ମହାନଦୀ କୂଳରେ ଥିବା ଜିଲ୍ଲାରେ ମରୁଡି ହେବା କ’ଣ ୨୪ ବର୍ଷ ଶାସନର ରୂପାନ୍ତରଣ ? - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା ଲାଇକେରା ଓ କିର୍ମିରାରେ ଜନସମାବେଶ ଏବଂ କର୍ମୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ

• ଝାରସୁଗୁଡ଼ାକୁ କଲ୍ୟାଣକାରୀ ଯୋଜନାରେ ମୋଦୀ ଦେଇଛନ୍ତି ପ୍ରାୟ ୪ ହଜାର କୋଟି ଟଙ୍କା
• ଲାଇକେରାବାସୀ ଆମ ପରିବାରକୁ ସର୍ବଦା ଆଶୀର୍ବାଦ ଦେଇ ଆସିଥିବାରୁ ମୁଁ ଋଣୀ
• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଦେଲେ ବିଜେଡି ନେତ୍ରୀ ସୁକାନ୍ତି ଜୟପୁରିଆ
• ଲାଇକେରା, କିରମିରା ଓ କୋଲାବିରାରେ ଦଳୀୟ ସଂଗଠନ ମଜଭୂତ୍ ହେବ
• ମହାନଦୀ ଅବବାହିକାରେ ଥିବା ଅଞ୍ଚଳରେ ପାନୀୟ ଜଳ ନାହିଁ, ଜଳ ସେଚନର ସୁବିଧା ନାହିଁ
• ସ୍ପଷ୍ଟ ଦିବାଲୋକରେ ମନ୍ତ୍ରୀଙ୍କୁ ପୋଲିସ ହତ୍ୟା କରୁଛି, ଏହା ଭ୍ରଷ୍ଟ ଶାସନ ନୁହେଁ କି ?
• ପ୍ରଧାନମନ୍ତ୍ରୀଙ୍କ ପାଇଁ କିର୍ମିରା ଓ ଲାଇକେରା ବ୍ଲକ ଆଇଟିଡିଏ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ରହିପାରିଛି
• ଡବଲ ଇଞ୍ଜିନ ସରକାର ହେଲେ ଲାଇକେରା ଓ କିର୍ମିରାର ହେବ ସର୍ବାଙ୍ଗୀନ ବିକାଶ
• ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ଝାରସୁଗୁଡା ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସମର୍ଥନରେ କଲେ ପ୍ରଚାର
• ଲଖନପୁରରେ ଡଙ୍ଗା ବୁଡି ଘଟଣାରେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଚିଖିଲି ଓ ଶରଧା ଅଞ୍ଚଳର ସ୍ଥାନୀୟ ମତ୍ସ୍ୟଜୀବୀ ଓ ଲୋକମାନଙ୍କୁ ବାଘଡିହି ଠାରେ ସମ୍ବର୍ଦ୍ଧିତ କଲେ
• ସଂଗ୍ରାମୀ ଶହୀଦ କରୁଣାକର ସିଂହ ନାଏକଙ୍କ ପ୍ରତିମୂର୍ତ୍ତିରେ ଦେଲେ ଶ୍ରଦ୍ଧାଞ୍ଜଳି
• ରେଙ୍ଗାଲି ସୋଲପାଲି ସ୍ଥିତ ମହିମା ଆଶ୍ରମରେ ପୂଜ୍ୟ ବାବା ବୀରେନ୍ଦ୍ର ଦାସଙ୍କ ଆଶୀର୍ବାଦ ନେଲେ
• ଲାଇକେରାରେ ମା’ ଅନ୍ଧାରୀ ଓ ମା'ସମଲେଇଙ୍କ ମନ୍ଦିରରେ କଲେ ଦର୍ଶନ


