କି ଦେଖିଲା ନେତ୍ର : ଏକାଠି ହେଲେ ନରସିଂହ- କଳିକେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଇନେତା ଏକାଠି ହୋଇଥିଲେ, ଗହଳି ବି ଥିଲା | ଉଭୟଙ୍କ ସମର୍ଥକଙ୍କ ଭିଡ ବି ଥିଲା | ହେଲେ ସବୁ କିଛି ନର୍ମାଲ | ଦେଖିଲା ଲୋକ ବି ଆଣ୍ଡ ଉଠାଉଥିଲେ ଏହି ଦୃଶ୍ୟର | ମାନେ ନରସିଂହ ଓ କଳିକେଶ ଗୋଟିଏ ଜାଗାରେ ବା ଗୋଟିଏ କାର୍ଯ୍ୟକ୍ରମରେ | 

ସହରରେ ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ ଦେଲେ ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର)  - ଗତ ସାଢେ ଚାରି ବର୍ଷ ଭିତରେ ବଲାଙ୍ଗିରର ସାମଗ୍ରିକ ବିକାଶ କରିବା ପାଇଁ ଅନେକ ପ୍ରକଳ୍ପ ଅଣାଯାଇଛି । ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି, ଗମନାଗମନ ପାଇଁ ରୋଡ ରାସ୍ତା, ଜଳସେଚନ ପାଇଁ ଛୋଟ ଛୋଟ ଚେକ ଡ୍ୟାମ, ସହର ମଧ୍ୟରେ ରାସ୍ତା ଗୁଡିକ ପ୍ରସସ୍ଥିକରଣ ତଥା ସୌନ୍ଦର୍ୟକରଣ  ଜୋରସୋରରେ ଚାଲିଛି । ଆଗାମୀ ଦିନରେ ସମଗ୍ର ବଲାଙ୍ଗିରକୁ ଏକ ଉନ୍ନତ ସହରରେ ପରିଣତ କରାଯିବା ପରିକଳ୍ପନା ତିଆରି ହୋଇଛି । ଏଥିରେ ଲୋକଙ୍କ ସମଗ୍ରିକ ସହଯୋଗ ନିହାତି ଦରକାର ବୋଲି ଆଜି ସହର ମଧ୍ୟରେ ବିଭିନ୍ନ ରାସ୍ତା ତଥା କମ୍ୟୁନିଟି ଗୃହ ଭିତ୍ତିପ୍ରସ୍ତରର ଶୁଭ ଉଦ୍ଘାଟନ ଉତ୍ସବରେ  ଉପସ୍ଥିତ ଲୋକ ତଥା ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭା ବିରୋଧିଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଆଜି ବଲାଙ୍ଗିରର ୮ଟି ପ୍ରକଳ୍ପ ଯଥା କଲେକ୍ଟରଙ୍କ ସରକାରୀ ବାସଭବନ ଛକରୁ ରୁଗୁଡିପଡା ଦେଇ ମହାଲକ୍ଷ୍ମୀନଗର ରାସ୍ତା ଯାହାକି ୮୬.୩୨ ଲକ୍ଷ ଟଙ୍କା, ରାଜିବନଗରର ରିଂଗ ରୋଡକୁ ସଂଯୋଗ କରୁଥିବା ବିଜୟ ବୁଡେକ ଘର ଠାରୁ ମଠଖାଇ ମନ୍ଦିର ଯାହାକି ୪୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି । ସଂଖ୍ୟାଲଘୁ ସଂପ୍ରଦାୟ କମ୍ୟୁନିଟି ଗୃହ ହାତିଶାଲପଡା ଠାରେ ଯାହାକି ୧୪.୯୩ ଲକ୍ଷ ଟଙ୍କାର, ରିଂଗ ରୋଡ ୧୩/୩୨୫ କି.ମି. ରୁ ୧୪/୦୫୦ କିମି ଏବଂ ୧୫/୦୦ ରୁ ୧୫/୯୯୫ କିମି ଯାହାକି ୩କୋଟି ୪୩ ଲକ୍ଷ, ବଲାଙ୍ଗିର - କଣ୍ଟାବାଞ୍ଜି ରାସ୍ତାର ୦ କିମି ରୁ ୩ କିମି ସହିତ ଲକ୍ଷ୍ମୀଯୋର ବ୍ରିଜ ନିର୍ମାଣ ଯାହାକି  ୧୩କୋଟି ୭୫ ଲକ୍ଷ, ବେହେରାପାଲି ରାସ୍ତା ୬୪ ଲକ୍ଷ, ମାଲପଡାରୁ ସୋନପୁର ଜାତୀୟ ରାଜପଥ ସଂଯୋଗ ରାସ୍ତା ଯାହାକି ୮୮ ଲକ୍ଷ ଏବଂ ଏଲ୍ଏଣ୍ଡଏସ୍ କ୍ଲବ ରୁ ସରକାରୀ ଛାପାଖାନା ପାଖ ସୋନପୁର ଜାତୀୟ ରାଜପଥ ଯାହାକି ୩୧.୪୮ ଲକ୍ଷ ଟଙ୍କା ଅଟକଳ ରାସ୍ତାର ଶୁଭ ଉଦ୍ଘାଟନ ମାନ୍ୟବର ବଲାଙ୍ଗିର ବିଧାୟକଙ୍କ କରକମଳରେ କରାଯାଇଛି । ଏହି ଉଦ୍ଘାଟନ ସମୟରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ସରକାରୀ କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ, ବିଭାଗୀୟ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ମିଶ୍ର, ନିର୍ବାହୀଯନ୍ତ୍ରୀ ନଳିନିକାନ୍ତ ଦାଶ, ସହକାରୀଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଉପସ୍ଥିତ ଥିଲେ । 

