ହେଡଲାଇନସ୍:

  ବିଜେପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବନ୍ଧୁ ମିଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜୁ ଯୁବତୀ ବାହିନୀ ଗଠନକୁ ପ୍ରଶଂସା କଲେ ନେତୃବୃନ୍ଦ 

ବରଗଡ/ଗୌରାଙ୍ଗ ଚରଣ ଦାଶ 

ବରଗଡ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ସରକାରଙ୍କର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଡ଼ାକରାରେ ବିଜେପୁର ନିର୍ବାଚନ ମଣ୍ଡଳୀର ବରିଷ୍ଟ କର୍ମକର୍ତ୍ତାମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ  ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ଯାତ୍ରୀ ନିବାସ ଠାରେ ଆୟୋଜନ କରାଯାଇଥିଲା। ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପୁର, ବରପାଲି ଓ ଗାଇସିଲେଟ ବ୍ଲକର ବିଭିନ୍ନ ସ୍ଥାନରୁ ପ୍ରାୟ 500 ଜଣ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଏହି ଅବସରରେ ବିଜେପୁର ତଥା  ବରଗଡ ଜିଲ୍ଲା ର ସମସ୍ତେ ନିର୍ବାଚନ ମଣ୍ଡଳରେ  ଆଗାମୀ 2019 ସାଧାରଣ ନିର୍ବାଚନରେ ଦଳର ପ୍ରାର୍ଥୀ ମାନଂକର ବିଜୟ ସୁନିଶ୍ଚିତ କରିବା ପାଇଁ ଆଲୋଚନା କରାଯିବା ସହିତ ମତାମତ ଲୋଡ଼ା ଯାଇଥିଲା । ରାଜ୍ୟ ସରକାର ଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ତଥା ରାଜ୍ୟ ସରକାରଙ୍କ ଦ୍ବାରା ଆଗାମୀ ଦିନ ପାଇଁ ଗ୍ରହଣ କରାଯାଇଥିବା ବୁଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରେତ୍ୟକ ବ୍ୟକ୍ତି ଙ୍କୁ ଜଣାଇବା ପାଇଁ ଦଳୀୟ କର୍ମକର୍ତା ମାନଙ୍କୁ ନେତୃବୃନ୍ଦ ପରାମର୍ଶ ଦେଇଥିଲେ ।

          ଏହି ଅବସରରେ ରାଜ୍ୟ ସରକାରଙ୍କ ଶ୍ରମ ଓ ଶକ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ଗତ ବିଜେପୁର ଉପନିର୍ବାଚନ ସମୟରେ ବିଜେପୁରବାସୀଙ୍କୁ ରାଜ୍ୟ ସରକାର ଦେଇଥିବା ପପ୍ରତିଶୃତି , ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ପାଇଁ 1349 କୋଟି ଟଙ୍କାର ବ୍ୟୟ ଦ୍ୱାରା  ସ୍ଥାପନ କରାଯିବ । ଏହା ସହିତ ଦଳର କର୍ମୀଙ୍କୁ ସହିତ ଆଲୋଚନା କରାଯାଇ ଆଗାମୀ ଦିନରେ ବିଭିନ୍ନ କାର୍ଯକ୍ରମ କରାଯିବାର କହିଥିଲେ ମନ୍ତ୍ରୀ । 

      ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ମାନ୍ୟବର ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ପର୍ଯବେକ୍ଷକ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ , ବିଜେପୁର ବିଧାୟକ ରିତା ସାହୁ ପ୍ରମୁଖ କର୍ମୀ ମାନଙ୍କୁ ଉଦବୋଧନ ଦେଇ ଦଳକୁ ମଜବୁତ କରି ପୁଣିଥରେ ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହଟାମୁଠାକୁ ଟାଣ କରିବା ପାଇଁ କହିଥିଲେ । 

       ଏହି ବନ୍ଧୁ ମିଳନ ଉତ୍ସବ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ,ପାଇକମାଲ ବ୍ଲକର ବିଭିନ୍ନ ପଂଚାୟତରେ ଗଠିତ ବିଜୁ ଯୁବତୀ ବାହିନୀର ସଭ୍ୟାମାନଂକର ପରିଚୟ ଉପସ୍ଥିତ ସମସ୍ତ କର୍ମକର୍ତା ଓ ନେତୃ ମଣ୍ଡଳୀଙ୍କୁ କରାଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କର ବିଜୁ ଯୁବତୀ ବାହିନୀ ଗଠନର ପଦକ୍ଷେପକୁ ସମସ୍ତେ ପ୍ରସଂଶା କରିବା ସହିତ ଆଗାମୀ ଦିନରେ ମହିଳା ସଶକ୍ତି କାରଣ ପାଇଁ ଏହିଭଳି ପଦକ୍ଷେପ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଗ୍ରହଣ କରାଯିବ ଉଚିତ ବୋଳି ମତ ପ୍ରକାଶ ପାଇଥିଲା ।

             ବିଜେପୁର ନିର୍ବାଚନ ମଣ୍ଡଳୀର ଲାଲ ବିକ୍ରମ ସିଂ , ଗୌରହରି ମିଶ୍ର ,ଜନାର୍ଦ୍ଦନ ପାଣିଗ୍ରାହୀ , ନାରାୟଣ ସାହୁ , ମହେନ୍ଦ୍ର ମେହେର, କୀର୍ତ୍ତନ ଦାସ, କିଶୋର ଦଫାଦାର ପ୍ରମୁଖ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଜିଲ୍ଲା ସଭାପତିଙ୍କ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ସମସ୍ତେ ପ୍ରସଂଶା କରିଥିଲେ ।

 

0
0
0
s2sdefault