ହେଡଲାଇନସ୍:

ଶ୍ରାଦ୍ଧ ଦିବସରେ ଆମ୍ୱେଦକରଙ୍କୁ ଶ୍ରଦ୍ଧାଞ୍ଜଳି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଯାଜପୁର,(ଜୟଶଙ୍କର ଦାଶ):ସମ୍ୱିଧାନ ପ୍ରଣେତା ଭାରତ ରତ୍ନଡଃ ବି.ଆର. ଆମ୍ୱେଦକରଙ୍କର ପୁଣ୍ୟ ତିରୋଧାନ ଦିବସ ଅବସରରେ ପ୍ରଶାସନ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି  ଅର୍ପଣ କରାଯାଇଥିଲା ।  ଗୈାତମ  ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବାବା ସାହେବ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତିରେ ସମାଜସେବୀ ନିଶିତ ଦାସ ପତଞ୍ଜଳି ଯୋଗ ଶିବିରର ଗୁରୁ ମନ୍ମଥ ସାମଲ, ସରୋଜ କୁମାର ଜେନା, ପରମାନନ୍ଦ ତ୍ରିପାଠୀ  ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।  ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟ ପରିଚାଳନା ଓ ଶ୍ରଦ୍ଧାସୁମନ ଅର୍ପଣ ସହ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର୍ର ଭାରତ ବର୍ଷର ସମ୍ୱିଧାନ ପ୍ରତିଷ୍ଠା ପାଇଁ ବାବା ସାହେବ ଆମ୍ୱେଦକର ଚୀର ଅମର ହୋଇ ରହିବେ ବୋଲି ମତ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୋଗ ଗୁରୁ ଗୋପୀନାଥ ସେଠୀ, ବିଶ୍ୱନାଥ ସାହୁ, ହୃଷିକେଶ ନାଥ, ଅଜୟ ସାମଲ, ସୁଶାନ୍ତ ଗୋଚ୍ଚ୍ଥାୟତ ପ୍ରମୁଖ ଊପସ୍ଥିତ ଥିଲେ ।

0
0
0
s2sdefault