 ଆଜି ଶିଳାନ୍ୟାସ ତଥା ଉଦ୍ଘାଟନ ହୋଇଥିବା ସମସ୍ତ ପ୍ରକଳ୍ପ ସ୍ଥଳକୁ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭା ବିରୋଧି ଦଳ ନେତାଙ୍କୁ ଏକ ବିରାଟ ବାଇକ ରା଼ଲିରେ ନିଆଯାଇଥିଲା । ଏଠାରେ ସୂଚନା ଦିଆଯାଇପାରେ ଯେ ମାନ୍ୟବର ସାଂସଦ ଏହି ପ୍ରକଳ୍ପ ମଧ୍ୟରୁ ଲକ୍ଷ୍ମୀଯୋର ନିକଟସ୍ଥ ପ୍ରକଳ୍ପ ଏବଂ ରାଜୀବ ନଗର ସଂଯୋଗ ରିଂଗ ରୋଡକୁ ଆଗରୁ ବିନା ସରକାରୀ ଏବଂ ବିଭାଗୀୟ କାର୍ଯ୍ୟକ୍ରମରେ ଉଦ୍ଘାଟନ କରିଦେଇଥିବାରୁ ଉଦ୍ଘାଟନ ଉସôବକୁ ସାଂସଦ ଯାଇନଥିବା ଦେଖାଯାଇଥିଲା  । ଆଜିର ଏହି କାର୍ଯ୍ୟକ୍ରମକୁ ନେଇ ସାଂବାଦିକଙ୍କ ପ୍ରଶ୍ନକୁ ନେଇ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର କହିଥିଲେ  ପ୍ରଥା ଅନୁଯାୟୀ ସରକାରୀ ଉତ୍ସବରେ ଉଦ୍ଘାଟନ ଓ ଶିଳାନ୍ୟାସ ପୂର୍ତ୍ତ ବିଭାଗ ଦ୍ୱାରା କରାହୋଇଛି । ସେଥିରେ ସ୍ଥାନୀୟ ସାଂସଦକୁ ମଧ୍ୟ ସମ୍ମାନିତ ଅତିଥି ହିସାବରେ ପୁର୍ତ୍ତ ବିଭାଗ ନିମନ୍ତ୍ରଣ କରିଥିଲା ଏବଂ ସେ ନିଜେ ସବୁ ପ୍ରକଳ୍ପ ଭିତ୍ତିପ୍ରସ୍ତର ତଥା ଉଦ୍ଘାଟନ କରିଥିଲେ । ଏହା ଏକ ସ୍ୱାଗତ ଯୋଗ୍ୟ ପରଂପରା ହେଉ । ବଲାଙ୍ଗିରର ବିକାଶ ଦିଗରେ ଆଉ କେହି ପ୍ରତିବନ୍ଧକ ନ ହୁଅନ୍ତୁ, ସମସ୍ତେ ମିଳିମିଶି କାମ କଲେ ବଲାଙ୍ଗିରକୁ ବହୁ କମ ଦିନ ଭିତରେ ଏକ ସୁନ୍ଦର  ସହରରେ ପରିଣତ କରିପାରିବା ବୋଲି ଶ୍ରୀ ମିଶ୍ର କହିଥିଲେ ।

0
0
0
s2sdefault