ହେଡଲାଇନସ୍:

ପଶ୍ଚିମଓଡିଶା ଉପରେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ଫୋକସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଣ୍ଟାବାଞ୍ଜି ରୁ ପ୍ରାର୍ଥୀ ସାଜିବା ପରେ ବଲାଙ୍ଗୀର ଜିଲ୍ଲା ବିଜେଡିରେ ଉତ୍ସାହର ମାହୋଲ


ଟିଟିଲାଗଡ଼/ ଭୂମିସୁତା ବିଶି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ହେବା ପରେ ଏବେ ବିଜେଡି ରେ ଉତ୍ସାହ ର ମାହୋଲ ଦେଖାଦେଇଛି l ଦଳର ସୁପ୍ରିମୋ ଙ୍କ ଉପସ୍ଥିତି ଏବେ ଦଳୀୟ କର୍ମୀ ନେତା ତଥା ପ୍ରାର୍ଥୀ ଙ୍କ ମନରେ ଉତ୍ସାହ ଭରିବା ସହ ଆହୁରି ଦଳକୁ ମଜବୁତ କରିବ ବୋଲି ଏବେ ଠାରୁ ବିଭିନ୍ନ ରାଜନୈତିକ ବିଶାରଦ ମାନେ ଏବେ ଠାରୁ ପ୍ରମାଦ ଗଣିବାକୁ ଲାଗିଲେଣି l ଗୋଟିଏ ପଟେ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ,ଏହି ଅବସରରେ ଆଜି ବଲାଙ୍ଗୀର ଜିଲ୍ଲା ବିଜେଡି ଦଳ ତରଫରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା l ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ତଥା ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ପ୍ରମୁଖ ସଇଁତଲା ରେ ରୋଡ଼ ସୋ ମଧ୍ୟମରେ ଶକ୍ତି ପ୍ରଦର୍ଶନ କରିବା ସହ ଏକ ମିଶ୍ରଣ ପର୍ବ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳନ କରିଥିଲେ l କଣ୍ଟାବାଞ୍ଜି ଅଞ୍ଚଳ ରେ ରକ୍ତଦାନ ଶିବିରରେ ପାଟଣାଗଡ ବିଧାୟକ ପ୍ରାର୍ଥୀ ସରୋଜ ମେହେର, ପୂର୍ବତନ ବିଧାୟକ ହାଜିମହମ୍ମଦ ଆୟୁବ ଖାନ, ଫିରୋଜ ଖାନ ପ୍ରମୁଖ ରହିଥିବା ବେଳେ ମୁରିବାହାଲ ଅଂଚଳ ରେ ବିଜେଡି ପରିମଳ ବ୍ୟବସ୍ଥା ସୁଧାର ଆଣିବା ସହ ଦଳୀୟ କର୍ମୀ ମାନଙ୍କୁ ନେଇ ସଚେତନ ସଭା ମାନ ଆୟୋଜନ କରିଥିଲେ ବିଜେଡି ବରିଷ୍ଠ ନେତା ତଥା ବଲାଙ୍ଗୀର ଜିଲ୍ଲା ର ପରିଚିତ ସମାଜସେବୀ ହାଁସରାଜ ଜୈନ l ଏମିତି ଏକ ଘଡି ସନ୍ଧି ମୁହୂର୍ତ୍ତ ରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିଜେ ପ୍ରାର୍ଥୀ ହେବା ଘୋଷଣା କରିବା ପରେ ଏବେ ଏକ ପ୍ରକାର ରାଜନୈତିକ କ୍ଷେତ୍ରରେ ହଟ ଚମଟ ସୃଷ୍ଟି ହୋଇଛି l ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପରେ ଏବେ ସମଗ୍ର ବଲାଙ୍ଗୀର ଜିଲ୍ଲାର ପ୍ରାର୍ଥୀ ମାନଙ୍କୁ ଆହୁରି ଉତ୍ସାହ ଭରିବା ସହ ସାଧାରଣ ଜନତା ମଧ୍ୟ ଏବେ ଫୋକସରେ ରହିଛନ୍ତି l ଆଜି କଣ୍ଟାବାଞ୍ଜି ରେ ବିଜେଡି କର୍ମୀ ମାନେ ଉତ୍ସାହର ସହ ଧୁମ ଧାମ ରେ ଫୋଟକା ଫଟାଇ ସ୍ୱାଗତ କରିଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁ l ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର, କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନ l କଣ୍ଟାବାଞ୍ଜି ବିଜେଡି ଦଳର ଟାଣୁଆ ନେତା ହାଁସରାଜ ଜୈନ ପ୍ରମୁଖ ସ୍ୱାଗତ ଜଣାଇବା ସହ ବଲାଙ୍ଗୀର ଜିଲ୍ଲା ଆଗକୁ ରାଜ୍ୟର ଏକ ବିକଶିତ ଜିଲ୍ଲା ହେବା, କଣ୍ଟାବାଞ୍ଜି, ଟିଟିଲାଗଡ଼ ଅଞ୍ଚଳ ରେ ଆହୁରି ବିକାଶ ମୂଳକ କାର୍ଯ୍ୟକ୍ରମ ଜାରି ରହିବା ସହ ପଶ୍ଚିମ ଓଡିଶା ରେ ବିଜେଡି ତାର ଦବଦବା ଜାହିର କରିବାକୁ ମାଷ୍ଟର ଷ୍ଟ୍ରୋକ ଖେଳିଥିବା କୁହାଯାଉଛି l

0
0
0
s2sdefault