ହେଡଲାଇନସ୍:

ବୃତ୍ତି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦାନଗଦୀ : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତ୍ରିଜଙ୍ଗା  କଲୋନୀର ଦେବାଶିଷ ସ୍ୱାଇଁ ୨୦୧୭-୧୮ ଶିକ୍ଷାବର୍ଷରେ ବ୍ଲକରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଶ୍ରୀମାନ ସ୍ୱାଇଁ ସର୍ବାଧିକ ୯୦% ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ତୃତୀୟ ଶ୍ରେଣୀରେ ଅଭିପ୍ସା କିରଣ ବେହେରା ୭୯% ନମ୍ବର ରଖି ସପ୍ତମ ସ୍ଥାନ ଅଧିକାର କରିଥିବାବେଳେ ପଞ୍ଚମ ଶ୍ରେଣୀର ସୁଲଗ୍ନା ଲେଙ୍କା ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ପାଇଁ ଗୁରୁଜୀ ଗୁରୁମା ଏବଂ ସହପାଠୀମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷରେ ଅଭିଭାବକମାନେ ମଧ୍ୟ ଶିକ୍ଷାନୁଷ୍ଠାନ ର ସମସ୍ତ ଗୁରୁଜୀ ଗୁରୁମାଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଛନ୍ତି ।

0
0
0
s2sdefault