ହେଡଲାଇନସ୍:

ଜଳ ହିଁ ଜୀବନ , ଜଳ ସୁରକ୍ଷା ଜୀବନ ରକ୍ଷା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ଏବଂ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମିଳିତ ଆନୁକୁଲ୍ୟେ ପାରଳାଖେମୁଣ୍ଡି ସ୍ଥିତ ରାଜବାଟି ସାମ୍ନାରେ ଏକ ଜଳଛତ୍ର ହରିମୋହନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି।
ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ.ଭାରତୀ ପାଣିଗ୍ରାହୀ , ତନୁଜା ଶତପଥୀ (ସମ୍ପାଦିକା , ପ୍ରଗତି) , ବିଚିତ୍ରାନନ୍ଦ ବେବର୍ତ୍ତା , ଲୋକନାଥ ମିଶ୍ର , (ୟୁ.ଟେକ୍,ପରିଚାଳକ) ଲିଙ୍ଗରାଜ ପାଣିଗ୍ରାହୀ , (ହେଲ୍ପ) ଭାଗବତ ପାଢ଼ୀ , ମୁରଲୀଧର ପରିଚ୍ଛା , ମାନସୀ ପଣ୍ଡା , ଶରତ ପ୍ରଧାନ , ଜସ୍ଵିନ ଶେଖ୍ , ପ୍ରଫୁଲ୍ଲ ବେବର୍ତ୍ତା , ମୀନା ଖଡଗରାଇ , କବିତା ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ।
ଜଳ ହିଁ ଜୀବନ , ଜଳ ସୁରକ୍ଷା ଜୀବନ ରକ୍ଷା ନାରା ଦିଆଯାଇ ପଥିକଙ୍କୁ ଚେତାବାଣୀ ଦିଆଯାଇଥିଲା। ଏଇ ସେବା ଜୁନ ୧୫ ଯାଏଁ ଚାଲୁ ରହିବ ବୋଲି ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ କହିଛନ୍ତି।

0
0
0
s2sdefault