ହେଡଲାଇନସ୍:

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ଼ ସାଙ୍ଗଠନିକ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ବିଜେଡ଼ିରେ ମିଶିଲେ 50 ରୁ ଅଧିକ ବିଜେପି କର୍ମୀ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ବ୍ଳକ କୁଆଁପାଳ ସ୍ଥିତ ଅଳିଯୋଡ଼ା ବାସଭବନରେ ବିଜେଡ଼ିର ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ଵିକାଶପୁରୁଷ, ଦୃଢ ସଂଗଠକ ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବ ଓ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶ୍ରୀ ଜେନାଙ୍କ ଉଦ୍ୟମ କ୍ରମେ ହୋଇଥିବା ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଲକ ପୋଡ଼ାମରାଇ ପଞ୍ଚାୟତର ଦୁଇ ୱାର୍ଡମେମ୍ବରଙ୍କ ସମେତ ୫୦ରୁ ଉର୍ଦ୍ଧ୍ଵ ବିଜେପି କର୍ମୀ ବିଜେପି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏଠାରେ ସୂଚନାଥାଉକି ଏହି ସମସ୍ତ ବିଜେପି କର୍ମୀ ବିଜେପି ନେତାଙ୍କ ମନମାନୀ କାର୍ଯ୍ୟ ଉପରେ ଅତିଷ୍ଠ ହୋଇ ବିଜେଡ଼ି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏବଂ ବିଧାୟକ ପ୍ରତାପ ଜେନାଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ବିଜେଡ଼ି ଦଳରେ ଯୋଗଦାନ କରିଥିବା ସମସ୍ତ ବିଜେପି କର୍ମୀମାନେ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଜେନା ସମସ୍ତ ବିଜେପି କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସହିତ ପଞ୍ଚାୟତରେ ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ମାହାଙ୍ଗା ବିଧାନସଭା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଡବଲ ଶଙ୍ଖ ଚି଼ହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ସହଯୋଗର ହାତ ବଢାଇବା ପାଇଁ ଆହ୍ବାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ପୋଡ଼ାମରାଇ ପଞ୍ଚାୟତ ସରପଞ୍ଚ ନାରଣ ସେଠୀ, ସମିତିସଭ୍ୟ ସୋନାଲି ପ୍ରିୟଦର୍ଶିନୀ ରାଉତ, ଜିଲ୍ଲାପରିଷଦ ଜଗବନ୍ଧୁ ସେଠୀ ଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

0
0
0
s2sdefault