ହେଡଲାଇନସ୍:

ମୁକୁଙ୍କ ସମାଲୋଚନାର ପାଲଟା ଜବାବ ଦେଲେ ବବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ଲଗାତାର ଟାର୍ଗେଟ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଲଟା ଜବାବ ଦେଇଛନ୍ତି ସମ୍ବଲପୁର ଆସନରେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ | ବିଜୁ ଏକ୍ସପ୍ରେସ ୱେ ଓ ଏନଏଚ-୫୫ର ଏକ ଚିତ୍ର ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାମ ଭିତରେ ଫରକ କଣ ତାହା ବୁଝେଇଦେଇଛନ୍ତି ମୁକୁକୁ ବିଜେଡି ନେତା ବବି |
ତାଙ୍କ ଟୁଇଟରେ ସେ କହିଛନ୍ତି "@dpradhanbjp  ଭାଇ, ଏହି ଦୁଇଟି ଫଟୋକୁ ଟିକେ ଭଲ ଭାବେ ଦେଖନ୍ତୁ।

Image

ଫଟୋ – ୦୧ :
ଏହା ବିଜୁ ଏକ୍ସପ୍ରେସ ୱେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ, ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା

ଫଟୋ – ୦୨ :
ଏହା ଏନଏଚ-୫୫, ୧୦ ବର୍ଷ ହେଲା କାମ ସରୁନି

ଧର୍ମେନ୍ଦ୍ର ଭାଇ, ଏନଏଚ-୫୫ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ଅଂଚଳବାସୀ, ନିର୍ଦ୍ଦିଷ୍ଟ ଭାବେ ସମ୍ବଲପୁରବାସୀଙ୍କ ମନରେ ଥିବା କ୍ଷୋଭକୁ ମୁଁ ଅନୁଭବ କରିପାରୁଛି।"

0
0
0
s2sdefault