ହେଡଲାଇନସ୍:

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ -କାଶୀପୁର ବ୍ଲକ ପୋଡାପାଡି ପଂଚାୟତ ଅନ୍ତର୍ଗତ ପୋଡାପାଡି ଗ୍ରାମର ଧର୍ମପରାୟଣ ବ୍ୟକ୍ତି ତଥା ବିଜୁ ଜନତା ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଦୟାନିଧି ଖସଲାଙ୍କର ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ମୃତ୍ୟୁ ଘଟିଛି |
ଦୁଇଦିନ ତଳେ ଦେହ ଅସୁସ୍ଥ ହେବାରୁ ପ୍ରଥମେ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି ।ମୃତ୍ୟୁ ଖବର ଶୁଣି ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।ମୃତ୍ୟୁବେଳକୁ ପାଖରେ ତାଙ୍କ ଭାଇ ,ଦୁଇପୁଅ,ପୁତୁରା ଓ ଜ୍ୱାଇଁ ଉପସ୍ଥିତ ଥିଲେ । ସେ ଜଣେ ପରପକାରୀ, ଧର୍ମପରାୟଣ, ମିଷ୍ଟାଭାସି ବ୍ୟକ୍ତି ଥିଲେ।

0
0
0
s2sdefault