ହେଡଲାଇନସ୍:

ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ନିର୍ବାଚନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁକାନ୍ତ କୁମାର ପଣ୍ଡା ପାରଳାଖେମୁଣ୍ଡି ଡିଭିଜନ ସମ୍ପାଦକ, ପ୍ରମୋଦ କୁମାର ବେହେରା ସହସମ୍ପାଦକ,ଅଶ୍ୱିନି କୁମାର ସ୍ୱାଇଁ କେନ୍ଦ୍ରୀୟ କାର୍ଯ୍ୟକାରୀ ସଭ୍ୟ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ 

ଆରଏମସି କାର୍ଯ୍ୟାଳୟ ପରିସରରେ ଓଡିଶା ରାଜ୍ୟ ବିଦୁ୍ୟତ କର୍ମଚାରୀ ସଂଘର ୨୦୧୯ ମସିହା ପାଇଁ ଡିଭିଜନ ସ୍ତରୀୟ ଏକ ନିର୍ବାଚନ ସଭ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ମହାନ୍ତି ସଭାପତି ଆସନ ଅଳଙ୍କୃତ କରିଥିଲେ । ସଂଘର ଉପସଭାପତି ପ୍ରଫୁଲ କୁମାର ପଟ୍ଟନାୟକ , କେନ୍ଦ୍ରୀୟ ସଂଗଠନ ସଂପାଦକ ବିଜୟ କୁମାର ପଣ୍ଡା , ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ବିଷୋଇ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ । ଗୁଣୁପୁର ଡିଭିଜନ କେନ୍ଦ୍ରୀୟ କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ କୁମାର ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ୨୦୧୯ ପାଇଁ ସୁକାନ୍ତ କୁମାର ପଣ୍ଡା ପାରଳାଖେମୁଣ୍ଡି ଡିଭିଜନ ସମ୍ପାଦକ, ପ୍ରମୋଦ କୁମାର ବେହେରା ସହସମ୍ପାଦକ,ଅଶ୍ୱିନି କୁମାର ସ୍ୱାଇଁ କେନ୍ଦ୍ରୀୟ କାର୍ଯ୍ୟକାରୀ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ମଞ୍ଚାସୀନ ନେତାବୃନ୍ଦ ସେମାନଙ୍କ ବକ୍ତବ୍ୟରେ ଲେଡେଲମ୍ୟାନ ପିଲାମାନଙ୍କ ରେଗୁଲାର କିପରି  ହେବ ତା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଡିଭିଜନରେ ଯେଉଁ ସବୁ ବକେୟା ଶ୍ରମିକ ମାନେ ପାଇବାକୁ ଅଛନ୍ତି ସେମାନଙ୍କୁ କିପରି ଭାବେ ପାଇପାରିବେ ସେ ଦିଗରେ ଆଲୋଚନା କରାଯାଇଥିଲା । ଅବସର ପ୍ରାପ୍ତ ଶ୍ରମିକ ମାନଙ୍କ ବକେୟା କିପରି ପାଇବେ ସେ ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ସଭାପତି ତାଙ୍କ ବକ୍ତବ୍ୟରେ ଆଗାମୀ ୨୫ ,୨୬ ଓ ୨୭ତାରିଖ ଭୁବନେଶ୍ୱର ଠାରେ ହେଉଥିବା ୫୬ତମ ବାର୍ଷିକ ଅଧିନବେଶନରେ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରିଥିଲେ । 

0
0
0
s2sdefault