ହେଡଲାଇନସ୍:

ଅବ୍ୟବସ୍ଥାରେ ଓଡିଶା ଆଦର୍ଶ ବିଦ୍ୟାଳୟ :   ବିଜ୍ଞାନ ଶିକ୍ଷକ ନଥାଇ ମଧ୍ୟ ଚାଲିଛି ପାଠପଢ଼ା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲାଟ/କେଦାର ନାଥ ସାହୁ: ପ୍ରତେକ ଅଭିଭାବକ ଚାହାନ୍ତି ତାଙ୍କ ପିଲାମାନଙ୍କୁ ସରକାରୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠପଢ଼େଇବା ପାଇଁ । ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଦର୍ଶ ବିଦ୍ୟାଳୟରେ ପାଠପଢ଼ିବାର ସୁଯୋଗ ପାଇଥିବା ଛାତ୍ରଛାତ୍ରୀ ମାନଙ୍କ ପିତାମାତା ଗର୍ବ ଅନୁଭବ କରିଥାନ୍ତି ।ହେଲେ ବରଗଡ଼ ଜିଲ୍ଲାର ଗାଇସିଲାଟ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏହି ଶିକ୍ଷା ବ୍ୟବସ୍ଥାରେ ଅସନ୍ତୁଷ୍ଟ ।ଦି ମହଲା ବିଶିଷ୍ଟ ଏହି ଶିକ୍ଷାନୁଷ୍ଠାନରେ ପାଠ ପଢିବାର ବ୍ୟବସ୍ଥା ରହିଛି, ହେଲେ ନା ଅଛନ୍ତି ବିଜ୍ଞାନ ଶିକ୍ଷକ ନା ଅଛି ହଷ୍ଟେଲ ନା ଅଛନ୍ତି ଖେଳ ଶିକ୍ଷକ ନା ଅଛି ଖେଳ ପଡ଼ିଆଟିଏ ।ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୦୦ ଜଣ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା ଥିବା ଏହି ବିଦ୍ୟାଳୟରେ ଅବ୍ୟବସ୍ଥା ଯୋଗୁ ମାତ୍ର ୩୧୮ ଜଣ ଛାତ୍ରଛାତ୍ରୀ ନାମ ଲେଖେଇଛନ୍ତି । ବିଦ୍ୟାଳୟରେ ୧୬ଜଣ ଶିକ୍ଷକଙ୍କର ଆବଶ୍ୟକତା ଥିବାବେଳେ ମାତ୍ର ୧୧ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ।ଗୋଟିଏ ହେଲେ ବିଜ୍ଞାନ ଶିକ୍ଷକ ତଥା ଖେଳ ଶିକ୍ଷକ ନ ଥିବା ଏହି ବିଦ୍ୟାଳୟର ଅବ୍ୟବସ୍ଥା ପାଇଁ ବାରମ୍ବାର ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟିଗୋଚର କଲେ ମଧ୍ୟଏ ଯାଏଁ କିଛି ସୁଫଳ ମିଳୁନାହିଁ ।ହଷ୍ଟେଲର ବ୍ୟବସ୍ଥା ନଥିବାରୁ ବାହାରୁ ଆସିଥିବା ଛାତ୍ରଛାତ୍ରୀ ମାନେ ତାଙ୍କ ମା ବାପା ଙ୍କ ସହ ଗାଇସିଲାଟ ଠାରେ ଘରଭଡା ନେଇ ରହୁଛନ୍ତି ,ଯାହାକି ପ୍ରତ୍ୟେକ ଅଭିଭାବକ ମାନଙ୍କ ପକ୍ଷରେ ସମ୍ବବପର ହୋଇପାରୁନାହିଁ ।ଆଦର୍ଶ ବିଦ୍ୟାଳୟ ଖୋଲିବାର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଯାତାଯାତ ପାଇଁ ପିଚୁ ରାସ୍ତା ଟିଏ ହେଇପାରି ନାହିଁ ।ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସରକାର ଦୃଷ୍ଟି ଦେବା ପାଇଁ ଅଭିଭାବକ ତଥା ବୃଦ୍ଧିଜୀବୀ ମହଳରେ ଦାବି ହେଉଛି।

 

 

0
0
0
s2sdefault