ହେଡଲାଇନସ୍:

 ସ୍ୱତନ୍ତ୍ର ନିଯୁକ୍ତି ପରାମର୍ଶ ଶିବିର : ଦକ୍ଷତା ହିଁ କ୍ଷମତା କାର୍ଯ୍ୟକ୍ରମ ୭୮୧ ଜଣ ପଞ୍ଜିକୃତ , ୧୯୨ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ ଗତ ଅକ୍‍ଟୋବର ୧୦ ତାରିଖରେ ଦେଖାଦେଇଥିବା ତିତଲି ବାତ୍ୟାରେ ବହୁ ସଂଖ୍ୟାରେ ଅଞ୍ଚଳବାସୀ ସେମାନଙ୍କ ସବୁଦିନର ରୋଜଗାର ନ୍ଥା ହରାଇ ସର୍ବହରା ହୋଇଡିଛନ୍ତି । ସେହି ରିସ୍ଥିତିକୁ ଦୃଷ୍ଟିରେ ରଖି ତିତିଲି ବାତ୍ୟା ପ୍ରବାହିତ ତଥା କ୍ଷତି ଗ୍ରସ୍ତ ଅଞ୍ଚଳବାସୀଙ୍କ ପାଇଁ ଦିନଦୟାଲ ଉପାଧେୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ସରକାର ଅଭିନବ ରୋଜଗାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଗଜପତି ଜିଲ୍ଲା ଗୋଷାଣୀ ସ୍ଥିତ ବ୍ଲକ କାର୍ଯ୍ୟାଳୟ ସାମନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିଯୁକ୍ତି ପରାମର୍ଶ ଶିବିର ତଥା ଦକ୍ଷତା ହିଁ କ୍ଷମତା ହିଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ ଗୋଷାଣି ଗୋଷ୍ଠୀ କାର୍ଯ୍ୟକ୍ରମ ଅଧିକାରୀ ମମତା ରାଉଳଙ୍କ ସଭାପତିତ୍ୱ ତଥା ସଂଯୋଜନାରେ ଜିଲ୍ଲା ଓରମାସର ମୁଖ୍ୟ ଗୁଣ୍ଡିଚୁ ବେହେରା , ଗୋଷାଣି ବ୍ଲକ ଅଧ୍ୟକ୍ଷା ଚୁପୁରା ତାରିକେଶ୍ୱରୀ, ବିଡିଓ ସଂଗ୍ରାମ ଶେଖର ପଣ୍ଡା ଏ.ବି.ଡି.ଓ ଅଭିମନ୍ୟୁ ସାହୁ ପ୍ରମୁଖ ଯୋଗ ଦେଇ ତିତଲି ବାତ୍ୟା କ୍ଷତି ଗ୍ରସ୍ତ ଅଞ୍ଚଳବାସୀଙ୍କର ପିଲାମାନେ ଯେଉଁ ମାନେ କି ପଞ୍ଚମରୁ ଗ୍ରେଜୁଏସନ ପର୍ଯ୍ୟନ୍ତ ପାଠ ପଢିଥିବେ ଏବଂ ସେମାନଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବ ଏବଂ ଯେଉଁ ମାନେ ପରିବାରର ଆର୍ଥିକ ସ୍ଥିତିକୁ ବଢାଇବା ପାଇଁ ଇଛୁକ ଯୁବକଯୁବତୀ ଆଗେଇ ଆସିବାକୁ ଚାହିଁବେ ସେମାନଙ୍କୁ ମାଗଣାରେ ରହିବା, ଖାଇବା, ପିନ୍ଧିବା, ତାଲିମ ପ୍ରଭୃତିର ବ୍ୟବସ୍ଥା ରହିଛି । ଗ୍ରାମାଞ୍ଚଳରେ ବେକାର ଯୁବକଯୁବତୀ ମାନଙ୍କୁ ଉଯୁକ୍ତ ଓ  ଉନ୍ନତ ତାଲିମ ମାଧ୍ୟମରେ ବିଭିନ୍ନ କାମ ଧନ୍ଦା ପାଇଁ ଦକ୍ଷ ଓ କୁଶଳି କରି ରାଜ୍ୟ ଓ ରାଜ୍ୟ ବାହାରେ ଦୀର୍ଘ ସ୍ଥାୟୀ କାମ ଧନ୍ଧା - ଚାକିରୀ ବିଭିନ୍ନ କମ୍ପାନୀ ମାନଙ୍କରେ ଯୋଗାଇ ଦେବାରୁ ସୁବନ୍ଦୋବସ୍ତ କରିବା ହୋଇଛି ଏହି ଦିନ ଦୟାଲ ଉପାଧେୟ ଗ୍ରାମୀଣ କୌଶଲ୍ୟ ଯୋଜନା ଉଦ୍ଦେଶ୍ୟ ତେଣୁ ଏହି ସୁଯୋଗ ହାତଛଡା କରିବାକୁ ଆହ୍ୱା କରିଥିଲେ । ଏହି ସ୍ୱତନ୍ତ୍ର ିଯୁକ୍ତ ପରାମର୍ଶ ଶିବିରରେ ୧୩ଗୋଟି କମ୍ପାନୀ ଆସିଥିଲେ ସେମାେ ବିଭିନ୍ନ ଷ୍ଟଲ ମାନ ଖୋଲି ଯୁବକ ଯୁବତୀ ମାନଙ୍କୁ ସେମାନଙ୍କୁ କମ୍ପାନୀ ସମ୍ପର୍କରେ ବୁଝାଇବା ସହ ସଚେତନତା ପତ୍ର ମଧ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୭୮୧ ଜଣ ଯୁବକଯୁବତୀ ଆସି ସେମାନଙ୍କ  ନାମ ପଞ୍ଜିକରଣ କରିଥିବା ବେଳେ ଚାକିରି କରିବା ପାଇଁ ନିଜେ ଇଛୁକ ହେବା ପରେ ୧୯୨ ଜଣ ଯୁବକଯୁବତୀ ବିଭିନ୍ନ ବିଭାଗରେ ତାଲିମ ପାଇଁ ମନୋନୀତ ହୋଇଥିଲେ । ଓରମାସର ଜିଲ୍ଲା ସଂଯୋଜକ କାର୍ତ୍ତିକ ଚରଣ ମହାପାତ୍ର ଏବଂ ବ୍ଲକ କାର୍ଯ୍ୟାଳୟ ପିଏ ତଥା ଜିପିଇଓ ସୁଜ୍ଞା ରଞ୍ଜନ ଜାଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault