'ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ହେଉଛି ନିର୍ମାଣର ଭବିଷ୍ୟତ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାରେ ଏହି ଉପାଦେୟ ଉପାଦାନର ବିକାଶ ଏବଂ ପ୍ରୟୋଗ ବିଷୟରେ ବିଶଦ ଆଲୋଚନା

ଭୁବନେଶ୍ୱର, ୨୨ ଏପ୍ରିଲ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଭୁବନେଶ୍ୱର (ଆଇଆଇଟି) ପକ୍ଷରୁ ନିକଟରେ 'ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍-ବିକାଶ ଏବଂ ପ୍ରୟୋଗ' ଶୀର୍ଷକ ଏକ ସ୍ୱତନ୍ତ୍ର ଏବଂ ସର୍ବପ୍ରଥମ କର୍ମଶାଳା ଆୟୋଜିତ ହୋଇଯାଇଛି। ଇଣ୍ଡିଆନ୍ ମେଟାଲ୍ ଏବଂ ଫେରୋ ଆଲୋଇସ୍ (ଇମ୍ଫା) ଏବଂ ଇଣ୍ଡିଆନ୍ କଂକ୍ରିଟ୍ ଇନଷ୍ଟିଚ୍ୟୁଟ୍ (ଆଇସିଆଇ) ର ମିଳିତ ସହଯୋଗରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ, ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞମାନେ ନିର୍ମାଣ ପାଇଁ ଏହି ସ୍ଥାୟୀ, ନିରନ୍ତର ଏବଂ ପରିବେଶ ଅନୁକୂଳ ସମାଧାନ ଉପରେ ବିଚାର କରିଥିଲେ।
ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇନଫ୍ରାଷ୍ଟ୍ରକ୍ଚର (ଏସ୍ଆଇଏଫ୍) ଦ୍ୱାରା ଆୟୋଜିତ ଏକ ଦିବସୀୟ କର୍ମଶାଳାରେ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ଏହି ଭବିଷ୍ୟତବୋଧକ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଓଡିଶା ସରକାରଙ୍କ ପିଡବ୍ଲୁଡି ବିଭାଗର ଓଏସଡି ତଥା ଇଆଇସି-ଡିଜାଇନ୍ ଡକ୍ଟର ଏନ.ସି. ପାଲ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଏହି ଅନନ୍ୟ ଉତ୍ପାଦ କ୍ଷେତ୍ରରେ ଗବେଷଣା ଉପରେ ତାଙ୍କର ଅଭିଜ୍ଞତା ଏବଂ ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟର ନିର୍ମାଣର ଭବିଷ୍ୟତ ହେବାର କ୍ଷମତା କିପରି ରହିଛି ତାହା ଉଲ୍ଲେଖ କରିଥିଲେ।
ବୈଷୟିକ ଆଲୋଚନା ଅଧିବେଶନରେ ବକ୍ତାମାନେ ପ୍ରାକୃତିକ ଏଗ୍ରିଗେଟର ବିକଳ୍ପ ଭାବରେ ଶିଳ୍ପ ଉପାଦାନରୁ ଉତ୍ପାଦିତ ଲାଇଟ୍ ୱେଟ୍ ଏଗ୍ରିଗେଟର ବ୍ୟବହାର ଉପରେ ଧ୍ୟାନ ଦେଇଥିଲେ। ଏହି କଂକ୍ରିଟ୍ ତାପଜ ଆରାମ, ବଜ୍ରପାତ, ଅଗ୍ନି ନିରାପତ୍ତା ଏବଂ ନିର୍ମାଣର ଭାର ହ୍ରାସ କରିବା ସହିତ ଜଡିତ ବିଭିନ୍ନ ପ୍ରୟୋଗାତ୍ମକ ଲାଭ ପ୍ରଦାନ କରେ, ଶକ୍ତି ଏବଂ ସ୍ଥାୟୀତ୍ୱ ଦିଗରେ କୌଣସି ବୁଝାମଣା ନକରି ନିରନ୍ତରତା ସୁନିଶ୍ଚିତ କରିଥାଏ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଫେସର ଦିନାକର ପାସଲା, ଡିନ୍- ପ୍ରାୟୋଜିତ ଅନୁସନ୍ଧାନ ଏବଂ ଶିଳ୍ପ ପରାମର୍ଶଦାତା ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ସହିତ ଜଡିତ ମିଶ୍ରିତ ଡିଜାଇନ୍ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ଆଇଆଇଟି ଭୁବନେଶ୍ୱରରେ ଚାଲିଥିବା ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ ଉପରେ ଜାରି ରହିଥିବା କାର୍ଯ୍ୟ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ।
ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଡକ୍ଟର ଏସ୍. ସୂର୍ଯ୍ୟପ୍ରକାଶ, ଷ୍ଟ୍ରକଚରାଲ୍ ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ପ୍ରିକାଷ୍ଟ ସ୍ଲାବ୍ ବ୍ୟବହାର କରି ସୁଲଭ ଗୃହ ନିର୍ମାଣର ଭବିଷ୍ୟତ ଉପରେ ଆଲୋକପାତ କରି ତ୍ୱରିତ ନିର୍ମାଣରେ ମହତ୍ଵପୁର୍ଣ ଅବଦାନକୁ ଉଲ୍ଲେଖ କରିଥିଲେ ଏବଂ ସାମ୍ପ୍ରତିକ ସମୟରେ ଭାରତରେ ଏହାର ଗୁରୁତ୍ୱ ଓ ଆବଶ୍ୟକତା ବିଷୟରେ ଅବତାରଣା କରିଥିଲେ।
ଏହି ଅବସରରେ, ଇମ୍ଫା ଲିମିଟେଡ଼ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ ଚିତ୍ତରଞ୍ଜନ ରୟ ଏବଂ ଡିଜିଏମ-ଏଲଡିଏ ଶ୍ରୀ ଦେବାଶିଷ ମହାପାତ୍ର ତାଙ୍କ ପ୍ରକଳ୍ପରେ ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ଉତ୍ପାଦନ ପଦ୍ଧତି ବିଷୟରେ ଉଲ୍ଲେଖ କରିଥିଲେ। ବେଦାନ୍ତ ଲିମିଟେଡ୍- ଆଲୁମିନିୟମ୍ ବିଜିନେସ୍ ମୁଖ୍ୟ ଆର ଆଣ୍ଡ ଡି ଅଧିକାରୀ ଡକ୍ଟର ଅମିତ ଚାଟାର୍ଜୀ ଗଠନମୂଳକ ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ପାଇଁ ଡିଜାଇନ୍ ପନ୍ଥା ଉପରେ ଆଲୋଚନା କରିଥିଲେ। ଆହୁରି ମଧ୍ୟ, ଡାଲମିଆ ଭାରତ ଗ୍ରୁପ୍ ପାଖରୁ ଡକ୍ଟର ମଣିକନ୍ଦନ, ପ୍ୟାଲେଟାଇଜେସନ୍ ପ୍ରକ୍ରିୟା ବ୍ୟବହାର କରି ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ଉତ୍ପାଦନର ଏକ ପାରାମିଟ୍ରିକ୍ ଅଧ୍ୟୟନ ଉପସ୍ଥାପନ କରିଥିଲେ।
ଏସଆଇଏଫର ମୁଖ୍ୟ ଡକ୍ଟର ସୁମନ୍ତ ହାଲଦାର ମଧ୍ୟ ଏହି ଅବସରରେ ବକ୍ତବ୍ୟ ରଖିଥିଲେ ଏବଂ ଏକ ପ୍ରାସଙ୍ଗିକ ବିଷୟ ଉପରେ ଏଭଳି ଜ୍ଞାନଭିତ୍ତିକ କର୍ମଶାଳା ଆୟୋଜନ କରିଥିବାରୁ ଆୟୋଜନରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ।
ବୈଷୟିକ ବକ୍ତୃତା ପରେ ଏକ ପ୍ୟାନେଲ୍ ଆଲୋଚନାରେ ଭାରତରେ ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ପାଇଁ ଭବିଷ୍ୟତର ରୋଡ୍ ମ୍ୟାପ୍ ପ୍ରଦାନ କରାଯାଇଥିଲାଏବଂ ଓଡିଶା ପରି ଖଣିଜ ସମୃଦ୍ଧ ରାଜ୍ୟଗୁଡିକ ଏହିପରି ଏଗ୍ରିଗେଟ୍ ଗୁଡିକରୁ କିପରି ଉପକୃତ ହୋଇପାରିବେ, ସେ ବିଷୟରେ ବିଶଦ ଆଲୋଚନା କରାଯାଇଥିଲା । ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟର ଲାବୋରେଟୋରୀ ପ୍ରଦର୍ଶନ କରାଯାଇଥିଲା, ଯଦ୍ୱାରା କି ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ଏହାର କାର୍ଯ୍ୟକ୍ଷମତା ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟର ବ୍ୟବହାରିକ ଅଭିଜ୍ଞତା ସହିତ ଉପସ୍ଥାପନ କରାଯାଇଥିଲା।
ଏହି କର୍ମଶାଳାରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ସଂଗଠନର ୭୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଦିନାକର ପାସଲା, ଡକ୍ଟର ଉମେଶ ଚନ୍ଦ୍ର ସାହୁ ଏବଂ ଡକ୍ଟର ଅନୁଷ୍ କେ ଚନ୍ଦ୍ରପ୍ପା ସଂଯୋଜନା କରିଥିଲେ।

0
0
0
s2sdefault