ହେଡଲାଇନସ୍:

ତିନି ରାଜ୍ୟ ସୀମାନ୍ତ ଜାମଶୋଳା ରେ ଚୋରାବାଲି ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଝାରପୋଖରିଆ ପୋଲିସ।।।।।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ::( ଶାସକ ପ୍ରଶାସକ) ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ତିନି ରାଜ୍ୟ ସୀମାନ୍ତ ଜାମଶୋଳା ନିକଟରୁ ଗୋଟିଏ ବେନିୟମ ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କଲା ଝାରପୋଖରିଆ ପୋଲିସ । ସୂଚନା ମୁତାବକ ଝାରପୋଖରିଆ ପୋଲିସ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ବାଲି ଘାଟ ଗୁଡ଼ିକରୁ ଚୋରା ବାଲି ଚାଲାଣ ଉପରେ ରୋକ ଲଗାଇ ଥିବା ବେଳେ ଜମଶୋଳା ବାଲିଘାଟରୁ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ଜାରି ରହିଥିଲା । ତେବେ ପୋଲିସ ସକାଳ ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଜାମଶୋଳା ଅଞ୍ଚଳରୁ ଟ୍ରାକ୍ଟର ଯୋଗେ ବେନିୟମ ଭାବରେ ବାଲି ଚାଲାଣ ହେଉଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଚଢାଉ କରି OD11 V6324 ନମ୍ୱର ବିଶିଷ୍ଟ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ଟ୍ରାକ୍ଟର ଚାଳକ ଜଣଙ୍କୁ ଗିରଫ କରି ଥାନାକୁ ଆଣି ଅଟକ ରଖିଥିଲେ । ଚାଳକ ଜଣକ ହେଲେ ସ୍ଥାନୀୟ କୁଅଁରଡିହି ଗ୍ରାମର ଵକା ସିଂ ବୋଲି ଜଣା ପଡିଥିବା ବେଳେ ଝରପୋଖରିଆ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଥାନା କେଶ ନମ୍ବର ୮୭/୨୪ ରେ ଏକ ମାମଲା ରୁଜୁ କରି ଚାଳକ ଜଣଙ୍କୁ କୋର୍ଟ ଚାଲାଣ କରିଛି । ମୟୂରଭଞ୍ଜ,ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

0
0
0
s2sdefault