ହେଡଲାଇନସ୍:

ପୁଣି ଧରାପଡିଲା ଏକ ଲକ୍ଷ ଟଙ୍କା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


 ଗଡଭାଟି ନାକା ରେ ଯାଞ୍ଚ ସମୟରେ ପିକ୍ ଅପ୍ ରୁ ଜବତ କଲା ପଦ୍ମପୁର ପୋଲିସ ।

ପଦ୍ମପୁର / ଶିବାଶିଷ ପଟ୍ଟନାୟକ: -ପୋଲିସ ପକ୍ଷରୁ ନିର୍ବାଚନ ପାଇଁ କଳା କଡି ଭାବରେ ଯାଞ୍ଚ କରାଯାଉ ଥିବା ବେଳେ ଗତ କାଲି ରାତିରେ ଝାରବନ୍ଧ ପୋଲିସ ୬ ଲକ୍ଷ ରୁ ଉର୍ଦ୍ଦ୍ବ ଟଙ୍କା ବାଇକରୁ ଜବତ କରିଥିବା ବେଳେ ଆଜି ପଦ୍ମପୁର ପୋଲିସ ଗତଭାଟି ନ|କା ଠାରେ ଯାଞ୍ଚ କରୁଥିବାବେଳେ ପିକ୍ ଅପ୍ ରୁ ୧ ଲକ୍ଷ ୫୦୦ ଟଙ୍କା ଜବତ କରିଛି । ଗାଇସିଲେଟ ପଟରୁ ପଦ୍ମପୁର ଅଭିମୁଖେ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନନଂ ଓଡ଼ି୧୭ ୱାଇର ୭୧୦୯ କୁ ଯାଞ୍ଚ କରିଥିବା ବେଲେ ଟୋଙ୍କ ଜିଲ୍ଲା ଅନ୍ତର୍ଗତ ଇସଲାମପୁର ର ଶେଖ୍ ରଫିକ୍ ଙ୍କ ଠାରୁ ଏକ ଲକ୍ଷ ପାଞ୍ଚଶହ ଟଙ୍କା ମିଳିଥିବା ବେଳେ ସେ କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ ଟଙ୍କା ଜବତ କରିଥିବା ପଦ୍ମପୁର ଥାନା ଅଧିକାରୀ ମମତା ନାଏକ ସୂଚନା ଦେଇଛନ୍ତି।

0
0
0
s2sdefault