ହେଡଲାଇନସ୍:

ପ୍ରଚାରର ପ୍ରଥମ ଦିନରେ ବିରୋଧୀଙ୍କ ଉପରେ ବର୍ଷିଲେ ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମାଁ ତାରିଣୀ ଙ୍କର ଆଶୀର୍ବାଦ ନେଇ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବର୍ଷା

ବରଗଡ଼ ;- ଆସନ୍ତା ମେ ମାସ 20 ତାରିଖ ଦିନ ହେବାକୁ ଯାଉଛି ସାଧାରଣ ନିର୍ବାଚନ ପାଇଁ ବରଗଡ଼ ଲୋକସଭା ଓ ଏହାର ଅନ୍ତର୍ଗତ ସାତ ଗୋଟି ବିଧାନସଭା ପାଇଁ ଭୋଟ ଗ୍ରହଣ । ସରିଛି ସବୁ ଦଳର ପ୍ରାର୍ଥୀ ଘୋଷଣା । ବର୍ତ୍ତମାନ ନିର୍ବାଚନ ମୈଦାନ ରେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ସବୁ ରାଜନୈତିକ ଦଳର ପ୍ରାର୍ଥୀ । ଯଦିଓ ବର୍ତ୍ତମାନ ସୁଦ୍ଧା ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ , ତଥାପି ପ୍ରାର୍ଥୀ ମନେ ନିଜ ଆଡୁ ପ୍ରଚାର ଆରମ୍ଭ କରି ସାରିଛନ୍ତି ।
ଏହିକ୍ରମରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା , ପାଇକମାଲ ସ୍ଥିତ ମାଁ ତାରିଣୀ ଙ୍କର ମନ୍ଦିରରେ ଚାଲିଥିବା ଚୈତ୍ର ବସନ୍ତିକ ମହୋତ୍ସବରେ ମାଁ ଙ୍କର ପୂଜା ଓ ଦର୍ଶନ କରି , ପାଇକମାଲ ଅଂଚଳ ରେ ନିଜର ପ୍ରଚାର ଆରମ୍ଭ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗତ 2022 ଡିସେମ୍ବର ମାସରେ ପଦ୍ମପୁର ରେ ଉପନିର୍ବାଚନ ହୋଇଥିଲା । ଉପନିର୍ବାଚନରେ ପଦ୍ମପୁର ବାସୀଙ୍କ ପ୍ରଚୁର ଆଶୀର୍ବାଦ ପାଇ ରେକର୍ଡ ଭୋଟ ବ୍ୟବଧାନ ରେ ନିଜର ଦୁଇ ପୋଖତ ରାଜନୈତିକ ବିରୋଧୀ ଖେଳାଳିଙ୍କୁ ପରାଜିତ କରିବା ପରେ ନିଜର ଅଞ୍ଚଳ ର ବିକାଶ ପାଇଁ ଓ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଲାଗି ପଡ଼ିଥିଲେ ବର୍ଷା । କ୍ରମାଗତ ଭାବରେ ନିର୍ବାଚନ ମଣ୍ଡଳୀ ର ଗାଁ କୁ ଗାଁ ଯାଇ ଲଜଙ୍କ ସହିତ ସିଧା ଆଲୋଚନା କରି ଭବିଷ୍ୟତ କାର୍ଯପନ୍ଥା ନିର୍ଦ୍ଧାରଣ କରି ତାକୁ କାର୍ଯକାରୀ କରୁଥିଲେ । ଏହି ସମୟ ଭିତରେ ଯୁବ ପିଢ଼ି ଓ ମହିଳା ମାନେ ତାଙ୍କ ପ୍ରତି ଆକୃଷ୍ଟ ହେଉଥିବା ଲକ୍ଷ କରାହାଇଛି । ବିଧାୟିକା ଯେଉଁ ଜାଗାକୁ ଗଲେ ସେଠାରେ ମହିଳା ଓ ଯୁବ ସମାଜ ର ଭିଡ଼ ତାଙ୍କୁ ଘେରି ଯାଉଥିଲା । ଯୁବ ସମାଜ ତାଙ୍କୁ ନିଜର ନାନୀ ( ବଡ ଭଉଣୀ ) ଓ ନାନା ( ପିଉସୀ ) ବୋଲି ସମ୍ବୋଧନ କରି ନିଜର ସମସ୍ତ ସମସ୍ୟା ଉପରେ ଖୋଲାଖିଲି ଆଲୋଚନା କରୁଥିଲେ । ସେହିଭଳି ମହିଳାଙ୍କୁ ବିଧାୟିକା ଭାବରେ ପାଇବା ପରେ ଅଞ୍ଚଳ ର ମାଁ ଭଉଣୀ ମାନେ ନିର୍ଦ୍ବନ୍ଦ ରେ ନିଜର ଯେ କୋଣସି ବିଷୟ ଉପରେ ତାଙ୍କ ସହିତ ମନ ଖୋଲି କଥାବାର୍ତା ହୋଇ ପାରୁଛନ୍ତି । ଏହି କାରଣ ଯୋଗୁ ଆଜି ବର୍ଷା ଙ୍କର ଲୋକପ୍ରିୟତା ଶୀର୍ଷରେ ରହିଛି ।
ଆଜି ପାଇକମାଲ ଅଞ୍ଚଳର ଛିଂଦେଇଇକେଳା , ଯାମସେଠ , ବର୍ତ୍ତୃଣ୍ଡା ଓ ମିଠାପଲି ଗ୍ରାମ ରେ ପ୍ରଚାର କରିଥିଲେ ବର୍ଷା । ଏହି ଗ୍ରାମ ମାନଙ୍କ ରେ ପହଂଚିବା ପରେ ଗ୍ରାମର ମାଁ ଭଉଣୀ ମାନଙ୍କ ତରଫରୁ ସବୁ ଗ୍ରାମରେ ବର୍ଷାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସବୁ ଗ୍ରାମରେ ବର୍ଷା ଙ୍କୁ ଶୁଣିବା ପାଇଁ ପ୍ରବଳ ଭିଡ ସ୍ୱଖିବାକୁ ମିଳୁଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ପ୍ରତ୍ୟକ୍ଷ ତତ୍ୱବାଧାନ ରେ ରାଜ୍ୟରେ ଚାଲିଥିବା ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ପାଇଁ , ବିଗତ ଦିନରେ ପଦ୍ମପୁର ଅଞ୍ଚଳ ର ବିକାଶକୁ ଆଖି ଆଗରେ ରଖି ଭୋଟ ଦେବା ପାଇଁ କହିଥିଲେ ବର୍ଷା । ମିଥ୍ୟା ଓ ଲୋଭନୀୟ ପ୍ରତିଶୃତି ତଥା ଅପପ୍ରଚାର କୁ ପୁନର୍ବାର ପ୍ରତ୍ୟାଖ୍ୟାନ କରିବା ପାଇଁ ଜନତାଙ୍କୁ ନିବେଦନ କରୁଛନ୍ତି ବର୍ଷା ସିଂ ବରିହା ।

0
0
0
s2sdefault