ହେଡଲାଇନସ୍:

 ବାଇପାସ. ପାନୀୟଜଳ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସାଂସଦଙ୍କ ସମୀକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜନସାଧାରଣଙ୍କୁ ଅସହଯୋଗ କରୁଥିବା ଯନ୍ତ୍ରୀଙ୍କୁ ବଦଳି କରାଇବାକୁ ଦେଲେ ନିର୍ଦ୍ଦେଶ 

ବଲାଙ୍ଗୀର/ ନିରୋଜ ମିଶ୍ର 

 ସ୍ଥାନୀୟ ସାର୍କିଟ ହାଉସଠାରେ  ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ  ଏବଂ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ପ୍ୟରେଲାଲ ପ୍ରଧାନଙ୍କ  ତତ୍ୱାବଧାନରେ ସମୀକ୍ଷାା ବୈଠକ ଆୟୋଜତି ହୋଇଯାଇଅଛି ।  ଏହି  ବୈଠକରେ ଶିକ୍ଷା, ଗ୍ରାମ୍ୟ ଜଳଯୋଗାଣ, ସଡକ ଓ ପରିବହନ,  ଜିଲ୍ଲା ଜଳ ଓ ପରିମଳ, ପୁର୍ତ୍ତ  ବିଭାଗ ସମେତ ନିର୍ବାଚନ ମଣ୍ଡଳୀର  ବିଭିନ୍ନ ପ୍ରସଂଗ ଉପରେ ବିସ୍ତୃତ ଆଲୋଚନା ଯୋଇଥିଲା |  ସଦର ବ୍ଲକ୍  ଗୋଷ୍ଠୀ ଉନ୍ନୟନ ଅଧିକାରୀ, . ତଥା ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ନଥିପତ୍ର ଧରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ ।   ପ୍ରଥମେ  ବାଇପାସ ରାସ୍ତାର ଜମି ଅଧିଗ୍ରହଣ ପାଇଁ ବେଞ୍ଚମାର୍କ ମୁଲ୍ୟ  ଏବଂ ସେଲସ୍ ଷଟିଷ୍ଟିକସ୍ ର ବିଷୟରେ ଆଲୋଚନା ହୋଇଥିଲା ।  ଏହାର ତୁରନ୍ତ ଶଂସୋଧନ କରି ପ୍ରସ୍ତାବକୁ ପ୍ରସ୍ତୁତ କରି ବାଇପାସ କାମକୁ ଶିଘ୍ର ତ୍ୱରାନ୍ୱିତ  କରିବାକୁ  ଅତିରିକ୍ତ ଜିଲାପାଳ ଏବଂ ତହସିଲଦାରଙ୍କୁ ଙ୍କୁ ନିର୍ଦ୍ଦେଶ  ଦେଇଥିଲେ ।  ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଚନ୍ଦନଭାଟିରେ  ନିର୍ମିତ  ଓଭରହେଡ ଟ୍ୟାଙ୍କ ଅତ୍ୟନ୍ତ ନିମ୍ନମାନର ହୋଇଥିବା କଥା ସାଂସଦ ବିଭାଗିୟ ନିର୍ବାହୀ ଯନ୍ତ୍ରୀଙ୍କୁ  କହିଥିଲେ ଏବଂ ଏହାର ଏକ ଫଟୋ  ଜଣେ ସମ୍ବାଦିକଙ୍କ ଠାରୁ ପାଇ  ତାଙ୍କୁ ଦେଖାଇଥିଲେ  । ବିଭାଗୀୟ ଜୁନିୟର ଇଞ୍ଜିନିୟରଙ୍କ ଅସହେଯାଗ ପାଇଁ ଲୋକେ ପାନୀୟଜଳ ଯୋଗାଣରୁ ବଞ୍ଚିତ ହେଉଥିବା କଥା କିଛି ଲୋକ ଅଭିଯୋଗ କରିଥିବାରୁ ତାଙ୍କୁ ତୁରନ୍ତ ବଦଳୀ କରିବା  ପାଇଁ ନିର୍ଦ୍ଦେଶ  ଦେଇଥିଲେ । ଜଳ ଯୋଗାଣର ପରିଚାଳନା ଦାୟିତ୍ୱ ପାଇଁ ସଦର ବ୍ଲକ ବିଡିଓ ପ୍ରଭାତ ସାହୁଙ୍କୁ ମଧ୍ୟ କହିଥିଲେ । