ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କ ଜାଗାନେଲେ ଅପରାଜିତା.....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 Bhubaneswar/kumar Abhisekha 

ଅପରାଜିତାଙ୍କୁ ବିଜେପିରେ ଧର୍ମେନ୍ଦ୍ରଙ୍କ ବିକଳ୍ପ ଭାବେ ଉଭା କରାଯାଉଛି  ବୋଲି  ଯାହା ଚର୍ଚା ହେଉଛି ତାହା କେତେ ସତ କେତେ ମିଛ ତାହା ଆଗକୁ ଜଣା  ପଡିବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡେ ଆସି ତାଙ୍କୁ ଓଡିଶା ବାସୀ ବା ଭୁବନେଶ୍ୱରବାସୀଙ୍କ ସହ ପରିଚୟ କରାଇବେ ବୋଲି ଶୁଣିବାକୁ ମିଳିଛି | ହେଲେ ସେ ଯାହା ବି ହେଉ, ଦଳୀୟ ଶୀର୍ଷ  ନେତୃବୃନ୍ଦ କଣ ଭାବି ଅପରାଜିତାଙ୍କୁ ଦିଲ୍ଲୀରେ ଜଏନ କରାଇ ଭୁବନେଶ୍ୱର ପଠାଇଲେ ତାହା ଭିନ୍ନ କଥା | ହେଲେ ଓଡ଼ିଶାରେ କିଛି ଲୋକ ଭାବିନେଲେଣି ଅପରାଜିତା ନବୀନ ବାବୁଙ୍କ ବିକଳ୍ପ |  ତାଙ୍କ ମୁହଁ ଦେଖାଇ ବିଜେପି ଭୋଟ ଲଢ଼ିବ | କେବଳ ସେ ନୁହନ୍ତି ଦଳରେ ବି କିଛି ଲୋକ ସେଇଆ ଭାବି ସେପଟ ଆଡକୁ ଆଉଜି ପଡିଲେଣି | ସେତ ତାଙ୍କ ଦଳ ଭିତର କଥା, କହିବା କିଛି ଉଚିତ ହେବନି | ହେଲେ ବୁଦ୍ଧିଜୀବୀ ମାନେ ବିକଳ୍ପ ଅପରାଜିତାଙ୍କୁ ସେଇ ଲେବେଲ ରେ ବି ଭାବି " ଧର୍ମେନ୍ଦ୍ର ନଆସିଲେ ଅପରାଜିତାଙ୍କୁ ଡାକ" ବୋଲି ଭାବି ନେଲେଣି | ସେମିତି ହୋଇଛି ଗୋଟିଏ କାର୍ଯ୍ୟକ୍ରମରେ କାର୍ଡ କିନ୍ତୁ ଛାପ ହୋଇଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେଦ୍ରଙ୍କ ନାମରେ, ହେଲେ କାର୍ଯ୍ୟକ୍ରମରେ ମଞ୍ଚରେ ଥିଲେ ଆପରାଜିତା ଷଡ଼ଙ୍ଗୀ | କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କାର୍ଡରେ  ନା ଥିଲା, ସେ ଆସିଥିଲେ | ଖାରବେଳ ସ୍ବାଇଁଙ୍କ ନା ଥିଲା ସେ ଆସିଥିଲେ | ଧର୍ମେନ୍ଦ୍ର ପ୍ରଧାନଙ୍କ ନ ଛପା ହୋଇଥିଲା ସେ କିନ୍ତୁ ମଞ୍ଚରେ ନଥିଲେ | ଆୟୋଜକ ଯେହେତୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଧର୍ମେନ୍ଦ୍ରଙ୍କ ନାମ ଛାପି ଥିଲେ, ସେ ନିଶ୍ଚୟ କନସେଣ୍ଟ ଦେଇଥିବେ | କେନ୍ଦ୍ରମନ୍ତ୍ରୀ ଯେତେବେଳେ ଯଦି ନ ଆସିପାରିଲେ, କାହାକୁ ତ ଗୋଟେ ସେଇ ଲେବେଲର ହାଜିରା ପକାଇବାକୁ କହିଥାନ୍ତେ ନିଶ୍ଚୟ | ଯାହାହେଲେବି ଅପରାଜିତା ନବାଗତା |କେତେ ସଫଳ ପାରିବାର ତାହା ତା ଆଗକୁ ରାଜ୍ୟବାସୀ ଦେଖିବେ |  ଅନ୍ୟପକ୍ଷରେ  କଣ ହେଲେ କେଜାଣି ଧର୍ମେନ୍ଦ୍ରଙ୍କୁ ଡାକିଥିବା ବେଳେ ସେ ଯଦି ନଆସିବେ ତାଙ୍କ ଜାଗାରେ ଅପରାଜିତାଙ୍କୁ ଡାକିବାର ଚିନ୍ତାଧାରା ଆସିବା ଭିନ୍ନ ଏକ ମାନସିକତା ନିଶ୍ଚୟ | ଆୟୋଜକକୁ ସେ ପଚାରିଥିବେ ନିଶ୍ଚୟ ବିଜେପିରୁ କାହାକୁ ଡକା ହୋଇଛି ବୋଲି !! ଆଉ ସେ ଯେତେବେଳେ ଜାଣିଥିବେ ହେ କେନ୍ଦ୍ରମନ୍ତ୍ରୀଙ୍କୁ ଡକା ହୋଇଥିଲା, ସେ ତାଙ୍କ ସହ ସୌଜନ୍ୟତା ଦୃଷ୍ଟିରୁ ଘରକଥା ଭାବି ପଚାରି ବୁଝିଥିବେ !!!  

