ହେଡଲାଇନସ୍:

ତିତଲି ବାତ୍ୟା ପରବର୍ତ୍ତୀରେ ସ୍ୱଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ପୁନରୁଦ୍ଧାର ଓ ରିଲିଫ ସହାୟତା ଜାରି ରହିଛି : ଏଡ଼ିଏମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦେଖାଯାଇଥିବା ତିତଲି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଜୀବନହାନି ଘଟିଥିଲା । ତେବେ ଏହି ତିତଲି ବାତ୍ୟା ପରବର୍ତ୍ତୀ ଜିଲ୍ଲା ବ୍ୟାପୀ ସମସ୍ତ କ୍ଷେତ୍ରରେ ସ୍ୱଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ ପ୍ରତ୍ୟକ୍ଷ ତତ୍ୱାବଧାନରେ  ପୁନରୁଦ୍ଧାର ଓ କ୍ଷତିଗ୍ରସ୍ତ ସହାୟତା ଦେବା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଆଜି ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ସାମ୍ୱାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ।

 ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷ ଠାରେ ତିତଲି ବାତ୍ୟା ପରବର୍ତ୍ତୀ ଜିଲ୍ଲା ବ୍ୟାପି ସ୍ଥିତି ଉପରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଅଧିକ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ସେଠୀ କହିଥିଲେ ଯେ ବାତ୍ୟାରେ ମୋଟ ୧୩୨୮ ରାସ୍ତା ସ୍ପଷ୍ଟ  ହୋଇଥିବା ବେଳେ ତାହା ଠିକ କରାଯାଇଛି । ତିତଲି ବାତ୍ୟାରେ ଯେଉଁ ପରିବାର ସଦସ୍ୟଙ୍କ ଜୀବ ହାନି ହୋଇଛି ତାଙ୍କ ବ୍ୟାଙ୍କ ଏକାଉଣ୍ଟରେ ଟଙ୍କା ଜମା କରାଯାଇଛି । ଗୃହ ଭାଙ୍ଗିଯିବା କ୍ଷେତ୍ରରେ ୯୭ ପ୍ରତିଶତ ଲୋକଙ୍କ ବ୍ୟକ୍ତିଗତ ଏକାଉଣ୍ଟରେ ଜମା ହୋଇଛି । ଚାଷଜମି ନଷ୍ଟ ହୋଇଥିବା ୮୨ ପ୍ରତିଶତ ଲୋକଙ୍କୁ ଚାଷଜମି ନଷ୍ଟ ହୋଇଥିବା ଟଙ୍କା ଦିଆହେଲାଣି । ଅନ୍ୟପକ୍ଷରେ ଉଦ୍ୟାନବିତ, ମତ୍ସ୍ୟ, ଶିଳ୍ପଭିତ୍ତିକ ଓକୃଷି ବିଭାଗୀୟ ସମସ୍ତ ଯାହାସବୁ ରହିଛି ସେ ଦିଗରେ ପାଖାପାଖି ୯୩ପ୍ରତିଶତ ଲୋକଙ୍କୁ ଟଙ୍କା ଦିଆହୋଇଛି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାକୁ ପାଥେୟ କରି ଏଙ୍ଗାରସିଂ ଓ ମଙ୍ଗରାଜପୁର ପଞ୍ଚାୟତ ଲୋକଙ୍କୁ ବିଭିନ୍ନ ନୂଆ  ଯାଗାକୁ ସ୍ଥାନାନ୍ତର କରିବା ପାଇଁ ପ୍ଲଟ ଜାଗାର ସୁବ୍ୟବସ୍ଥା କରାଯାଇଛି । ଗତ ସପ୍ତାହ ସୋମବାର ଦିନ ଅନୁଷ୍ଠିତ ପ୍ରଶାସନର ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୧୫୩ ଲୋକଙ୍କୁ ଘରବାରି ପଟ୍ଟା ବଣ୍ଟନ କରାଯାଇଛି ଏବଂ ଆହୁରି ଅନେକଙ୍କୁ ଦିଆଯିବ । ଇତି ମଧ୍ୟରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଦୁଇଟି ଏବଂ ନୁଆଗଡ ବ୍ଲକରେ ଦୁଇଟି ବାତ୍ୟା ଆଶ୍ରୟ ସ୍ଥଳୀ ଓଡିଶା ସରକାରଙ୍କ ପକ୍ଷରୁ ଆଧୁନିକ ଢଙ୍ଗରେ ନିର୍ମାଣ କରାଯିବ ଏଥିପାଇଁ ବମ୍ୱେ ସ୍ଥିତ ଆଇ.ଆଇ.ଟିର ବୈଷୟିକ ଯନ୍ତ୍ରି ମାେ ଆସି ତାର ଦାୟିତ୍ୱ ହାତକୁ ନେଇଛନ୍ତି । ରାସ୍ତା ଗୁଡିକର ଗମନା ଗମନ ସହ ଆରଡି/ପି.ଡବ୍ଲୁଡି/ଜଳସେଚନ ପ୍ରଭୃତିର କାର୍ଯ୍ୟ ସବୁ ପ୍ରାୟତଃ ହୋଇସାରିଛି । ଉଠାଜଳସେଚନର ୨୪୧ଗୋଟି ପଏଣ୍ଟର ପୁନରୁଦ୍ଧାର କାର୍ଯ୍ୟ ସରିଛି । ଅନ୍ୟପକ୍ଷରେ ସାଉଥକୋ ପକ୍ଷରୁ  ବଳିଷ୍ଠ ନେତୃତ୍ୱ ନିଆଯାଇ ୧୪୯ ପଞ୍ଚାୟତର ଘରେ ଘରେ ବିଦ୍ୟୁତ ସଂଯୋଗ କରାଯାଇଛି । କୌଣସିଠାରେ କୌଣସି ସମସ୍ୟା ଜଣାପଡିଲେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ  କରାଯିବ ବୋଲି କହିଥିଲେ ।  ଏହି ସାମ୍ବାଦିକ ସମ୍ମିଳନୀରେ ଉପ ଜିଲ୍ଲାପାଳ  ରଜନୀକାନ୍ତ ସ୍ୱାଇଁ ଏବଂ ଡିସିପିଓ ଅରୁଣ କୁମାର ତ୍ରିପାଠୀ ଉସ୍ଥିତ ଥିଲେ ।

0
0
0
s2sdefault