୍କାର ମିଳିଥିବା ବେଳେ ବାମେବାରୀ,ମାଲଦା ଓ ତିରିଙ୍ଗ ପହାର ମାଙ୍ଗାନିଜ ଖଣିକୁ ଯଥାକ୍ରମେ ୪,୧ ଓ ୪ ଟି ଲେଖାଏଁ ପୁରସ୍କାର ମିଳିଛି । ବିଭିନ୍ନବର୍ଗ ଯଥା ସାଧାରଣ କାର୍ଯ୍ୟ,ସର୍ଭେ ଏବଂ ବୈଜ୍ଞାନିକ ଅନୁଧ୍ୟାନ,ନିରାପଦ ବିସ୍ଫୋରକ କାର୍ଯ୍ୟକ୍ରମ,ପ୍ଲାଣ୍ଟ ଏବଂ ଯନ୍ତ୍ରପାତିର ଉପଯୁକ୍ତ ରକ୍ଷଣାବେକ୍ଷଣ, କର୍ମଶାଳାର ସୁବିଧା,ସ୍ୱଚ୍ଛ ଖଣି ସର୍ବେକ୍ଷଣ,ପ୍ରଚାର ଓ ପ୍ରସାର,ସୁରକ୍ଷା ପ୍ରବନ୍ଧନ ଯୋଜନା ଏବଂ ବୈଦ୍ୟୁତିକ ସୁରକ୍ଷା ଆଦି ବିଭାଗରେ ଏହି ସବୁ ପୁରସ୍କାର ମିଳିଥିଲା  । ଏହି ଅବସରରେ ଟାଟାଷ୍ଟିଲର ଓ଼ଏମକ୍ୟୁ ମହାପ୍ରବନ୍ଧକ ମନିଷ ମିଶ୍ର,ଏଫଏଏମଡି ମହାପ୍ରବନ୍ଧକ  ଆର.ଆର.ଶତପଥୀ,ଖଣ୍ଡବନ୍ଧ ଚିଫ୍ ଶିରିସ ଶେଖର ଏବଂ ସମସ୍ତ ଖଣିର ପରିଚାଳନା ମୁଖ୍ୟ ମାନେ ଉପସ୍ଥିତ ଥିଲେ  । ଖଣି କର୍ମଚାରୀଙ୍କ ମଧ୍ୟରେ ନିରାପଦ ଖନନ ଓ କାର୍ଯ୍ୟସ୍ଥଳୀରେ ସୁରକ୍ଷାବାର୍ତ୍ତାର ପ୍ରଚାର ପାଇଁ ଭାରତ ସରକାରଙ୍କ ଶ୍ରମ ଓ କର୍ମଚାରୀ ମନ୍ତ୍ରଣାଳୟ  ଖଣି ସୁରକ୍ଷା ନିର୍ଦ୍ଦେଶାଳୟ  (ଡିଜିଏମ୍ଏସ୍) ଚାଇଁବସା କ୍ଷେତ୍ର ସମସ୍ତ ଖଣି ପକ୍ଷରୁ ଖଣିମାଲିକ ଓ କର୍ମଚାରୀଙ୍କୁ ନେଇ ନିରାପଦ କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ଆଣିବା ସହିତ ବିଭିନ୍ନ ଖଣି ସହ ଖଣି ଶିଳ୍ପରେ ଦୁର୍ଘଟଣା କମ୍ କରିବା ଲକ୍ଷ୍ୟରେ  ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ କରାଯାଇଥାଏ । 

0
0
0
s2sdefault