ଘଟଣା ଉପରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ
ନୂଆଦିଲୀ/ଭୁବନେଶ୍ୱର : ଢେଙ୍କାନାଳ ଜିଲା ବେଲଟିକିରିରେ ଥିବା ଗୁଡ୍ ନ୍ୟୁଜ ଇଣ୍ଡିଆ ଓଡିଶାରେ ବେଆଇନ୍ ଭାବେ ଜୋରଦବରଦସ୍ତି ଧର୍ମାନ୍ତରୀକରଣ କାମ ସହ ବାଳିକ ମାନଙ୍କ ସହ ଦୁଷ୍କର୍ମ ଏବଂ ବହୁଳ ପରିମାଣର ଝିଅ ଚାଲାଣ ପରି କାମ କରୁଛି । ତେଣୁ ଏହି ଘଟଣା ଉପରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ , ରାଜ୍ୟ ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ତାଙ୍କୁ ପଠାଇଥିବା ପିଟିସନ ଆଧାରରେ ସେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଏହି ଚିଠି ଲେଖିଛନ୍ତି । ଏହି ଚିଠିରେ ଶ୍ରୀ ପ୍ରଧାନ ଉଲେଖ କରିଛନ୍ତି ଯେ, ଏନଜିଓ ଗୁଡ ନ୍ୟୁଜ ଇଣ୍ଡିଆକୁ ବହୁଳ ପରିମାଣର ବିଦେଶୀ ଅର୍ଥ ଆସୁଛି । ଏହା ପରିଚାଳନାଧୀନ ୨୬ଟି ସେଲଟର ହୋମ ମଧ୍ୟରୁ ୧୫ ଗୋଟି ବେଆଇନ ଭାବେ ଚାଲିଛି । ରାଜ୍ୟ ସରକାର ସବୁ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି ଉଲେଖ କରିଛନ୍ତି ଯେ, ଜୁଭେଇନାଲ ଜଷ୍ଟିସ୍ ଆକ୍ଟକୁ ଦିନ ଦ୍ୱିପହରରେ ଉକ୍ତ ସଂସ୍ଥା ଉଲଂଘନ କରି ଚାଲିଛି । ଢେଙ୍କାନାଳ ଜିଲାର ବେଲଟିକିର ଠାରେ ଗୁଡ ନ୍ୟୁଜ ଇଣ୍ଡିଆର ଥିବା ସେଲଟର ହୋମ ଏକ ଶୋଷଣ ଓ ଅପକର୍ମ ଭିତରେ ବୁଡି ରହିଛି । ତେଣୁ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲଖିଛନ୍ତି ।