ବିଜେଡି ସରକାରର ୨୫ ବର୍ଷର ଅପାରଗତା ବିରୁଦ୍ଧରେ ଆସନ୍ତା କାଲି ଜାରୀ କରାଯିବ ଚାର୍ଜସିଟ୍‌: ସୁଜିତ୍ ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ତା.୨୩/୦୪: ଦୀର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ଜନବିରୋଧୀ ବିଜେଡି ସରକାରର ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ଅଗଣତାନ୍ତ୍ରୀକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାରେ ଓଡିଶାବାସୀ ହନ୍ତସନ୍ତ ହେଉଛନ୍ତି । ପ୍ରତ୍ୟେକ ଦିନ ଓଡିଆ ଅସ୍ମିତା ଓ ସ୍ୱାଭୀମାନର ହତ୍ୟା କରାଯାଉଛି । ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ସରକାରର ଏହି କଳା ଅଧ୍ୟାୟର ଅନ୍ତ ହେବା ନିହାତି ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଭାରତୀୟ ଜନତା ପାର୍ଟୀ ତରଫରୁ ବିଜେଡି ସରକାରର ୨୫ ବର୍ଷର ଅପାରଗତା ବିରୁଦ୍ଧରେ ଚାର୍ଜସିଟ୍ ଜାରୀ କରାଯିବ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହିବେ ବୋଲି ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ ଦାସ ସୂଚନା ଦେଇଛନ୍ତି ।

0
0
0
s2sdefault