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ୪୫ଟି ୱାଟର ଏଟିମ୍ ଖୋଲିବା ପାଇଁ  ରାଜସ୍ଥାନର ଏକ ଘରୋଇ ସଂସ୍ଥା ଇଛୁକ ଥିବା ହେତୁ ତାକୁ ସହଯୋଗ ଜଳ  ଏବଂ ବିଦ୍ୟୁତ ଯୋଗାଣରେ ସାହାଯ୍ୟ କରିବା ପାଇଁ କହିଥିଲେ । କଣ୍ଟାବାଞ୍ଜି ଏବଂ ଯୋଉଁ ଅଞ୍ଚଳରେ ଫ୍ଲୋରାଇଡ ଯୁକ୍ତଜଳ ରହିଛି ସେସବୁକୁ ଅତ୍ୟଧୁନିକ ପ୍ରଣାଳିରେ ବିଶୋଧନ କରି ଜନସାଧାରଣଙ୍କୁ ଜଳ ଯୋଗାଇ ଦେବା ପାଇଁ  ସାଂସଦଙ୍କୁ ପ୍ରତିଶୃତି ଦେବା ପାରେ ଏଦିଗରେ ତୁରନ୍ତ ପଦେକ୍ଷେପ ନେବା ପାଇଁ ସାଂସଦ ଜିଲ୍ଲା ପ୍ରଶାସନକୁ ସେ କମ୍ପାନିକୁ ସାହାଯ୍ୟ କରିବା ପାଇଁ କହିଥିଲେ ।   ଗ୍ରାମାଞ୍ଜଳ ଏବଂ ସହରାଞ୍ଚଳରେ ବିଦ୍ୟୁତ ବିଭାଗ ତରଫରୁ ଚାଲିଥିବା ବିପିଲ ଲାଇନ ସଂଯୋଗିକରଣ ଓ  ଏଲ. ଏଣ୍ଡ. ଟି ତରଫରୁ ସହରାଞ୍ଚଳରେ ଚାଲିଥିବା ନୁତନ ବିଦ୍ୟୁତି କରଣ ସୁଚାରୁରୁପେ ପରିଚାଳନା କରିବାକୁ ବିଦ୍ୟୁତ ବିଭାଗର  ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ବସ ଟର୍ମିନାଲ ନିର୍ମାଣ ହେଉଥିବା ସ୍ଥାନରେ ବିଦ୍ୟତ ଖୁଣ୍ଟ ଗୁଡିକର ସ୍ଥାନାନ୍ତରଣ କାର୍ଯ୍ୟ ଖୁବ୍ ଶିଘ୍ର ସମାପ୍ତ  ହେବ ବୋଲି ବିଭାଗିୟ ଯନ୍ତ୍ରୀ ଜଣାଇଥିଲେ ।  । ଲୋୟର ସୁକତେଲ ର ଜମି ଅଧିଗ୍ରହଣ ପ୍ରକ୍ରୀୟାକୁ ଯଥା ଶିଘ୍ର ସମ୍ପୁର୍ଣ୍ଣ କରି ହିତାଧିକାରୀଙ୍କ କ୍ଷତିପୁରଣ ଏବଂ ଥଇଥାନ କରିବାପାଇଁ ଜିଲାପାଳ ଏବଂ ବିଭାଗୀୟ ଅଧରକାରୀଙ୍କ ସହ ଆଲୋଚନା କରି ପ୍ରକଳ୍ପକୁ ସମୟ ସୀମା ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ କହିଥିଲେ । ନୁତନ ଭାବେ ଯୋଗଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାର ଶିକ୍ଷା ବ୍ୟବସ୍ଥ ଉପରେ ବିଶେଷ ଧ୍ୟନ ଦେବା ପାଇଁ କହିଥିଲେ । ଏହି ସମିକ୍ଷା ବୈଠକରେ ଜିଲ୍ଲାପରିଷଦ ସଭ୍ୟ  ସତ୍ୟ ଭୋଇ, ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗଦେଇଥିଲେ ।

 

 

 

0
0
0
s2sdefault