ମହିଳା ନିର୍ଭିକ ଭାବେ ସ୍ୱର ଉତ୍ତୋଳନ କଲେ ସମସ୍ତ ପ୍ରକାର ମହିଳା ହିଂସା ରୋକାଯାଇପାରିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଂସା ବନ୍ଦ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରତିନଧିଙ୍କ ସମ୍ମିଳନୀ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ

ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସୀତାପୁର-ଆଲୁରୀ ଗର ଠାରେ ସେଞ୍ଚୁରିଆ ବିଶ୍ୱବିଦ୍ୟାଳୟର ସେମିନାର ହଲ ଠାରେ ଆଜି ଅଗ୍ରଣୀ ମହିଳା ଅନୁଷ୍ଠାନ, ମହିଳା ବିକାଶ ପ୍ରତିଷ୍ଠାନ  ଅଲିଭା ମହାସଂଘର ମିଳିତ ସହଯୋଗରେ ଏବଂ ଦି ହଙ୍ଗର ପ୍ରୋଜେକ୍‍ଟ ସହାୟତାରେ ମହିଳାମାନଙ୍କ ପ୍ରତି ସମସ୍ତ ପ୍ରକାର ହିଁସା ବନ୍ଦ କରାଯିବା ସମ୍ପର୍କିତ ନିର୍ବାଚିତ ମହିଳା ପ୍ରତିନିଧି ମାନଙ୍କ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଜିଲ୍ଲା ସଂଯୋଜକ ନଟବର ପାଢୀ ସଭାପତିତ୍ୱ କରି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର ଏବଂ ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ: ଭାରତୀ ପାଣିଗ୍ରାହୀ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ ସଚେତନତା ର ଅଭାବ ଯୋଗୁଁ ମହିଳା ମାନେ ନିର୍ଯ୍ୟାତନା , ଶୋଷଣ ଓ ଅତ୍ୟାଚାରର ଶିକାର ହୋଇଥାନ୍ତି । ଅନ୍ୟ ପକ୍ଷରେ ମହିଳା ଓ ନାରୀମାନେ ସେମାନଙ୍କ ଉତ୍ତେଜନା ପୂର୍ଣ୍ଣ ଶାଢୀ, ପୋଷାକ ପିନ୍ଧା ସହ ଚାଲିଚଲଣ ପ୍ରତି ଯୁଗକୁ ଧରି ମାନସିକ ଭାବେ ପରିବର୍ତ୍ତନ ହେବା ଆବଶ୍ୟକ । ତେଣୁ ମହିଳାଙ୍କ ହିଂଁସାମୁକ୍ତ ସୁସ୍ଥ ସମାଜ ଗଠନ ହେବା ଦିଗରେ ମହିଳାମାନେ ସେଚତନ ହୋଇ ନିର୍ଭିକ ଭାବେ ସ୍ୱର ଉତ୍ତୋଳନ କଲେ ମହିଳାମାନଙ୍କ ପ୍ରତି ଥିବା ସମସ୍ତ ପ୍ରକାର ହିଂସା ରୋକାଯାଇପାରିବ ବୋଲି କହିଥିଲେ । ବରିଷ୍ଠ ଆଇନଜୀବି ହିରାଚାନ୍ଦ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଘରୋଇ ତଥା ପାରିବାରିକ ହିଂସା ବିରୋଧି ଆଇନ ସମେତ ଯୌତୁକ ବିରୋଧି ଆଇନ ଓ ମହିଳା ମାନଙ୍କ ପାଇଁ ରହିଥିବା ଆଇନଗତ ସହାୟତା ବ୍ୟବସ୍ଥା ଉପରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷାଣୀ ସିଡିପିଓ ଗୌରୀ ପୂଜାରୀ, ରାୟଗଡା ଅଲିଭା ମହାସଂଘର ସଭାନେତ୍ରୀ ପ୍ରତିମା ବିଶ୍ୱାଳ, ଆର ଉଦୟଗିରି ଅଲିଭା ମହାସଂଘର ସଭାନେତ୍ରୀ ଅଭାଗିନି ମାଳି , ପ୍ରତିଷ୍ଠାନର ସମ୍ପାଦିକା ତଥା ମୁଖ୍ୟ ମୀନତି ପାଢୀ ପ୍ରମୁଖ ଯୋଗଦେଇ ମହିଳା ସୁରକ୍ଷା ଓ ହିଂସାମୁକ୍ତ ସମାଜ ଉପରେ କହିଥିଲେ । ଅନ୍ୟ ପକ୍ଷରେ ଏହି ଅବସରରେ ସମସ୍ତ ପ୍ରକାର ହିଂସା ମୁକ୍ତ ସମାଜ ଓ ପରିବାର ଆମର ଆହ୍ୱାନ ସମ୍ପର୍କରେ ମହିଳା ହିଂସା ବିରୋଧି ଅଭିଯାନ ସମ୍ପର୍କିତ ଏକ ମତାମତ ସଂଗ୍ରହ ଓ ଦସ୍ତଖତ ଅଭିଯାନ ମହିଳାମାନଙ୍କ ପ୍ରତି ହିଂସା କରିବୁ ନାହିଁକି କହିବୁ ନାହିଁ ସମ୍ପର୍କିତ ଶପଥ ପାଠ ଏବଂ ସଂଯୋଜିକା ଭାଗ୍ୟଲକ୍ଷ୍ମୀ ନାୟକଙ୍କଦ୍ୱାରା ମହିଳାଙ୍କ ପ୍ରତି ସମସ୍ତ ପ୍ରକାର ହିଁସା ବନ୍ଦ କରିବା ଉପରେ ଆହ୍ୱାନ କରାଯାଇଥିଲା । ରା.ଉଦୟଗିରି ସଂଯୋଜିକା ନିର୍ମଳା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରାୟଗଡା ସଂଯୋଜିକା ଭାଗ୍ୟଲକ୍ଷ୍ମୀ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବହୁ ସଂଖ୍ୟାରେ ପଞ୍ଚାୟତର ନିର୍ବାଚିତ ମହିଳା ସରଞ୍ଚ, ନାଏବ ସରପଞ୍ଚ ଏବଂ ଵାର୍ଡମେମ୍ୱର ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault