ସ୍ମୃତି ସାଉଁଟିଲେ ସହପାଠୀ : ଉଚ୍ଚ ବିଦ୍ୟାଳୟ ପଦ୍ମପୁରରୁ ୧୯୯୮ ବ୍ୟାଚର  ବନ୍ଧୁ ମିଳନ ଓ ଗୁରୁପୂଜନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ଟାଉନ ଉଚ୍ଚ ବିଦ୍ୟାଳୟ ପଦ୍ମପୁରରୁ ୧୯୯୮ ମସିହାରେ ଉତ୍ତୀର୍ଣ ହୋଇଥିବା (ସ୍କୁଲର ତୄତୀୟ ବ୍ୟାଚ) ଛାତ୍ରଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ଟାଉନ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୧୯୯୮ ବର୍ଷର ଛାତ୍ର ସଭାପତି ଶ୍ରୀଯୁକ୍ତ ଇଶ୍ବର ଚନ୍ଦ୍ର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ତରଣୀସେନ ସାହୁ,ଶ୍ରୀଯୁକ୍ତ ସୁଶାନ୍ତ କୁମାର ଯୋଷୀ, ଶ୍ରୀଯୁକ୍ତ ରତ୍ନମଣି ପୁରୋହିତ, ଶ୍ରୀଯୁକ୍ତ ସରୋଜ କୁମାର ସାହୁ,ଶ୍ରୀଯୁକ୍ତ ରମେଶ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଉକ୍ତ ସଭାରେ ସମସ୍ତ ଗୁରୁଜୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁଜୀ ମାନଙ୍କ ଉତ୍ତମ ଶିକ୍ଷାଦାନ ଯୋଗୁଁ ଆଜି ସମାଜରେ ଏକ ପରିଚୟ ସୄଷ୍ଟି କରିପାରିଛନ୍ତି ବୋଲି ପୂରାତନ ଛାତ୍ରଛାତ୍ରୀ ମତବ୍ୟକ୍ତ କରିଥିଲେ । ଦୀର୍ଘ ୨୧ବର୍ଷ ପରେ ଏପରି ଏକ ବନ୍ଧୁ ମିଳନପର୍ବ ଅନୁଷ୍ଠିତ ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥିଲା । ଅଭୟ ଚରଣ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଦୀପକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ପୂରାତନ ଛାତ୍ରମାନଙ୍କ ମଧ୍ୟରୁ ଉମେଶ ଚନ୍ଦ୍ର ନାଏକ, ପ୍ରକାଶ ଦାଶ,କୈଲାଶ ବଗାର,ଇଶ୍ବର ସାହୁ, ନରସିଂହ ସେଠ,ଶିବପ୍ରସାଦ ସାହୁ, ଗଜେନ୍ଦ୍ର ସାହୁ, ମେଘନାଦ ସେଠ,ସୁରେଶ ମେହେର, ଲଲିତ ମେହେର,ଉଦ୍ଧବ ମେହେର,ଜିତେନ୍ଦ୍ର ସାହୁ, ଜିତେନ୍ଦ୍ର ପ୍ରଧାନ, ରଜତ ସାହୁ, ଜୟନ୍ତ ସାହୁ, ନବୀନ ମିର୍ଦ୍ଧା,ରମଣୀ ରଞ୍ଜନ ବାରିକ,ଗୋବିନ୍ଦ ମେହେର ପ୍ରମୁଖ ଉପସ୍ଥିତ ଥିଲେ।  ଆଗାମୀ ଦିନରେ ପ୍ରତ୍ୟେକ ବର୍ଷ ଏପରି ଏକ ବନ୍ଧୁ ମିଳନ କରି ନିଜର ବନ୍ଧୁତ୍ବକୁ ଆହୁରି ମଜବୁତ କରିବା ପାଇଁ ମନସ୍ଥ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲ କର୍ମଚାରୀ ଶ୍ରୀଯୁକ୍ତ ତୁଲସୀ ପଟେଲ,ଉଜ୍ବଲ ସାହୁ ଓ ଲକ୍ଷ୍ମଣ ପଟେଲ ଉକ୍ତ ବନ୍ଧୁ ମିଳନ ପର୍ବ ପାଳନ କରିବାରେ ସହଯୋଗ କରିଥିଲେ ।

0
0
0
s2sdefault