ହେଡଲାଇନସ୍:

ସୋଢଙ୍ଗାଇ ଗ୍ରାମରେ ଅସହ୍ୟ ହେଉଛି ଜଳ ପୀଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁଇ ମାସ ହେଲା ସୋଲାର୍ ଟାଙ୍କି ଅଚଳ,୪୦୦ ଲୋକଙ୍କୁ ଭରସା ଗୋଟିଏ ନଳକୂପ ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ପାନୀୟ ଜଳ ଯୋଗାଣକୁ ସୁଦୃଢ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ ହେଉଥିବା ବେଳେ ସୋଢଙ୍ଗାଇ ଗ୍ରାମରେ ଏହା ପ୍ରହସନରେ ପରିଣତ ହୋଇଛି ।ଗତ ଦୁଇମାସରୁ ଉର୍ଦ୍ଧ୍ଵ ହେବ ଏଠାରେ ଥିବା ସୌରଚାଳିତ ପାନୀୟ ପ୍ରକଳ୍ପ ଖରାପ ହୋଇଯାଇଥିବା ଯୋଗୁଁ ଗ୍ରାମବାସୀ ବୁନ୍ଦାଏ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ,୨୦୧୮-୧୯ ମସିହାରେ ବେଲଗୁଣ୍ଠା ବ୍ଳକ ତନରଡା ପଞ୍ଚାୟତର ସୋଢଙ୍ଗାଇ ଗ୍ରାମରେ ଥିବା ଏକ ନଳକୂଅରେ ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିଲା ଏବଂ ପ୍ରତି ଦଶ ଘରକୁ ଗୋଟିଏ ଗୋଟିଏ ଷ୍ଟାଣ୍ଟ ପୋଷ୍ଟ ଦିଆଯାଇ ଜଳଯୋଗାଣ କରାଯାଉଥିଲା ।କିନ୍ତୁ ଏହି ପ୍ରକଳ୍ପଟି ଗତ ଦୁଇ ମାସ ହେଲା ଯାନ୍ତ୍ରିକ ତ୍ରୁଟି ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଏହା ଖରାପ ହୋଇ ପଡିଛି ।ଗ୍ରାମବାସୀଙ୍କ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏ ନେଇ ଗ୍ରାମବାସୀ ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦେଖା କରି ଦରଖାସ୍ତ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ମଧ୍ୟ ଅଭିଯୋଗ କରିଛନ୍ତି । ବର୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଏହି ଜଳ ଯନ୍ତ୍ରଣା ଆହୁରି ବଢିଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।୮୦ ପରିବାରର ୪୦୦ ଗ୍ରାମବାସୀ ପାଇଁ ଏବେ ଏକମାତ୍ର ଭରସା ଗୋଟିଏ ନଳକୂପ ।ଗ୍ରାମ ମୁଣ୍ଡରେ ଥିବା ନଳକୂପରୁ ପାଣି ବୋହିବାରେ ବରିଷ୍ଠ ନାଗରିକ ତଥା ଅସୁସ୍ଥ ଗ୍ରାମବାସୀଙ୍କ ପାଇଁ ଅସମ୍ଭବ ହୋଇପଡିଛି ।ତେଣୁ ସମାସ୍ୟା ର ତୁରନ୍ତ ଏବଂ ସ୍ଥାୟୀ ସମାଧାନ କରିବା ନେଇ ଦାବି କରିଛନ୍ତି ।

0
0
0
s2sdefault