ହେଡଲାଇନସ୍:

ଜିଲ୍ଲାସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗିତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ମାଧ୍ୟମିକଶିକ୍ଷା ଅଭିଯାନ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟଶିକ୍ଷା ଗବେଷଣା ପରିଷଦ, ଓଡିଶା, ଭୁବନେଶ୍ୱର, ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗିତା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ହୋଇଯାଇଛି । ଦୁଇଦିନକୁ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ସାହା ଫିତା କାଟି ଉଦ୍‍ଘାଟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସଭପତିତ୍ୱରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ରୁପେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସହକାରୀ ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବି.ବୃନ୍ଦାବନ ରାଓ, ଜିଲ୍ଲା ବିଜ୍ଞାନ ନିରିକ୍ଷକ ସାତ୍ମିକ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ହରିହର ପଣ୍ଡା ମୁଖ୍ୟବକ୍ତା ଭାବେ ମଞ୍ଚାସୀନ କରିଥିଲେ । ପର୍ଯ୍ୟବେକ୍ଷଣ , ନିରୀକ୍ଷଣ ଓ ପରିକ୍ଷା ମାଧ୍ୟମରେ ଜ୍ଞାନ ଆହରଣ ହେଉଛି ବିଜ୍ଞାନ । ବିଜ୍ଞାନର ଆକ୍ଷରିକ ଅର୍ଥ ହେଉଛି କୌଣସି ଲୁକ୍କାୟିତ ଚିରନ୍ତନ ସତ୍ୟ ବିଷୟ ବସ୍ତୁକୁ ଲୋକଲୋଚନକୁ ଆଣିବା । ଯାହା ଲୋକ ଲୋଚନକୁ ଆସିଥାଏ, ତାହା ବିଜ୍ଞାନର ଆବିଷ୍କାର ଏବଂ ଯିଏ ଆଣିଥାଏ ସେ ଜଣେ ବୈଜ୍ଞାନିକ ବୋଲି ମଞ୍ଚାସୀନ ଅତିଥି ମାନେ କହିଥିଲେ । ଉଦ୍‍ଯାପନୀ ଦିବସରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ସଭାପତିତ୍ୱରେ ମୋହନା ବିଧାୟିକା ବାସନ୍ତି ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂ ସମ୍ମାନିତ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ତଥା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ମଞ୍ଚାସୀନ କରିଥିଲେ ।ଜିଲ୍ଲା ଶିକ୍ଷା ଅଧିକାରୀ ନିଜ ବକ୍ତବ୍ୟରେ  ଗ୍ରାମାଞ୍ଚଳ ବିଦ୍ୟାଳୟରେ ପାଠ ପଢୁଥିବା ପିଲା ସେମାନଙ୍କ ମନରେ ବୈଜ୍ଞାନିକ ମନୋବୃତ୍ତି ଭାବ ସୃଷ୍ଟି କରିବା ଏହି ବିଜ୍ଞାନ ମେଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ସମସ୍ତ କୃତୀ ପ୍ରତିଯୋଗି ମାନଙ୍କୁ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ପ୍ରତିଯୋଗୀତାରେ କୃତୀତ୍ୱ ହାସଲ କରି  ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିବାକୁ କହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ନିରିକ୍ଷକ ତଥା ଆବାହକ ସାତ୍ମିକ ପଟ୍ଟନାୟକ ସଂଯୋଜନା କରିଥିଲେ । ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ୧୦୨ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ୬ଟି ରାଜ୍ୟ ସ୍ତରୀୟ ବିଜ୍ଞାନମେଳା ପାଇଁ ମନୋନୀତ ହୋଇଛନ୍ତି । ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ଅତିଥି ମାନେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।

0
0
0
s2sdefault