ହେଡଲାଇନସ୍:

୧୦ ଜଣ ଫାର୍ମାସିଷ୍ଟ ଓ ଟେକ୍ନିସିଆନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/ଜୟଶଙ୍କର ଦାଶ : ଚିକିତ୍ସା କ୍ଷେତ୍ର ସେବା ପାଇଁ  ଊଦ୍ଧିଷ୍ଟ ।  ତେଣୁ ଏହି କ୍ଷେତ୍ରରେ ଯୋଗ ଦେଇଥିବା ପ୍ରତ୍ୟେକ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରିବାକୁ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଆହ୍ୱାନ ଦେଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ  ପକ୍ଷରୁ ଲାବୋରେଟୋରୀ ଟେକ୍ନିସିଆନ ଓ ପାଂର୍ମାସିଷ୍ଟ ପଦବୀ ନିମନ୍ତେ ୧୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା  ।  ଆୟୁକ୍ତ ଶ୍ରୀ ମଲ୍ଲିକ ନିଯୁକ୍ତି ପତ୍ର ପ୍ରଦାନ ସହ ସଠିକ କାମ କରିବାକୁ ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଥିଲେ ।  ଜିଲ୍ଲାପାଳ ରଂଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ନବ ନିଯୁକ୍ତଙ୍କୁ ସ୍ୱାଗତ କରି ନିଜର ସେବା ଓ ସାହାଯ୍ୟ ଦ୍ୱାରା ଜନସାଧାରଣଙ୍କ ସେବା କରିବା ଓ ସେବା ମାଧ୍ୟମରେ ଲୋକଙ୍କ ହୃଦୟ ଜିତିବାକୁ ଆହ୍ୱାନ ଦେଇଥିଲେ ।  ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଟିମ୍ ଲିଡର ଡଃ କୁମାର ଶୁଭାଶିଷ, ଅନ୍ୟତମ ସଦସ୍ୟ ଇଂଜିନିୟର କମଳାକାନ୍ତ ସ୍ୱାଇଁ , ଇଂ. ଆଶିର୍ବାଦ ନାୟକ, ଇଂ. ଆଶିଷ ଦାସ, ସୁନିତ କୁମାର ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।  ପାଂର୍ମାସିଷ୍ଟ ଭାବେ ମନସ୍ୱିନୀ ରଥ, ବବିତା ସାହୁ, ସଂଧ୍ୟାରାଣୀ ନାୟକ, ଇତିଶ୍ରୀ ରାୟ, ସୁଚିସ୍ମିତା ସିଂ  ଓ ଲାବୋରେଟୋରୀ ଟେକ୍ନିସିଆନ ଭାବେ ରସ୍ମିତା ସିଂ, ଦେବାଶିଷ ରାଊତ, ସୋନାଲି ସୁଚିସ୍ମିତା ସାହୁ, ଶୁଭ୍ରଜ୍ୟୋତି ସ୍ୱାଇଁ ପ୍ରାଚୀ ପରମିତା ଜେନା ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।  ରାଜସ୍ୱ ଆୟୁକ୍ତ ଯାଜପୁର ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିବିଧ କାର୍ଯ୍ୟର ସମୀକ୍ଷା  କରିଥିଲେ ।  ଏହି ସମୀକ୍ଷା ସମୟରେ ଜିଲ୍ଲାପାଳ ଶ୍ରୀ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ  ଶ୍ରୀ ଆଚାର୍ଯ୍ୟଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅନ୍ୟାନ୍ୟ ସମସ୍ତ ଅଧିକାରୀ , କର୍ମଚାରୀ  ପ୍ରମୁଖ ଊପସ୍ଥିତ ଥିଲେ । 

0
0
0
s2sdefault