ହେଡଲାଇନସ୍:

"ତିତିଲି ଉଜାଡି ଦେଇଥିଲା, ଏବେ ଦାଉ ସାଧୁଛି ପ୍ରଶାସନ !!" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆରଆଇ-ଗ୍ରାମସେବକଙ୍କ  ଉପରଠାଆରିଆ ଆକଳନ ସାଜିଛି ଚାଷୀକୁଳ ପାଇଁ କାଳ 

ଗୁଣୁପୁର/ ସିଦ୍ଧାର୍ଥ ଦାଶ :  ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଠାରେ ବିଶ୍ବମାନବିକ ଅଧିକାର ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ଏବଂ ଲୋକ ଚେତନା ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା  ସହସ୍ରାଧିକ ମହିଳା ଓ ପୁରୁଷଙ୍କୁ ନେଇ ଗୁଣପୁର ଜଗନ୍ନାଥ ମନ୍ଦିର ଠାରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା ।  

ଗତ ଅକ୍ଟୋବର ମାସ ରେ ହୋଇଥିବା ସାମୁଦ୍ରିକ ଝଡ଼ ତିତିଲି ପ୍ରଭାବରେ ଗରିବ ଆଦିବାସୀ , ଦଳିତ ଓ ନିଷ୍ପେସିତ ତଥା ଚାଷୀ ବର୍ଗ ଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ପାଇନଥିବା କପା ଚାଷି , ଧାନ ଚାଷି , ପରିବା ଚାଷି ଓ କାଜୁ ବଗିଚା ଉପରେ ନିର୍ଭର କରି ଚଳି ଆସୁଥିବା ପରିବାର ବର୍ଗ ଆଜି ରାଜ ରାସ୍ତାକୁ ଓଲ୍ହାଇଛନ୍ତି ।

ନିକଟରେ ଆନ୍ଧ୍ର ସରକାର ତିତିଲି ପ୍ରଭାବିତ ଅଞ୍ଚଳ ବାସୀଙ୍କ ପାଈଁ ବିଭିନ୍ନ ଆପାତକାଳୀନ ସୁବିଧା ସହ ଭବିଷ୍ୟତ ସୁବିଧା କରିଥିଲେ ମଧ୍ୟ ଓଡିଶା ସରକାରଙ୍କ ପକ୍ଷରୁ ସେଭଳି କୌଣସି ସୁବିଧା ସୁଯୋଗ ମିଳି ପାରିନଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସମସ୍ୟା କୁ ନେଇ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପରିଲକ୍ଷିତ ହେଉନଥିବା ବର୍ତ୍ତମାନ ସୁଦ୍ଧା ବ୍ୟକ୍ତିଗତ କ୍ଷୟ କ୍ଷତି ର ଆକଳନ ହୋଇପାରିନଥିବା ଚାଷୀକୂଳ କହିଛନ୍ତି ।

ଗୁଣପୁର ଉପଖଣ୍ଡ ଅଧିନସ୍ଥ କେତେକ ପଞ୍ଚାୟତ ରେ ତିତିଲି ର କ୍ଷୟକ୍ଷତି ଆକଳନ ନିମନ୍ତେ ପଞ୍ଚାୟତ ଗ୍ରାମସେବକ ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ, ସେହି ଗ୍ରାମର କେତେକ ମୁଷ୍ଟିମେୟ ବ୍ୟକ୍ତି ଗ୍ରାମ ସେବକଙ୍କ ଜରିଆରେ ଏହାର ଆକଳନ ରେ ହେରଫେର କରାଇ ଭୁଲ ତଥ୍ୟ ଦେଇ ଚାଷୀକୁଳକୁ ହଇରାଣ ହରକତ କରୁଥିବା ଅଭିଯୋଗ କରିଛନ୍ତି । ରାଜସ୍ୱ ନିରୀକ୍ଷକ ମାନଙ୍କ ମନମୁଖୀ ଏବଂ ଏକ ତରଫା ଚିହ୍ନଟି କରଣକୁ ଦୃଢ ପ୍ରତିବାଦ କରି ଶୋଭାଯାତ୍ରା ରେ ନାରା ଦିଆଯାଇଛି ।

