ହେଡଲାଇନସ୍:

ନୋ ୟୋର ଷ୍ଟେଟସ : ପଦ୍ମପୁରରେ ବିଶ୍ୱ ଏଡ୍ସ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର (ନୀଳ ଦୀପ )- ପଦ୍ମପୁର ସହରରେ ଶନିବାର ଦିନ ବିଶ୍ୱ ଏଡ୍ସ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପଦ୍ମପୁର ଡାକ୍ତରଖାନା ପରିସରରେ ଥିବା ଆଇ.ସି.ଟି.ସି. ସେଣ୍ଟରରେ ପଦ୍ମପୁର ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଦେଖାଇ ଛାତ୍ରଛାତ୍ରୀ ମାନଙ୍କର ରେଲିକୁ ଉଦ୍ଘାଟନ କରିଥିଲେ । ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ମେଡିକାଲ୍ ସୁପରିନ୍ଟେଡେଣ୍ଟ ଡା. ଯଦୁମଣି ସାହୁ, ରାଜବୋଡାସମ୍ବର ବି.ଡି.ଓ ଶ୍ରୀମତୀ ଏଲିଜା ମିଶ୍ର, ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ: ଲଳିତେନ୍ଦୁ ନାୟକ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପଦ୍ମପୁର ଥାନାର ଭାରପ୍ରାପ୍ତ ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ, ସମାଜସେବୀ ନିରୋଜ ଦୋରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଅଞ୍ଚଳ ମହାବିଦ୍ୟାଳୟର ଏନ୍.ସି.ସି ଛାତ୍ର ତଥା ଅଧିକାରୀ ମିଥୁନ୍ ମେହେର, ୟୁଥ୍ ରେଡକ୍ରସ୍ର କାଉନସିଲର ପ୍ରମୋଦ ପାଣିଗ୍ରାହୀ, କ୍ରୀଡା ଅଧ୍ୟାପକ ସଚ୍ଚିଦାନନ୍ଦ ବହିଦାର, ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇ, ବୃନ୍ଦାବନ ଦାଶ, ଗୋପାଳଜୀ ପାଣିଗ୍ରାହୀ, ନିଳିମାରାଣୀ ମହାନ୍ତି ଓ ନନ୍ଦିନୀ ବାଗ ତଥା ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ଏନ୍.ସି.ସି ଛାତ୍ର ତଥା ଅଧିକାରୀ ମୋହନ ବନ୍ଛୋର, ଅଭିଲାସ ସାହୁ, ସୁମିତ ମହାନ୍ତି, ଦୀପକ ତିୱାରୀ ଓ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ତଥା ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ଏଡ୍ସ୍ ସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ ଧରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିଥିଲେ । ଶୋଭାଯାତ୍ରାରେ ପଦ୍ମପୁର ଏଡ୍ସ୍ କାଉନ୍ସିଲର ଚିନ୍ତାମଣି ପଣ୍ଡା, ପ୍ରଦୀପ ଭୋଇ, ସଂଗ୍ରାମ ମହନ୍ତ, ଦୀପକ ସାହୁ, ପ୍ରଭାସ ରଥ, ଶ୍ରୀକାନ୍ତ ମିଶ୍ର (ଆର.ୱାୟି.ଏସ୍), ସୁମିତ ସିହ୍ନା, ହିତେଶ ସାହୁ ପ୍ରମୁଖ ଯୋଗଦାନ କରି ଶୋଭାଯାତ୍ରାକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 

 

0
0
0
s2sdefault