Imageଲଇକେରା/କିର୍ମିରା, ଏପ୍ରିଲ ୨୩ – ଆମ ରାଜ୍ୟ ଓଡ଼ିଆଙ୍କ ପ୍ରତି ଆତ୍ମୀୟତା ନ ଥିବା ଲୋକଙ୍କ ହାତରେ ପଡ଼ିଛି । ମହାନଦୀ କୂଳରେ ଥିବା ଜିଲ୍ଲା ଗୁଡିକରେ ମରୁଡି ହେଉଛି । ଏହା କଣ ୨୪ ବର୍ଷ ଶାସନର ରୂପାନ୍ତରଣ ବୋଲି ମଙ୍ଗଳବାର ଝାରସୁଗୁଡ଼ାର ଲାଇକେରା ଓ କିର୍ମିରାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବ, ଜନସମାବେଶ ଓ କର୍ମୀ ସମ୍ମିଳନୀରେ ଯୋଗଦେଇ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅପାର ସମ୍ଭାବନାର ଅଞ୍ଚଳ ଝାରସୁଗୁଡା ଜିଲ୍ଲାର କୋଇଲାରୁ ଭାରତବର୍ଷର ଅନେକ ଅଞ୍ଚଳରେ ବିଜୁଳି ଜଳେ । ଝାରସୁଗୁଡାର ଶିଳ୍ପ, ଲୁହା, ଆଲୁମିନିୟମରେ ଦେଶର ଅର୍ଥନୀତି ମଜଭୁତ୍ ହେଉଛି । କିନ୍ତୁ ୨୪ ବର୍ଷ ଶାସନରେ ରହିବା ପରେ ବି ଝାରସୁଗୁଡ଼ାରେ ମୌଳିକ ବିକାଶ କରିପାରିନି । ଏଠାରେ ମହାନଦୀ ଓ ଇବ୍ ନଦୀ ପ୍ରବାହିତ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ମା’ ଓ ଭଉଣୀମାନେ ବିଶୁଦ୍ଧ ପାନୀୟ ଜଳ ପାଇପାରୁନାହାନ୍ତି । ରାଜ୍ୟରେ ଘରେ ଘରେ ପାଣି ଯୋଗାଇବା ପାଇଁ ମୋଦୀ ସରକାର ୧୦ ହଜାର କୋଟି ରାଜ୍ୟକୁ ଦେଇଛନ୍ତି । ଏଥିରୁ ସରକାର ମାତ୍ର ୮୦୦ କୋଟି ଖର୍ଚ୍ଚ କରିଛନ୍ତି । ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକରେ ବି ଜଳସେଚନର ସୁବିଧା ହୋଇପାରିଲା ନାହିଁ ।

Imageସ୍କୁଲରେ ଶିକ୍ଷକ ଓ ମେଡିକାଲରେ ଡାକ୍ତର ନାହାନ୍ତି । ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଶିଶୁ ଓ ମହିଳାଙ୍କ କୁପୋଷଣ ଓ ରକ୍ତହୀନତା ଚିନ୍ତାଜନକ ଅବସ୍ଥାରେ ଅଛି । ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କୁ ଜଣେ ସରକାରୀ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରୁଛି, ଏହାଠୁ ବଳି ବିଡ଼ମ୍ବନା ଆଉ କ’ଣ ଥାଇପାରେ । ଏହାକୁ ଭ୍ରଷ୍ଟ ଶାସନ କୁହାଯିବ ନାହିଁ ତ କଣ କୁହାଯିବ ? ଏହା କଣ ୨୪ ବର୍ଷ ଶାସନର ରୂପାନ୍ତରଣ କି ? ଓଡ଼ିଶାର ଏହି ଦୂରାବସ୍ଥାର ପରିବର୍ତ୍ତନ ପାଇଁ ଦୀର୍ଘ ୨୪ ବର୍ଷ ଭ୍ରଷ୍ଟ ଶାସନ ବିରୋଧରେ ଏକାଠି ହେବା । ବୀର ସୁରେନ୍ଦ୍ର ସାଏଙ୍କ ଦାୟଦ ଭାବେ ଓ କରୁଣାକର ସିଂହଙ୍କ ଆଦର୍ଶରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢେଇ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ କିର୍ମିରା ଓ ଲାଇକେରା ବ୍ଲକ ଆଇଟିଡିଏ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ରହିପାରିଛି । ପ୍ରାୟ ୬୫୦ କୋଟି ଟଙ୍କା ବ୍ୟୟବରାଦରେ ଝାରସୁଗୁଡ଼ାରେ ୪୦ ହଜାର ପିଏମ୍ ଆବାସ ଦିଆଯାଇଛି । ସ୍ୱଚ୍ଛ ଭାରତ ଯୋଜନାରେ ୮୭ ହଜାର ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନାରେ ୧ ଲକ୍ଷ ଘରେ ଗ୍ୟାସ ସଂଯୋଗ, ମନରେଗାରେ ୩୫୦ କୋଟି ଖର୍ଚ୍ଚ ଏପରି ଭାବେ ପ୍ରାୟ ୪ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରୁ ପଠାଇଛନ୍ତି । ଡିଏମ୍‌ଏଫରେ ବାର୍ଷିକ ୧ ହଜାର କୋଟି ଟଙ୍କା ମିଳିବାର ବ୍ୟବସ୍ଥା ହୋଇଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ହେଲେ ଲାଇକେରା ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରାଯିବ, ଏହା ହେଉଛି ‘ମୋଦୀ ଗ୍ୟାରେଣ୍ଟି’ ।

Imageଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଲାଇକେରାବାସୀ ଆମ ପରିବାରକୁ ସର୍ବଦା ଆଶୀର୍ବାଦ ଦେଇ ଆସିଥିବାରୁ ମୁଁ ଋଣୀ । ଏ ଅଞ୍ଚଳର ଚାଷୀ, ଗରିବ, ଆଦିବାସୀ, ବଞ୍ଚିତ, ଦଳିତ ଲୋକମାନଙ୍କର ପ୍ରତିନିଧିର ସ୍ୱର ହୋଇଛନ୍ତି ପ୍ରଦୀପ ପୁରୋହିତ । ଗୋଟିଏ ଭୋଟ ଏମଏଲଏଙ୍କୁ ଓ ଆଉ ଗୋଟିଏ ଭୋଟ ଏମପିଙ୍କୁ ଦୁଇଟି ଭୋଟ ପଦ୍ମଫୁଲରେ ଦେବାକୁ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ । ଲୋକସଭାକୁ ୨୧ରୁ ୨୧ ଏମ୍‌ପି ପଠାଇବା । ଅବକୀ ବାର ୪୦୦ ପାର ନାରାକୁ ସଫଳ କରିବା ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ନେତ୍ରୀ ତଥା ସରପଞ୍ଚ ସୁକାନ୍ତି ଜୟପୁରିଆଙ୍କ ସମେତ ଅନେକ ସମେତ ଅନେକ ସମର୍ଥକ ଦଳରେ ଯୋଗଦେଇଥିଲେ । ତାଙ୍କର ଯୋଗଦାନ ଆମ ଦଳୀୟ ସଂଗଠନକୁ ଲାଇକେରା, କିରମିରା ଓ କୋଲାବିରା ସମେତ ଝାରସୁଗୁଡା ନିର୍ବାଚନମଣ୍ଡଳୀରେ ଅଧିକ ମଜବୂତ୍ କରିବ । 'କିର୍ମିରା କାର୍ଯ୍ୟକର୍ତ୍ତା ସମ୍ମିଳନୀ'ରେ ମଧ୍ୟ ଯୋଗଦେଇ ମୋଦୀ ଗ୍ୟାରେଣ୍ଟିରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣକାରୀ ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇବା ସହ ଦଳୀୟ ସଂଗଠନକୁ ମଜଭୂତ୍ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ।

Imageଝାରସୁଗୁଡ଼ା ଜିଲ୍ଲା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ଚିଖିଲି ଓ ଶରଧା ଅଞ୍ଚଳର ସ୍ଥାନୀୟ ମତ୍ସ୍ୟଜୀବୀ ଓ ଲୋକମାନଙ୍କୁ ବାଘଡିହି ଠାରେ ସମ୍ବର୍ଦ୍ଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଲାଇକେରା ଠାରେ ସ୍ୱାଧୀନତା ସଂଗ୍ରାମୀ ଶହୀଦ କରୁଣାକର ସିଂହ ନାଏକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଚୈତ୍ର ପୂର୍ଣ୍ଣିମାର ପବିତ୍ର ଅବସରରେ ଲାଇକେରା ସ୍ଥିତ ମା’ ଅନ୍ଧାରୀ ଓ ମା'ସମଲେଇଙ୍କ ମନ୍ଦିରରେ ଦର୍ଶନ କରିଥିଲେ । ଏହାବ୍ୟତିତ ରେଙ୍ଗାଲି ସୋଲପାଲି ସ୍ଥିତ ମହିମା ଆଶ୍ରମରେ ବାବା ବୀରେନ୍ଦ୍ର ଦାସଙ୍କ ଆଶୀର୍ବାଦ ନେଇଥିଲେ ।

0
0
0
s2sdefault