କଣ ହୋଇଥିବ ସେ ଗହନ କଥା | ହେଲେ ନିମନ୍ତ୍ରଣ ପତ୍ର ଦେଖିଥିବା ଲୋକ ସଭାରେ ଧର୍ମେନ୍ଦ୍ରଙ୍କ ବଦଳରେ ଅପରାଜିତାଙ୍କୁ ଦେଖି ଟିକେ ଅସ୍ୱାଭାବିକ ହୋଇ ପଡ଼ିଥିବେ ନିଶ୍ଚୟ | 

ଆଖିକୁ ଛୋଟ କଥା ଲାଗୁଥିଲେ ବି କଥାର ଇମ୍ପ୍ଲିକେସନ ସେଇଆ ନୁହେଁ ବୋଲି ଲାଗୁଛି | କାହିଁ କେଉଁଠି ନା କେଉଁଠି ପତିଆରା ପାଇଁ ଲଢେଇ ଆରମ୍ଭ ହୋଇଯାଇଛି ଅଘୋଷିତ ଭାବରେ ଦୁଇ ଶିବିର ଭିତରେ | ଏକଥା ସତ୍ୟ ଯେ ରାଜ୍ୟରେ ଦୀର୍ଘ ୧୮ ବର୍ଷର ଶାସନ ଭିତରେ ବିରୋଧୀ ଦଳ ଶୋଇ ରହିଥିବା ବେଳେ, ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳ କଣ ଦେଖାଇଦେଇଥିଲେ | ସରକାରଙ୍କ ନିଦ ହଜାଇ  ଦେଇଥିଲେ | ମୋଦି ଲହର ଭିତରେ ଶୋଇ ରହିଥିବା ଜନମତକୁ  ସପକ୍ଷକୁ ନେବାପାଇଁ  ଆଉ  ଗୋଳମାଳିଆ ପରିସ୍ଥିତି ଭିତରେ ଅସ୍ତିତ୍ବ ପାଇଁ ଲଢେଇ କରୁଥିବା ବିଜେପିକୁ   ନୂଆ ରାହା ଦେଖାଇବା ପାଇଁ ଆପ୍ରାଣ ଉଦ୍ୟମ କରି ଅନେକାଂଶରେ ସଫଳ ହୋଇଥିଲେ | ଉପାୟ ଯାହା ବି ହେଉ, ଜୋ ଜିତା ୱହି ସିକନ୍ଦର ରୀତିରେ ବିଜେପିକୁ ଜ଼ିଲ୍ଲା ପରିଷଦ ନିର୍ବାଚନରେ ସମ୍ମାନଜନକ ଦ୍ଵିତୀୟସ୍ଥାନକୁ ଆଣି ପାରିଥିଲେ |ବିଜେପି  ନ କହୁଣୁ ବିଜେଡିର ନେତା ମାନେ ପରୋକ୍ଷରେ ନକାରାତ୍ମକ ମନ୍ତବ୍ୟ ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ ପ୍ରୋଜେକେଟେଡ଼ ସିଏମ ଭାବେ ଉପସ୍ଥାପିତ କରାଇ ସାରିଥିଲେ | ହେଲେ ଏବେ ଅପରାଜିତାଙ୍କୁ ଆବିର୍ଭାବ, ତାଙ୍କ ଉଚ୍ଚାଭିଳାଷ ପୁରା ବକ୍ତବ୍ୟ, ତଥା ହାବ ଭାବ ଦଳ ଭିତରେ ଗୋଟେ ଗୋଳିଆ ପାଣି ସୃଷ୍ଟି କରିଛି| କର୍ମୀ ବି ଦ୍ବନ୍ଦ୍ବରେ, ନେତା ବି | କାହା ସାଙ୍ଗରେ ରହିବେ କାହା ସାଙ୍ଗରେ ନୁହେ |  ଉପରକୁ ଯାହା ଦେଖାଯାଉଛି ସବୁ ସତ୍ୟ ନହୋଇପାରେ | ଚିତ୍ର ଅସ୍ପଷ୍ଟ ଯାହାକି କିଛିଟା କ୍ଳିଅର ହେବ ମୋଦିଙ୍କ ଖୋର୍ଦ୍ଧା ଗସ୍ତ ପରେ |

 

 

0
0
0
s2sdefault