ହେଡଲାଇନସ୍:

ସମୁଦ୍ର ବେଳାଭୂମିରୁ ମୃତ ଡଲଫିନ ଉଦ୍ଧାର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ/ଦୁଃଶାସନ ନାୟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପିର ଜାହାନିଆଁ ବେଳାଭୂମିରୁ ଉଦ୍ଧାର ହୋଇଛି ମୃତ ଡଲଫିନ । କୌଣସି କାରଣରୁ ଡଲଫିନଟି ମୃତ୍ୟୁବରଣ କରିବାପରେ ପିର ବେଳା ଭୂମିରେ ଲାଗିଥିଲା । ବେଳାଭୂମିକୁ ଆସିଥିବା ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକ ମୃତ ଡଲଫିନ କୁ ଦେଖିବାପରେ ନିକଟ ବନ ବିଭାଗ କାର୍ଯ୍ୟାଳୟ କୁ ଖବର ଦେଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଡଲଫିନ ଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ । ଡଲଫିନ ଟି ବେଶୀ ବଡ ହୋଇ ନ ଥିଲେ ମଧ୍ୟ ତାର ଦାନ୍ତ ଉଠି ଥିବାରୁ ସେ ତିନି ବର୍ଷର ବୋଲି ବନ ବିଭାଗ ପ୍ରକାଶ କରିଛି । ଡଲଫିନ ଶରୀର ପୁରା ଚକୋଲେଟ୍ କଲର ସହ ପ୍ଲାଷ୍ଟିକ ଭଳି ଶରୀର ଓ ଚିକାଣ ଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ ର ସ୍ଥାନୀୟ ଫରେଷ୍ଟର ବଳରାମ ସହୁ, ଅସ୍ତରଙ୍ଗ ପଶୁ ଚିକିତ୍ସା ଅଧିକାରୀ ଶ୍ରୀ ଇତିଶ୍ରୀ ପ୍ରଧାନ ଙ୍କୁ ଡକାଇ ତାର ପୋଷ୍ଟମର୍ଟମ କରିବା ପରେ ଡଲଫିନ କୁ ପୋତି ଦିଆଯାଇ ଏକ ଅପ ମୃତୁ ମାମଲା ବନ ବିଭାଗ ରୂଜ କରିଛି ।

0
0
0
s2sdefault