ଏହାର ତଦନ୍ତ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଗୁଣପୁର ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଘେରିବା ସହ ଟାୟାର ଜାଳି ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ପୁର୍ବରୁ ଚାଷୀ କୂଳ କରିଥିବା ଦାବି ସମୂହ ମଧ୍ୟରୁ ଜଙ୍ଗଲ ଜମି ର ପଟ୍ଟା ସଠିକ ବ୍ୟକ୍ତି ଙ୍କୁ ମିଳିପାରିନଥିବା , କେଉଁ ସ୍ଥର ରେ ଆଦିବାସୀ ଓ ଚାଷୀ ଙ୍କ ଜମିପଟ୍ଟା ପଡ଼ିରହିଛି ତାହା ଚାଷୀଙ୍କୁ ଜଣା କରାଯାଉନଥିବା ଏବଂ ଘର ଜମି ପଟ୍ଟା ସହ ପାଇବାକୁ ଥିବା ହକ୍କ୍ ଜମିପଟ୍ଟା ମଧ୍ୟ ଦିଆଯାଇନଥିବା ନେଇ ସଂଗଠନ ପକ୍ଷରୁ କୁହାଯାଇଛି ।

ଏକ ୧୩ ଦଫା ଦାବି ନେଇ ଗୁଣପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ଜିଲ୍ଲା ଆବାହକ ଶ୍ରୀ ପ୍ରଦୀପ ଦାଶ ଏବଂ ଲୋକଚେତନା ସଂଗଠନ ଗୁଣପୁର ସଭାପତି ଶ୍ରୀ ଜାମେଶ ଶବର ଙ୍କ ନେତୃତ୍ୱ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ସମୂହ ମଧ୍ୟରେ ତିତିଲି କ୍ଷୟକ୍ଷତି ସମସ୍ତ ପରିବାର ବର୍ଗ ଙ୍କୁ ତୁରନ୍ତ ସହାୟତା ଯୋଗାଇଦିଆଯିବ , ହେକ୍ଟର ପିଛା ଧାନ ଚାଷୀ ଙ୍କୁ ୨୦,୦୦୦ /- ଟଙ୍କା କପା ଓ ପରିବା ଚାଷୀ ଙ୍କୁ ୩୦,୦୦୦/- ଟଙ୍କା ଏବଂ କାଜୁ ଚାଷୀ ଙ୍କୁ ୫୦,୦୦୦/- ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବା , ଦୀର୍ଘଦିନ ଧରି ରହିଥିବା ଭୋଗ ଦଖଲ କାରି ଙ୍କୁ ତୁରନ୍ତ ଗୃହ ଓ ଜମି ପଟ୍ଟା ପ୍ରଦାନ କରିବା , ମନରେଗା ଯୋଜନା ରେ କାର୍ଯ୍ୟରତ ଶ୍ରମିକ ଙ୍କୁ ବ୍ୟକ୍ତିଗତ ନାମରେ ଅର୍ଥ ପ୍ରଦାନ କରିବା , ଜଙ୍ଗଲ ଅଧିକାର କମିଟି ବୈଠକ ର ତାରିଖ ଓ ସ୍ଥାନ ସର୍ବସାଧାରଣ ରେ ପ୍ରକାଶ କରିବା , ଗୁଣପୁର ସହର ରେ ତୁରନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା , କ୍ଷତିଗ୍ରସ୍ତ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ ପ୍ରଦାନ କରାଯିବା , ଜିଲ୍ଲା ରେ କାର୍ଯ୍ୟରତ ୫ ବର୍ଷ ରୁ ଅଧିକ କର୍ମଚାରୀ ଙ୍କୁ ସେହି ସ୍ଥାନରୁ ଅନ୍ୟତ୍ର ବଦଳି କରିବା ଭଳି ଦାବି ସମୂହ ରହିଅଛି ।

ଦାବି ପୁରଣ ଦିଗରେ ଅବହେଳା ପ୍ରଦର୍ଶନ କରାଗଲେ ଆଗାମୀ ନିର୍ବାଚନ ପୁର୍ବରୁ ନ୍ୟାର୍ଯ୍ୟ ଦାବି ପାଈଁ ଏକ ଵିଧିବଦ୍ଧ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ , ଲୋକ ଚେତନା ସଂଗଠନ ଏବଂ ରାୟଗଡ଼ା ଓ ଓଡିଶା ଜଙ୍ଗଲ ଅଧିକାର ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

 

0
0
0
s2sdefault