ହେଡଲାଇନସ୍:

ଦୁବାଇରେ ଅନୁଷ୍ଠିତ ଇଣ୍ଡିଆନ୍ ଏଜୁକେସନ୍ ଫେୟାରରେ ସୋଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,  ଡିସେମ୍ବର  ୭ : ଦୁବାଇରେ ଅନୁଷ୍ଠିତ  ହେଉଛି ଇଣ୍ଡିଆନ୍ ଏଜୁକେସନ୍ ଫେୟାର-୨୦୧୮ । ଏହି ଏଜୁକେସନ୍ ଫେୟାରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟି ମଧ୍ୟ ଯୋଗ ଦେଇଛି । ସୋଆ ପକ୍ଷରୁ ଡିନ୍ ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଡିଏସର  ପ୍ରଫେସର ଡକ୍ଟର ଅନୁରାଗ ଶତପଥୀ ଯୋଗ ଦେଇଛନ୍ତି । ସୋଆ କିଭଳି ଶିକ୍ଷା କ୍ଷେତ୍ରରେ ଦେଶରେ ନିଜର ପାରଦର୍ଶିତା ଦେଖାଇଛି ଏବଂ ଗବେଷଣା କ୍ଷେତ୍ରରେ ଉନ୍ନତି କରିଛି ସେହି ସମ୍ପର୍କରେ ଏହି ଫେୟାରରେଯୋଗ ଦେଇଥିବା ଦୁଇଜଣ ପ୍ରଫେସର ଅଧିକ ଆଲୋକପାତ କରିଛନ୍ତି ।

ଏହି ଫେୟାରରେ  ଦୁବାଇସ୍ଥିତ ମାୱାରିଡ୍ ଫାଇନାନ୍ସର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ  ମହମ୍ମଦ ଅଲ୍ ନୁଆଇମି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହମ୍ମଦ ନୁଆଇମି ସୋଆର ଷ୍ଟଲ୍ ମଧ୍ୟ ପରିଦର୍ଶନ କରିବା ସହ ଶିକ୍ଷା ଅନୁଷ୍ଠାନ  ସମ୍ପର୍କରେ ଆଲୋଚନା କରିଥିଲେ । ମହମ୍ମଦ ନୁଆଇମିଙ୍କର ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ କ୍ଷେତ୍ରରେ ୨୫ ବର୍ଷ ଅଭିଜ୍ଞତା ରହିଛି । ସେ ନ୍ୟାସନାଲ ବ୍ୟାଙ୍କ ଅଫ୍ ଦୁବାଇର ବରିଷ୍ଠ ପଦାଧିକାରୀ ରହିଥିବା ବେଳେ ଏମିରେଟ୍ସ ଇନଷ୍ଟିଟ୍ୟୁଟ  ଫର ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସ ଷ୍ଟଡିଜର ମଧ୍ୟ ଚେୟାରମ୍ୟାନ ବି  ରହିଛନ୍ତି । ସେ ଦୁବାଇର ବୋର୍ଡ ଅଫ୍ କମର୍ସିଆଲ୍ ବ୍ୟାଙ୍କ ଇଂଟରନ୍ୟାସନାଲ  ନିଦେ୍ର୍ଧଶକ ମଧ୍ୟ ଅଛନ୍ତି । 

ଦୈନିକ ଇଂରାଜି ଖବର କାଗଜ ‘ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ ପକ୍ଷରୁ ପ୍ରକାଶିତ ଏଡେକ୍ସ ଆନୁକୂଲ୍ୟରେ ଏହି  ଇଣ୍ଡିଆନ୍ ଏଜୁକେସନ୍ ଫେୟାର-୨୦୧୮ର ଆୟୋଜନ କରାଯାଇଛି । ଦୁବାଇର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଏହି ଫେୟାର ବୁଲି ଦେଖିବା ସହ ସୋଆ ଷ୍ଟଲ୍ ମଧ୍ୟ ପରିଦର୍ଶନ କରିଛନ୍ତି । 

0
0
0
s2sdefault