ହେଡଲାଇନସ୍:

 ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ହସ୍ତ ଶିଳ୍ପ  ପ୍ରଦର୍ଶନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ପ୍ରାୟ୨୦୦ ଜଣରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ମନେ ସେମାନଙ୍କ ହସ୍ତ ଶିଳ୍ପ  ପ୍ରଦର୍ଶନ କରି ଏକ ନୂତନ ସ୍ୱାଗତଯୋଗ୍ୟ ପରମ୍ପରା ସୃଷ୍ଟି କରିଥିଲେ।

 କଳା ହିଁ ଜୀଵନ, ଜୀବନ ହିଁ କଳା, ଲଳିତ କଳା ସାଙ୍ଗକୁ ହସ୍ତ କଳା, ଶିବନ,ଏବଂ ସ୍ୱଳ୍ପ ମୂଲ୍ୟ ବିନାମୂଲ୍ୟ ରେ ନିରମିତ ଶିକ୍ଷଣ ଉପକରଣ ଶିକ୍ଷଦ।ନକୁ ଜୀବନ୍ତ କରିଥାଏ।ମୁଖ୍ୟ ଅତିଥି ସେବାନିବୃତ ରାଜ୍ୟପୁରସ୍କାର ପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା  ଶିକ୍ଷା  ତାଲିମ  ଗ୍ରହଣ କରୁଥିବା ଶିକ୍ଷକମାନଙ୍କୁ ଉଦବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଅଧକ୍ଷ ଡାକ୍ତର ମୁର୍ମୁ ଅଧକ୍ଷତା କରିଥିବାବେଳେ ସୁଚିସ୍ମିତା ବଳ, ମମତା ଜେନା,ପ୍ରସାଦ ନାୟକ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ,ସନ୍ତୋସିନୀ ଦେବୀ, ମନୋଜ କୁମାର ଗମାଙ୍ଗ,ଧର୍ମରାଜ ପାତ୍ର ପ୍ରଭୃତି ଶିଖକ ଗଣ ପରିଚାଳନା କରିଥିଲେ।। 

0
0
0
s2sdefault