ଵାଦପଲୀ ପଞ୍ଚାୟତ ରେ ବିଜେପି ର ମିଶ୍ରଣ ପର୍ବ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶାସକ ପ୍ରଶାସକ/ ଶିବରାମ ଜେନା/ଖଲ୍ଲିକୋଟ,୧୯/୪ , ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଵାଦପଲୀ ଗ୍ରାମ ପଞ୍ଚାୟତରେ ମୋହନ ସାଗର ନିକଟବର୍ତ୍ତୀ ବ୍ରାହ୍ମଣୀ ଦେବୀ ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ସନ୍ତୋଷ କୁମାର ଶବର ଓ ସିମାଞ୍ଚଳ ଶବର ଙ୍କ ସମେତ ବିଜେଡି ର ଅନ୍ୟାନ୍ୟ ସମର୍ଥକ ମାନେ ବିଜେପି ମିଶ୍ରଣ ପର୍ବ ରେ ଯୋଗଦାନ କରିଛନ୍ତି।
ଆଜିର ଏ ମିଶ୍ରଣ ପର୍ବ ସମାରୋହରେ ବିଜେପି ପକ୍ଷରୁ ବିଧାୟକ ପାଇଁ ଟିକେଟ୍ ପାଇଥିବା ପୂର୍ଣ୍ଣଚନ୍ଦ୍ର ସେଠୀ, ଘୁମୁସର ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ଅନିଲ କୁମାର ପଣ୍ଡା , ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଶ୍ରୀ ଯଜ୍ଞ ନାରାୟଣ ଦାସ , ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ସଂଯୋଜକ ତଥା ପୂର୍ବତନ ନଗର ପାଳ ଶଙ୍କର ପ୍ରସାଦ ନାହାକ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ଭୂୟାଁ, ବିଜେପି ମିଡ଼ିଆ ଶମ୍ବୁନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ରଵନ୍ଦ୍ର ସ୍ବାଇଁ ଓ ଅନ୍ୟାନ୍ୟ ବରିଷ୍ଠ ନେତା ମାନେ ସମବେତ ହୋଇ ଥିବା ବେଳେ ଏବେ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ କୁ ଜନସାଧାରଣ ଙ୍କ ମନରେ ଦୃଢିଭୂତ କରିଛି ବୋଲି ଚର୍ଚ୍ଚା ଚାଲିଛି।

0
0
0
s2sdefault