ହେଡଲାଇନସ୍:

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ,ଜଣେ ମୃତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ

ରାଞ୍ଚି ବିଜୟଓ୍ୱାଡ଼ା ରାସ୍ତାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ତେରେବେଡ଼ା ଠାରେ ଆଜି ସଂନ୍ଧ୍ୟାରେ 2 ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଜଣେ ବାଇକ ଆରୋହି ଙ୍କ ମୃତ୍ୟୁ ହୋଇଛି l ମୃତ କ ଜଣକ ହେଲେ ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚାୟତ ର ମହତପୁର ଗ୍ରାମର ବିରେନ ନାୟକ(40) ମୃତ ବ୍ୟକ୍ତି ଜଣକ ନାକ୍ଟିଦେଉଳ ରୁ ରେଢ଼ାଖୋଲ ଅଭିମୁଖେ ଆସୁଥିବାବେଳେ ତେରେବେଡ଼ା ଗ୍ରାମ ନିକଟରେ ଅନ୍ୟ ଏକ ବାଇକ ସହିତ ଧକ୍କା ହୋଇଥିଲା l ଫଳରେ ମୃତକ ଜଣକ ଗୁରୁତର ଅବସ୍ଥାରେ ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନା କୁ ଅଣା ଯାଇଥିଲା ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଅନ୍ୟ ବାଇକ ଆରୋହି ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି l

0
0
0
s2sdefault