ହେଡଲାଇନସ୍:

ଜିଲ୍ଲାସ୍ତରୀୟ ୫୬ତମ ଗ୍ରୃହରକ୍ଷୀ ବାହିନୀ ଦିବସ ୨୦୧୮

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଉକଣ୍ଠରେ ଥିବା ବେତାଗୁଡା ସ୍ଥିତ ରିଜର୍ଭ ପୋଲିସ ପେରେଡ ଡିଆ ଠାରେ ଜିଲ୍ଲା ସ୍ତରୀୟ ୫୬ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ତଥା ନିଷ୍କାମ ସେବା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କୁମାର ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହରକ୍ଷୀ ବାହିନୀର ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଉଦ୍‍ବୋଧନ ଦେଇ ଆରକ୍ଷୀ ଅଧିକ୍ଷକ ଦାସ କହିଥିଲେଯେ ସମାଜସୁରକ୍ଷା ସେବା ସହିତ ପ୍ରାକୃତିକ ବିର୍ଯ୍ୟୟ ଓ ଜରୁରୀକାଳୀନ ରିସ୍ଥିତି ବେଳେ ଗୃହରକ୍ଷୀ ମାନେ ସଦାସର୍ବଦା ପୋଲିସ ସହ କାନ୍ଧକୁ କାନ୍ଧ ମିଶାଇ ନୀରବଛିନ୍ନ ଭାବେ ଉତ୍ତମ ସେବା ଯୋଗାଇ ଆସୁଛନ୍ତି । ଯାହାକି ଅତ୍ୟନ୍ତ ପ୍ରଶଂସନୀୟ ଏଭଳି ସେବା ଆଗକୁ ଆହୁରୀ କର୍ତ୍ତବ୍ୟ ନିଷ୍ଠା ଓ ଦାୟୀତ୍ୱବାନ ହୋଇ ସମାଜର ସେବା ଓ ସୁରକ୍ଷା ଦିଗରେ ଯତ୍ନବାନ ହେବା ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାସ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓ ହୋମଗାର୍ଡ ଡିଜିଙ୍କ ପ୍ରେରିତ ବାର୍ତ୍ତା ପଠନ କରିଥିଲେ । ପ୍ୟାରେଡ୍‍ କମାଣ୍ଡର ଭାବେ ତାରିଣୀ ଜେନା ପ୍ୟାରେଡ୍‍ ପରିଚାଳନା କରିଥିଲେ । ଏସଡିପିଓ ଠାକୁର ପ୍ରସାଦ ପାତ୍ର , ଡିଏସପି ଗୌତମ ମଲ୍ଲିକ, ଥାନା ଅଧିକାରୀ ବାବୁଲି ନାୟକ , ରିଜର୍ଭ ଇନ୍‍ସକେ୍‍ଟର ଦୁର୍ଯ୍ୟୋଧନ  ବେହେରା, ଇନ୍ସପେକ୍ଟର ଜ୍ୟୋତ୍ସ୍ନା କାଉଁରୀ, ହୋମଗାର୍ଡ ଏସି କିଶୋର ସୁବୁଦ୍ଧି ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

0
0
0
s2sdefault