ହେଡଲାଇନସ୍:

ମଧୁପୁର ଗାଁରେ ହାତୀ ଉପଦ୍ରବ :ଘର ଭାଙ୍ଗିଲେ,ଚାଉଳ ଖାଇଲେ: ଦୁଇ ପରିବାର ବାହାରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ

ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଳ ରେଞ୍ଜ ହାତୀ ଉପଦ୍ରବ ପାଇଁ ବହୁଚର୍ଚିତ ରହିଆସିଛି l କାଲି ରାତିରେ ଏହି ରେଞ୍ଜରେ ମଧୁପୁର ଗାଁରେ ହାତୀମାନେ ଉତ୍ପାତ କରିଛନ୍ତି l ଏହାଦ୍ୱାରା ଦୁଇଟି ପରିବାର ବାସହରା ହେବା ସହ ଶୀତ କାକର ରେ ରାତିସାରା ଖୋଲାଆକାଶ ତଲେ ଉଜାଗର ରହିଥିବା ଜଣାପଡ଼ିଛି lଗ୍ରାମବାସୀ ଏହାଦ୍ୱାରା ଭୟରେ ରହିଛନ୍ତି lରାତି ପ୍ରାୟ 12 ଟା ରେ ପାର୍ଥ ପ୍ରଧାନ ଓ ଇଶ୍ୱର ପ୍ରଧାନ ଙ୍କ ଘର କାନ୍ଥ ଭାଙ୍ଗିଥିଲା ଏକ ଦନ୍ତା ହାତୀ l ହାତୀ ଗର୍ଜନ ରେ ପରିବାର ପ୍ରାଣ ବିକଳରେ ପଳେଇ ଥିବା ବେଳେ ଘରେ ଥିବା ଧାନ ଚାଉଳ ନଷ୍ଟ ହୋଇଛି l

0
0
0
s2sdefault