ନେତାଙ୍କୁ ନୂଆ ଦାୟିତ୍ବ ଦେଲା ବିଜୁ ଜନତା ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅମର ବରିଷ୍ଠ ଉପସଭାପତି , ସରୋଜ ସାମଲ ବରିଷ୍ଠ ସାଧାରଣ ସମ୍ପାଦକ


ଶ୍ରୀମୟୀଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯକାରୀ ସଭାପତି, କଳାହାଣ୍ଡି କ୍ୟାମ୍ପେନିଂ କମିଟି ସଭାପତି ଭାବେ ଭୂପିନ୍ଦର ସିଂ


ଭୁବନେଶ୍ୱର : ଟିକଟରୁ ବଂଚିତ ହୋଇଥିବା ଅସନ୍ତୁଷ୍ଟ ନେତାମାନଙ୍କୁ ଦଳୀୟ ପଦବୀ ଓ ଦାୟିତ୍ୱ ଦେଇଛି ବିଜୁ ଜନତା ଦଳ | ବିଧାୟକ ଅମର ଶତପଥୀ , ଶ୍ରୀମୟୀ ମିଶ୍ର , ସରୋଜ ସାମଲ, ଭୂପିନ୍ଦର ସିଂହ ଓ ଅନ୍ୟ କିଛି ନେତାଙ୍କୁ ଦେଇଛନ୍ତି ନୂତନ ଦାୟିତ୍ୱ | ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନେତାମାନଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛନ୍ତି ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ପୃଥକ ପୃଥକ ପ୍ରେସ ରିଳିଜରେ ସୂଚନା ଦେଇଛନ୍ତି |
ସୂଚନା ଅନୁଯାୟୀ ଅମର ଶତପଥୀଙ୍କୁ ବରିଷ୍ଠ ଉପସଭାପତି ଭାବେ ଦାୟିତ୍ଵ ଦେଇଥିବା ବେଲେ ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯକାରୀ ସଭାପତି, ଢେଙ୍କାନାଳର ପୂର୍ବତନ ବିଧାୟକ ସରୋଜ ସାମଲଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକଭାବେ ନିଯୁକ୍ତି ଦିଆଯାଇଛି | ସେହିପରି ପ୍ରଶାନ୍ତ ସେଠୀଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା ବେଳେ କଳାହାଣ୍ଡି କ୍ୟାମ୍ପେନିଂ କମିଟି ସଭାପତି ଭାବେ ଭୂପିନ୍ଦର ସିଂ, କେନ୍ଦ୍ରାପଡ଼ା ଜିଲ୍ଲା ଇଲେକ୍ସନ କୋଅର୍ଡିନେଟର ଭାବେ ରାଜେଶ ଦାସ, କେନ୍ଦ୍ରାପଡ଼ା ବିଧାନସଭା ଇଲେକ୍ସନ କୋଅର୍ଡିନେଟର ଭାବେ ଦୁର୍ଗାଶିଷ ମହାନ୍ତି, ପାରାଦୀପ ବିଧାନସଭା BYJD ଇଲେକ୍ସନ କୋଅର୍ଡିନେଟର ଭାବେ ରଶ୍ମିରଂଜନ ଦାସ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଆଶିଷ କୁମାର ଜେନା ଓ ପାରାଦୀପ ବିଧାନସଭା BCJD ଇଲେକ୍ସନ କୋଅର୍ଡିନେଟର ଭାବେ ରଶ୍ମିରେଖା ମଲ୍ଳିକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି |

0
0
0
s2sdefault