ହେଡଲାଇନସ୍:

ଶୌର୍ଯ୍ୟଦିବସ ଉପଲକ୍ଷେ ବଜରଙ୍ଗ ଦଳର ମଶାଲ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ): କରସେବକମାନଙ୍କ ଦ୍ୱାରା ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ଉପରୁ ୪୫୦ ବର୍ଷର କଳଙ୍କ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଧୋଇ ଦିଆ ଯାଇଥିଲା । ଉକ୍ତ ୬ ଡିସେମ୍ବର ଦିନଟିକୁ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ସମଗ୍ର ଭାରତରେ ‘ଶୌର୍ଯ୍ୟ ଦିବସ’ ଭାବରେ ପାଳନ କରାଯାଏ । ଭଦ୍ରକ ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ଦିସବ ଉପଲକ୍ଷେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ  ହୋଇ ଯାଇଅଛି । ଏହି ଶୋଭାଯାତ୍ରାଟି ସନ୍ଧ୍ୟା ୫ଟାରେ ସହରର ଗାନ୍ଧିପଡିଆ ଠାରୁ ଆରମ୍ଭ ହୋଇ ସମଗ୍ର ସହର ପରିକ୍ରମା କରି ବନ୍ତଛକ ଠାରେ ଶେଷ ହୋଇଥିଲା । ବଜରଙ୍ଗ ଦଳର ପ୍ରାପ୍ତ ସଂଯୋଜକ ମାନସ ମହାନ୍ତି ମଶାଲରେ ଅଗ୍ନି ସଂଯୋଗ କରି ଶୁଭାରମ୍ଭ କରିଥିଲେ । ରାଷ୍ଟ୍ରୀୟ ଚେତନା ଓ ହିନ୍ଦୁତ୍ୱର ଉଦେ୍ଧଶ୍ୟ ନେଇ ଶହ ଶହ ରାମଭକ୍ତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ‘ରାମ୍ ଲାଲା ହମ୍ ଆୟେଙ୍ଗେ , ଭବ୍ୟ ମନ୍ଦିର ବନାୟେଙ୍ଗେ, ଭାରତ ମାତାକୀ ଜୟ ଓ ଜୟ ଶ୍ରୀରାମ ଧ୍ୱନୀ’ରେ ସହରରେ ସନ୍ଧ୍ୟା ସମୟ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ଦେବାଶିଷ ଗ୍ରହାଚାର୍ଯ୍ୟ, ପ୍ରଶାନ୍ତ ମଲ୍ଳିକ, ହିମାଂଶୁ ପଣ୍ଡା, ଗୌତମ ବାରିକ, ଦେବାଶିଷ ଜେନା, ସନ୍ତୋଷ ନାୟକ ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ବେଳେ ବିଭାଗ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ, ସୁବ୍ରତ ନାୟକ, ଅଜିତ ଭୋଇ, ସତ୍ରସାଇ ପରିଡା, ଗିରିଜା ପଣ୍ଡା, ସୁଶାନ୍ତ ଜେନା, ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ସାହୁ, ଶ୍ରୀକାନ୍ତ ଲେଙ୍କା, କୈଳାସ ଦାସ, ଶିବନାଥ ନାୟକ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ଶେଷରେ ବନ୍ତଛକ ଠାରେ ଏକ ପଥପ୍ରାପ୍ତ ସଭା ଅନୁଷ୍ଠିତ  ହୋଇଥିଲା । ଏଥିରେ ଶ୍ରୀଯୁକ୍ତ ମହାନ୍ତି ଶୌର୍ଯ୍ୟ ଦିବସ ସମ୍ପର୍କରେ ଆଲୋଚନା କରିବା ସହିତ କହିଥିଲେ ୪୫୦ ବର୍ଷର ଅନ୍ତିମ କ୍ଷଣ ଉପନୀତ । ଆସନ୍ତୁ ଏହି ଐତିହାସିକ ଏବଂ ନିର୍ଣ୍ଣାୟକ କ୍ଷଣରେ ନିଜକୁ ସାମିଲ କରି ଗୌରବାନ୍ୱିତ ମନେ କରିବା । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଚଳିତ ମାସ ୯ ତାରିଖରେ ହେବାକୁ ଥିବା ବିଶାଳ ହିନ୍ଦୁ ସମ୍ମିଳନୀରେ ସାମିଲ ହୋଇ ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ସଂକଳ୍ପ ନେବା । ସେହିପରି ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଜୟ ସିନ୍ହା କହିଥିଲେ କି ସୁପ୍ରିମକୋର୍ଟ ଯେଉଁ ଆଭିମୁଖ୍ୟ ପ୍ରକାଶ ପାଉଛି ତାକୁ ନେଇ ହିନ୍ଦୁ ସମାଜ କ୍ଷୋଭ ପ୍ରକାଶ କରୁଛି । ନିରାଶର ଭାବ ସୃଷ୍ଟି ହେଉଛି । ଏହା ଏକ ଜନ ଆନେ୍ଦାଳନରେ ପରିଣତ ହେଉଛି । ଭଦ୍ରକରୁ ୧୫୦୦୦ରୁ ଉଦ୍ଧ୍ୱର୍ ରାମଭକ୍ତ ଉକ୍ତ ସମ୍ମିଳନୀରେ ଯୋଗ ଦେଉଛନ୍ତି ବୋଲି ସେ ସୂଚନା ଦେଇଥିଲେ । ଶେଷରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିପିନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । 

0
0
0
s2sdefault