ହେଡଲାଇନସ୍:

ନିଶା ସେବନ ଓ ତାର କୁପରିଣାମ ବିଷୟରେ ଜିଲା ସ୍ତରୀୟ ସଚେତନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି ) ମୟୁରଭଞ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ଆନୁକୁଲ୍ୟରେ ମାଦକ ଦ୍ରବ୍ୟ ସେବନ ର କୁ ପ୍ରଭାବ ଓ ନିଶା ଆସକ୍ତ ର କୁ ପରିଣାମ ଉପରେ ଜନସଚେତନତା ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଜିଲା ସଦର ମହକୁମା ବାରିପଦାଠାରେ  ଜିଲା ସ୍ତରୀୟ ସଚେତନ ଶୋଭଯାତ୍ରା ଓ ଆଲୋଚନା ସଭା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଅଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାକୁ ଜିଲାପାଳ ବିନୀତ ଭରଦ୍ୱାଜ ଓ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର  ସବୁଜା ପତାକା ଦେଖାଇ ଶୁଭାରମ୍ଭ ପୁର୍ବକ ସଚେତନତା ବାର୍ତ୍ତା ଜ୍ଞାପନ କରିଥିଲେ । ପରେ ପରେ ଶହୀଦ ସ୍ମୃତି ଭବନ ଠାରେ ଅତିରିକ୍ତ ଜିଲାପାଳ ଆବୋଲି ସୁନୀଲ ନରଓାଣେଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ  ହୋଇଥଲା । ଏଥିରେ ଅନ୍ୟତମ ଜିଲାପାଳ (ରାଜସ୍ୱ) ବ୍ରଜବନ୍ଧୁ ଭୋଳ , ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ବାରିପଦା ଶାଖାର ବ୍ରହ୍ମକୁମାରୀ ବି କେ ଉମା ଓ ଗୀତା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମାଦକ ଦ୍ରବ୍ୟ ସେବନର  କୁପ୍ରଭାବ  କିପରି ସମାଜରେ କ୍ଷତି ପହଞ୍ଚାଇଥାଏ ସେ ସମ୍ପର୍କିତ ଆଲୋକପାତ କରିବାସହ ଏଥିପ୍ରତି ସଚେତନତା ସୃଷ୍ଟିକରିବାପାଇଁ ପରାମର୍ଶ ଦେଇଥିଲେ । ଜିଲା ଅବକାରୀ ଅଧିକ୍ଷକ ରବୀନ୍ଦ୍ର ନାଥ ସାହୁ ପ୍ରଥମେ ସ୍ୱାଗତ ଭାଷଣ ଜଣାଇ ମାଦକ ଦ୍ରବ୍ୟର କୁପ୍ରଭାବ ଉପରେ ଆଲୋକପାତ ପୂର୍ବକ ନିଶାଦ୍ରବ୍ୟର ଚୋରାଚାଲାଣ ସମ୍ପର୍କରେ ଅବକାରୀ ଓ ପୋଲିସ ବିଭାଗ କୁ ଜଣାଇବା ପାଇଁ ସହଯୋଗ କାମନା କରିଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନ ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯିବା ଉଦେ୍ଧଶ୍ୟରେ ଅନୁଷ୍ଠିତ  ତର୍କ , ପ୍ରବନ୍ଧ  ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଶେଷରେ ଜିଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault