ହେଡଲାଇନସ୍:

କାନ୍ତକବି ହେଉଛନ୍ତି କାଳଜୟୀ ପୁରୁଷ: ବାଇପାସ୍ ଛକକୁ କାନ୍ତକବି ଗୋଲେଇ ନାମିତ କରା ନ ଗଲେ ଆନ୍ଦୋଳନ ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ): କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡିଆ ଜାତିର ଗର୍ବ । ତାଙ୍କ କାଳଜୟୀ କଲମ ମୁନରୁ ଯେଉଁ ସବୁ ସାହିତ୍ୟର ଲାଭା ସୃଷ୍ଟି ହୋଇଛି ତାହା ଆଜିର ସାହିତ୍ୟ ସମାଜ ପାଇଁ ଏକ ଯୁଗାନ୍ତ ପ୍ରେରଣା । ଦେଶପ୍ରେମର ବାଣୀ କବିତାରେ ପରିସ୍ଫୁଟନ କରି କାନ୍ତକବି ଯେଉଁ ଅନବଦ୍ୟ ଉପହାର ସମଗ୍ର ଦେଶବାସୀଙ୍କୁ ଦେଇଛନ୍ତି ସେହି ଉପହାର ‘ବନେ୍ଦ ଉକ୍ରଳ ଜନନୀ’ ଆଜି ସମଗ୍ର ଓଡିଆ ଜାତିର ପ୍ରାଣରେ ଅଫୁରନ୍ତ ପୁଲକ ସୃଷ୍ଟି କରୁଛି ବୋଲି ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୧ତମ ଜୟନ୍ତୀ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ଓ ଉକ୍ରଳ ସମ୍ମିଳନୀ ଜିଲ୍ଲା ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ବାଇପାସ ଛକ ଠାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଏକ ପଥପ୍ରାନ୍ତ ସଭା ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । ଉପସ୍ଥିତ ଅତିଥିମାନେ କାନ୍ତିକବିଙ୍କ ସାହିତ୍ୟ, ରାଜନୀତି, ଦେଶପ୍ରେମର ଗୁଣଗାନ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷତା କରୁଥିବା ଶ୍ରୀ ନାୟକ ବାଇପାସ ଛକରେ କାନ୍ତକବିଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସାଙ୍ଗକୁ ଏହି ଛକକୁ କାନ୍ତକବି ଗୋଲେଇ ଏବଂ ବାଇପାସ୍ ଛକରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାକୁ କାନ୍ତକବି ମାର୍ଗ ନାମରେ ନାମିତ କରାଯିବାକୁ ଦାବୀ ଉପସ୍ଥାପନ କରିଥିଲେ । କୌଣସି ପରିସ୍ଥିତିରେ ଦାବୀରୁ ଓହରିଯିବା ସମ୍ଭବ ନୁହେଁ । ଆବଶ୍ୟକ ପଡିଲେ ଏଥିଲାଗି ସମୂହ ଆନେ୍ଦାଳନ କରିବାକୁ ପଛଘୁଞ୍ଚା ଦିଆଯିବ ନାହିଁ । ଜିଲ୍ଲାର ସବୁ ନେତୃମଣ୍ଡଳୀ, ବୁଦ୍ଧିଜୀବୀ, ସାଧାରଣ ଜନତା ଏହା ପାଇଁ ସରକାରଙ୍କ ଠାରେ ଦାବୀ କରିବାକୁ ଶ୍ରୀ ନାୟକ ଅନୁରୋଧ କରିଥିଲେ । ଏହି ସଭାରେ ଉକ୍ରଳ ସମ୍ମିଳନୀର ଜିଲ୍ଲା ସଭାପତି ଝରଣା ପଟ୍ଟନାୟକ, ଡ. ଦୁଃର୍ଵଧନ ଦାସ, ଡ. ଲଲାଟେନ୍ଦୁ ମହାନ୍ତି, ଏସ.ଏମ. ଫାରୁକ, ଗଗନ ବିହାରୀ ରାଉତ, ଅମରେନ୍ଦ୍ର ବିଶ୍ୱାଳ, ବୈଲୋଚନ ବେହୁରିଆ, ଚର୍ଚ୍ଚିକା ପ୍ରସାଦ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।     

0
0
0
s2sdefault