ହେଡଲାଇନସ୍:

ମହାକାଳପଡାରେ ବୃହତ ପାନୀୟ ଜଳ ପ୍ରକଳ୍ପର ନିଅଁ ପକାଇଲେ ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବସୁଧା ଯୋଜନା ଅନ୍ତର୍ଗତ ଖର୍ଚ ହେବ ୨୪୧ କୋଟି,  ଉପକୃତ ହେବେ ଅଢେଇ ଲକ୍ଷ ଲୋକ 

ମହାକାଳପଡ଼ା (ଶାସକ ପ୍ରଶାସକ) କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ସରୁମୁହିଁ ଠାରେ ବସୁଧା ଯୋଜନା ଦ୍ୱାରା ଏକ ବୃହତ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଦ୍ୱାରା ଶନିବାରଦିନ । ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉପଲକ୍ଷେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସଭାପତିତ୍ୱରେ  ଆୟୋଜିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତରାଜ, ପାନୀୟ ଜଳ, କୃଷି, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦିପ ମହାରଥୀ, ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ, ପାଟକୁରା ବିଧାୟକ ଦେବ ପ୍ରକାଶ ଅଗ୍ରୱାଲ, କେନ୍ଦ୍ରାପଡା ବିଧାୟକ,କିଶୋର ଚନ୍ଦ୍ର ତରାଇ, ପଞ୍ଚାୟତରାଜ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିତ ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ଶାସନ ସଚିବ ରୂପା ମିଶ୍ର, ପାନୀୟ ଜଳ ଯୋଗାଣର ମୁଖ୍ୟ ଇଞ୍ଜିନିୟର, ଜିଲ୍ଲାପାଳ ଦାଶରଥୀ ଶତପଥୀ  ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ପାନୀୟ ଜଳ ଯୋଗାଣ ଦ୍ୱାରା ମହାକାଳପଡା ଏବଂ ମାର୍ଶାଘାଇ ବ୍ଲକର ୨୦୦ ଗ୍ରାମର ପ୍ରାୟ ଅଢେଇ ଲକ୍ଷ  ଲୋକ ଏହି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ  ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ମହାକାଳପଡା ବ୍ଲକର ମତ୍ସ୍ୟଜୀବି ଓ ବଙ୍ଗଭାଷୀ ପରିବାରର ପାନୀୟ ଜଳ ଯୋଗାଣ ସମସ୍ୟ ଦୂର ହୋଇପାରିବ ବେଲି ମନ୍ତ୍ରୀ ଶ୍ରୀ ମହାରଥି ତାଙ୍କ ଭାଷଣରେ ଆଲୋକପାତ କରିଥିଲେ । ୨୪୧ କୋଟି ଟଙ୍କାର ବିନିଯୋଗରେ ଏହି ବୃହତ ପ୍ରକଳ୍ପ ଓଡିଶାର ୨ୟ ବୃହତ ପ୍ରକଳ୍ପ ବୋଲି ରାଜ୍ୟ ସଭା ସାଂସଦ ପ୍ରତାପ ଦେବ ସୂଚନା ଦେଇଥିଲେ । ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଆହୁରି ଅନେକ ପ୍ରକଳ୍ପ ୨୦୦୦ ମସିହା ଠାରୁ ୨୦୧୮ ମସିହା ମଧ୍ୟରେ ମହାକାଳପଡା ଠାରେ ପ୍ରତିଷ୍ଠା ହୋଇଛି । ଅନେକ  ବିକାଶମୂଳକ ପଦକ୍ଷେପ ହାତକୁ ନିଆଯାଇଛି | ଏ ଅଂଚଳର ବାସୀଙ୍କ ପାଇଁ ଆଗକୁ ଆହୁରି ମଧ୍ୟ ବିକାଶର ଧାରା ଏହି ଅଞ୍ଚଳରେ ଜାରି ରହିବ ବୋଲି ମହାକାଳପଡାର ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ତାଙ୍କ ଅଭିଭାଷଣରେ ମତବ୍ୟକ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,  ଜିଲ୍ଲା ବିଜେଡି ସଭାପତି ଧୃବ ସାହୁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ଦିଲ୍ଲିପ ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷଙ୍କ ସହିତ ଡେରାବିଶ, ମାର୍ଶାଘାଇ ବ୍ଲକର ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା  ତଥା ସମବାୟବିତ ପ୍ରମୋଦ କୁମାର ସାହୁ, ରାଜେଶ କୁମାର ପଣ୍ଡା, ହିରଣ୍ୟ କୁମାର ପଣ୍ଡା, ଆଲୋକ ସାହୁ, ଦେବଦାସ ମହାନ୍ତି ପ୍ରମୁଖଙ୍କ ସହିତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ 

 

0
0
0
s2sdefault