ହେଡଲାଇନସ୍:

ପଶ୍ଚିମ ଓଡିଶାର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସୁନ୍ଦରଗଡ ଓ ବଣାଇ ଠପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡରୁ ହୋରାଚାନ୍ଦ ଦେହୁରୀଆ :  ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବଣେଇ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଓକିଲମାନେ ଆଜି ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଜାରି ରଖିଥିବା ବେଳେ କୋର୍ଟ କାର୍ଯ୍ୟ ,ସରକାରୀ କାର୍ଯ୍ୟାଳୟ, ସ୍କୁଲ ,କଲେଜ,ରାସ୍ତା ଘାଟ, ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ  କରିଛନ୍ତି ଫଳରେ ରାସ୍ତା କଡରେ ସହ ସହ ଗାଡି ଛିଡା ହୋଇଥିବା ଦେଖିବାକୁ ମିଳିଛି। ଆଜି ବଣେଇରେ ସାପ୍ତାହିକ ହାଟ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତଥାପି ଜନ ସାଧାରଣରେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାବି ଉପରେ ନିରବ ରହିଥିବା ଦେଖିବାକୁ ମିଳିଛି। ଏହାର ପ୍ରତିବାଦରେ ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କାର୍ଯ୍ୟାନୁଷ୍ଠାନ କମିଟି (ସିଏସି) ର ଆହ୍ୱାନ କ୍ରମେ ଗୁରୁବାର ସକାଳୁ ବା ଆଜିଠାରୁ ୪୮ ଘଣ୍ଟିଆ ମହାବନ୍ଦ ପାଳନ କରାଯିବାର ଓକିଲ ସଂଘ ପକ୍ଷରୁ ସୁଚନା ମିଳିଛି।ଏହି ଧର୍ମଘଟ ଆସନ୍ତା ଶନିବାର ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡିଛି। ବଣେଇ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ରାସ୍ତାରୋକ କରାଯାଉ ଥିବାର ଦେଖିବାକୁ ମିଳିଛି।

ସୁନ୍ଦରଗଡରେ ମଧ୍ୟ ଅନୁରୂପ ଦାବିରେ ବନ୍ଦ ପାଳନ କରାଯାଉଛି | ସୁନ୍ଦରଗଡ ଓକିଲ ସଂଘ ପକ୍ଷରୁ ସହରର ପ୍ରମୁଖ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି  | ବାଇପାସ ଓଭରବ୍ରିଜ (ଭବାନୀପୁର) ଛକ, ନୂଆ ବସଷ୍ଟାଣ୍ଡ ଛକ, ରାଣୀ ବଗିଚା ବାଇପାସ ଛକ, ସରକାରୀ କଲେଜ ବାଇପାସ ଛକ ସମେତ ସହରର ପ୍ରମୁଖ ସ୍ଥାନରେ ଓକିଲ ଓ ଜନସାଧାରଣ ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛହି | ଏହି ବନ୍ଦ ପ୍ରତି ଲୋକଙ୍କ ସ୍ଵତଃସ୍ପୂର୍ତ ସମର୍ଥନ ଦେଖିବାକୁ ମିଳିଛି | ସହରର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ ବନ୍ଦ ଥିବା ବେଳେ ବସୁନ୍ଧରା/  କୁଲଟା ମାଇନ୍ସରୁ ଲୋଡିଂ ପରିବହନ ସମ୍ପୂର୍ଣ ବାଧା ପ୍ରାପ୍ତ ହୋଇଛି |  କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି | 

 

0
0
0
s2sdefault