ହେଡଲାଇନସ୍:

ଓଡିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ କ୍ୟାମ୍ପ କୋର୍ଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )

ଓଡିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ବାରିପଦାଠାରେ ଏକ ଶିବିର ଅଦାଲତ ଜିଲାପାଳ ଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ  ହୋଇଯାଇଅଛି । ମୟୁରଭଞ ଜିଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ଶିବିର ଅଦାଲତରେ ରାଜ୍ୟ ମହିଳା ଆୟୋଗର ସଦସ୍ୟ ସଚିବ ମନୋଜ କୁମାର ବେହେରା ଯୋଗଦେଇ ମହିଳା ମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ  ଥିବା ଆଇନ ସେବା ସହାୟତାରେ ବିଭିନ୍ନ ଆପତ୍ତି ଅଭିଯୋଗ ମାମଲା ଗୁଡିକରେ ଆପୋଷ ଆଲୋଚନା ଦ୍ୱାରା ସମାଧାନ କରାଯିବା ଶିବିର ଅଦାଲତର ମୁଖ୍ୟ ଉଦେ୍ଧଶ୍ୟ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠିତ  ଏହି ଶିବିରରେ ବିଶେଷକରି ପାରିବାରିକ କଳହ , ମନୋମାଳିନ୍ୟ ତଥା ଘରୋଇ ହିଂସା , ନିର୍ଯ୍ୟାତନା ଜନିତ ରାଜ୍ୟ ମହିଳା ଆୟୋଗ ନିକଟରେ ଦରଜ ହୋଇଥିବା ବିଭିନ୍ନ ଆପତ୍ତି ଅଭିଯୋଗ ମମାଲା ଗୁଡିକ ଉପରେ ଶୁଣାଣୀ କରାଯାଇଥିଲା । ଏହି ଶିବିରରେ ମୟୁରଭଞ ଜିଲାରୁ ୩୫ ଗୋଟି ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିଲା । ସେଥିରୁ ୨୯ ଗୋଟି ମମାଲା ବାଦି , ପ୍ରତିବାଦୀ ଓ ଉଭୟ ପକ୍ଷଙ୍କ ଉପସ୍ଥିତିରେ ମାମଲା ଆୟୋଗ ପକ୍ଷରୁ ଆପୋଷ ଆଲୋଚନା କୁ ଭିତ୍ତିକରି ଶୁଣାଣୀ ହୋଇଥିଲା । ଶୁଣାଣି ହୋଇଥିବା  ୨୯ ଗୋଟି ମାମଲା ମଧ୍ୟରୁ ୬ ଗୋଟି ମାମଲାର ଫଏସଲା ହୋଇଥିବାବେଳେ ୧୭ ଗୋଟି ମମାଲାର ପକ୍ଷମାନଙ୍କୁ ପରବର୍ତ୍ତି ପଯ୍ୟାୟରେ ଶୁଣାଣି କରାଯିବା ନିମନ୍ତେ ନୋଟିସ ଜାରିକରାଯିବାକୁ ନିଷ୍ପତ୍ତି ନିଆଯାଇଅଛି । ଏତଦ ବ୍ୟତୀତ ୬ ଗୋଟି ମମାଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଜିଲା ଆରକ୍ଷୀ ଅଧିକ୍ଷକ , ପ୍ରଟେକସନ ଅଧିକାରୀ ଏବଂ କ୍ରାଇମବା୍ରଞ ଙ୍କ  ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିହୀତ ପଦକ୍ଷେପ ତଥା କାର୍ଯ୍ୟାନୁଷ୍ଠାନ  ନିମନ୍ତେ ସୁପାରିଶ କରାଯାଇଥିଲା । ଅନୁଷ୍ଠିତ  ଉକ୍ତ ଶିବିର ଅଦାଲତରେ ରାଜ୍ୟ ମହିଳା ଆୟୋଗର ସଦସ୍ୟା ସ୍ନେହାଞଳି ମହାନ୍ତି ଓ କୁସୁମରଥ ପ୍ରମୁଖ ଙ୍କ ସମେତ ଜିଲା ଆରକ୍ଷୀ ବିଭାଗ (ଏନଆରପିସି) ଉପ ଆରକ୍ଷୀ ଅଧିକ୍ଷକ ସବିତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ  । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଆୟୋଗର ଡେକ୍ସ ଅଫିସର ପ୍ରଶାନ୍ତ ପଟ୍ଟନାୟକ ,ଲିଗାଲ ଆସିଷ୍ଟାଣ୍ଟ ଉମାକାନ୍ତ ସାହୁ , ତ୍ରିଲୋଚନ ନାୟକ , ଅରବିନ୍ଦ ପଟ୍ଟନାୟକ , ଚିତ୍ତଋଞନ ସାହୁ ପ୍ରମୁଖ ଙ୍କ ସମେତ ସହକାରୀ ଜିଲା ସମାଜ କଲ୍ୟାଣ ଅଧିକାରୀ ବିଧାନ ଚନ୍ଦ୍ର ଦାସ , ଆରଡିଏସି ସଂପାଦକ ବିଜୟ କୁମାର ବେହେରା ଏବଂ ସଂପୃକ୍ତ ବିଭାଗ କର୍ମଚାରୀମାନେ ଶିବିର  ପରିଚାଳନାରେ ସହେଯାଗ କରିଥିଲେ ।

 

0
0
0
s2sdefault