ହେଡଲାଇନସ୍:

ବିପିଏନଏସଆଇ ଏବଂ ଆଇ ଆଇ ଏସ୍ ଏସ୍ ଏସ୍ ସି ମଧ୍ଯ ରେ ବୁଝାମଣା ପତ୍ର ସ୍ବାକ୍ଷରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର -ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଏବଂ ଦକ୍ଷତା, ବିକାଶ, ଉଦ୍ଯମତା ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ଲୌହ ଏବଂ ଇସ୍ପାତ କ୍ଷେତ୍ରିୟ ଦକ୍ଷତା ପରିଷଦ ମଧ୍ଯରେ ଏପ୍ରିଲ ୨୩ ତାରିଖରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଯାଇଛି। ଏହା ନିଯୁକ୍ତି, ପ୍ରଶିକ୍ଷଣ ଏବଂ ମୁତୟନ ପ୍ରକିୟା ମାଧ୍ୟମରେ ଇସ୍ପାତ କ୍ଷେତ୍ର ରେ ଦକ୍ଷତା ବୃବ୍ଦ୍ଧି କରିବା ରେ ସହାୟକ ହେବ।

ଏହି ବୁଝାମଣା ପତ୍ର କୋଲକାତା ସ୍ଥିତ ଆଇ ଆଇ ଏସ୍ ଏସ୍ ଏସ୍ ସି ର ମୂଖ୍ୟ କାର୍ୟ୍ଯକାରୀ ଅଧିକାରୀ ଶ୍ରୀ ଶୁସୀମ ବାନାର୍ଜୀ ଏବଂ ବି ପି ଏନ୍ ଏସ୍ ଆଇ ର ନିର୍ଦ୍ଦେଶକ ଶ୍ରୀ ପ୍ରିତମ୍ ପୁରକାୟସ୍ଥ ଙ୍କ ମଧ୍ଯ ରେ ଉଭୟ ସଂସ୍ଥା ର କର୍ମଚାରୀମାନଙ୍କ ଉପସ୍ଥିତି ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଠାରେ ସ୍ଵାକ୍ଷରିତ ହୋଇଯାଇଛି।

ଭାରତ ସାରା ବିଶ୍ବ ର ଏକ ପ୍ରମୁଖ ଦକ୍ଷତା କେନ୍ଦ୍ର ହେବାର ଆଶା କରାଯାଏ। ଉଭୟ ସଂସ୍ଥା ଆଇଆଇଏସ୍ଏସ୍ଏସ୍ସି ଏବଂ ବିପିଏନ୍ଏସ୍ଆଇ ଏହି ନିର୍ଦେଶ ମାଧ୍ୟମରେ ଆଗାମୀଦିନରେ କାର୍ଯ୍ୟ ସଂପାଦନ କରିବେ। ଦକ୍ଷତା ବିକାଶ ଉଦ୍ୟମ ମନ୍ତ୍ରଣାଳୟ ଅଧିନସ୍ଥ ନିୟମାବଳୀ ଅନୁଯାୟୀ ଇସ୍ପାତ କ୍ଷେତ୍ରର ଅଣୁ, କ୍ଷୁଦ୍ର ଏବଂ ମଧ୍ଯମ ଉଦ୍ୟମତା କେନ୍ଦ୍ର ରେ ଥିବା ଡିପ୍ଲୋମା ଏବଂ ଡିଗ୍ରୀ ଇଂଜିନିୟର ମାନଙ୍କ ର ଦକ୍ଷତା ବୃବ୍ଦ୍ଧି କରିବା ରେ ସହାୟକ ହେବ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଭାରତ ବିଶ୍ବ ର ଦ୍ବିତୀୟ ସର୍ବ ବୃହତ ଇସ୍ପାତ ଉତ୍ପାଦନ କରେ ଏବଂ ଇସ୍ପାତ ଉତ୍ପାଦିତ ଦ୍ରବ୍ଯ ବ୍ଯବହାର କରେ।

ଦକ୍ଷତା କ୍ଷେତ୍ର ରେ ଗଢ଼ି ଉଠୁଥିବା ଅତ୍ଯାଧୁନିକ ପ୍ରଯୁକ୍ତି ବିଦ୍ୟା ଯଥା ଡିକାର୍ବୋନାଇଜେସନ୍ ଏବଂ ଗ୍ରିନ୍ ଶ୍ଟିଲ ର ଗୁରୁତ୍ବ ଆଜିକାଲି ବିଶ୍ବ ରେ ବହୁଳ ଭାବରେ ପ୍ରଚଳିତ।

0
0
0
s2sdefault