ଭଦ୍ରକ କୁଆଁସରେ ଖୋଲିବ ବିଭିନ୍ନ ସରକାରୀ ଅଫିସ  : ଡ୍ରେନର ଵ୍ୟଵସ୍ଥା ନ ହେଲେ ଆନ୍ଦୋଳନ ହେବ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ / ସତ୍ୟଭୂଷଣ  ସ୍ୱାମୀ  : ଭଦ୍ରକ ସହର କୂଆଁସ ଠାରେ ଥିବା ବଡ ଦାଣ୍ଡରେ ଚାଲିବ ସରକାରୀ ଅଫିସ । ଏଠାରେ ଖାଲି ପଡିଥିବା ସରକାରୀ ଜମିରେ ନିର୍ମାଣ ହୋଇଛି ବଡ ବଡ ସରକାରୀ  କୋଠା । ଆଗରୁ ଆହାର କେନ୍ଦ୍ରର ରୋଷେଇ ଶାଳ ଖୋଲା ହୋଇଥିବା ବେଳେ ଏଵେ ଅଵକାରୀ ଅଫିସ ଏବଂ ଡିଆଇସି ଅଫିସ ପାଇଁ ନିର୍ମାଣ ସରିଛି ଘର । ଆଗାମୀ ମାସରେ ମନ୍ତ୍ରୀ ଏହାକୁ ଉଦଘାଟନ କରିବେ ବୋଲି ଶୁଣା ଯାଉଛି । ହେଲେ ଅଫିସ ଓ ଘର ନିର୍ମାଣ ସରିଥିଲେ ମଧ୍ୟ ସେଠାରୁ ନିସ୍କାସନ ହେଵାକୁ ଥିବା ଆବର୍ଜନା ପାଣି ଏବଂ ଅଳିଆ ନଷ୍ଟ କରିବାର କୈଣସି ସୁଵିଧା ନାହିଁ । ଯାହା ପାଇଁ ସେଠାରେ ପରିଵେଶ ଦୂଷିତ ହେବା ସମ୍ଭାଵନା ଅଧିକ । ଏହା ପାଇଁ ଆସିଥିବା ୪୦ ଲକ୍ଷ ଟଙ୍କାର ସଦୁପଯୋଗ କରିବା ସହିତ ଯଥା ଶିଘ୍ର ଡ୍ରେନ ନିର୍ମାଣ ହେବି ସହିତ ସ୍ଥାନୀୟ ଲୋକଙ୍କୁ ସୁବିଧା ଯୋଗାଇ ଦେଵାକୁ ଦାବି ହେଉଛି । ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ଜବରଦଖଲ ଉଛେଦ ନ ହେଲେ ଆନ୍ଦୋଳନ ହେବ ବୋଲି ବିଭାଗକୁ ସୂଚାଇ ଦିଆଯାଇଛି ।

0
0
0
s2sdefault