ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମର ଜୀବିକା ସମୃଦ୍ଧି ପ୍ରକଳ୍ପ ଝାରସୁଗୁଡ଼ାରେ ସ୍ମାର୍ଟ କୃଷି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା: ଓଡ଼ିଶାର ଝାରସୁଗୁଡ଼ାରେ ଜୀବିକା ସମୃଦ୍ଧି ପ୍ରକଳ୍ପ ବେଦାନ୍ତ ଆଲୁମିନିୟମର ଏକ କୃଷି ଭିତିକ ସ୍ଥାୟୀ ଜୀବିକା ନିର୍ବାହ ପଦକ୍ଷେପ ଆଜି ଅଂଚଳର ଚାଷୀମାନଙ୍କୁ ସ୍ମାର୍ଟ ଉଦ୍ୟୋଗୀ ଭାବେ ପରିଣତ କରି କୃଷିର ସ୍ଥାୟୀ ତଥା ଅଭିନବ ପଦ୍ଧତି ପ୍ରଚଳନ କରିଛି ।
ଜୀବିକା ସମୃଦ୍ଧି ପ୍ରକଳ୍ପର ଚିନ୍ତାଧାରା ସୁଦୂର ପ୍ରସାରୀ । ଜଳବାୟୁ ସ୍ମାର୍ଟ କୃଷି ଅଭ୍ୟାସ ଓ ସହଯୋଗି ହସ୍ତକ୍ଷେପ ଦ୍ୱାରା ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦୦ରୁ ଅଧିକ ଚାଷୀଙ୍କ ଜୀବନରେ ପରିବର୍ତନ ଆସିଛି । ବର୍ତମାନ ତୃତୀୟ ପର୍ଯ୍ୟାୟରେ ଜିଲ୍ଲାରେ ପରମାଣପୁର,କୁମୁଦାପାଲୀ ଓ ଡାଲକି ଗାଁରେ ଆଉ ୫୦୦ ପରିବାରକୁ ସଶକ୍ତ କରିବା ଲକ୍ଷ୍ୟ ରଖିଛି ।

ଉତମ ଉତ୍ସ ସହ କୃଷକମାନଙ୍କୁ ସଶକ୍ତ କରିବା
ଗ୍ରାମୀଣ କୃଷକମାନଙ୍କ ପାଇଁ କୃଷି କ୍ଷେତ୍ରରେ ଦେଖାଦେଉଥିବା ସବୁ ପ୍ରକାର ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତି ସହ ଅନୁର୍ବର ଜମିକୁ ଉର୍ବର କରିବା ଓ ସ୍ଥିର ଫସଲ ଅମଳକୁ ନିଶ୍ଚିତ କରିବା ପାଇଁ ମାର୍ଗଦର୍ଶନ ଦିଆଯାଉଛି ।
ଜୈବ କୃଷି ଉପରେ ଧ୍ୟାନ ଦେଇ ଭର୍ମି କଂପୋଷ୍ଟ ବ୍ୟାଙ୍କ ସ୍ଥାପନ ଓ ମାଟିର ଉର୍ବରତା ବୃଦ୍ଧି ପାଇଁ ବାୟୋ ଖତ ଭଳି ଅଭ୍ୟାସ ଉପରେ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି । ଅଧିକନ୍ତୁ ଏହି କାର୍ଯ୍ୟ କୃଷି ପ୍ରକଳ୍ପକୁ ଉତ୍ସାହିତ କରୁଛି । ମାଛ ଚାଷକୁ ପାରଂପାରିକ କୃଷି ସହ ଏକୀକୃତ କରି କୃଷକମାନେ ନୂଆ ବଜାର ସୃଷ୍ଟି କରିପାରୁଛନ୍ତି ।
ଏହା ବ୍ୟତୀତ ବିଶେଷଜ୍ଞଙ୍କ ଉପଯୁକ୍ତ ତାଲିମ ଓ ଏକ୍ସପୋଜର ପରିଦର୍ଶନ କୃଷକମାନଙ୍କୁ ସ୍ମାର୍ଟ ଜଳବାୟୁ ସଂପର୍କରେ କୃଷି ଅଭ୍ୟାସ ଜରୀଆରେ ସଶକ୍ତ କରୁଛି । କେବଳ କୃଷି ଉତ୍ପାଦନ ନୁହେଁ ବରଂ ଗାଁରେ ଚାଷୀମାନଙ୍କ ପାଇଁ ପରିବେଶ ସି୍ଥରତା ଓ ଅର୍ଥନୈତିକ ସମୃଦ୍ଧି ଆଣିବାରେ ସାହାଯ୍ୟ କରୁଛି ।
ପ୍ରଚୁର ଅମଳ
ଜୀବିକା ସମୃଦ୍ଧିର ଅଂଶ ସ୍ୱରୂପ କୃଷକମାନେ ବର୍ଷ ବର୍ଷ ଧରି ଚାଷ କାମରେ ନିୟୋଜିତ ରହି ଜଳସେଚନ ସୁବିଧା ଯୋଗୁଁ ବର୍ଷା ଉପରେ ନିର୍ଭର ନକରି ବିଭିନ୍ନ ଫସଲ ଉତ୍ପାଦନ କରୁଛନ୍ତି । ଧାନ ଚାଷ ଓ ନଗଦ ଫସଲ ପଦ୍ଧତି ଯୋଗୁଁ ଉତ୍ପାଦନ ବୃଦ୍ଧି ହୋଇଛି କୃଷକଙ୍କ ମାସିକ ଆୟ ବଢିଛି । ଏହି ପ୍ରକଳ୍ପ ଯୋଗୁଁ ୭୭% କୃଷକଙ୍କ ୫୦% ଆୟ ବଢାଇବାରେ ସାହାଯ୍ୟ କରିଛି ।
ଏହି ପ୍ରକଳ୍ପ ସହିତ ଜଡ଼ିତ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ମନୋରଂଜନ ନନ୍ଦ କହିଛନ୍ତି ଯେ ଜୀବିକା ସମୃଦ୍ଧି ଯୋଜନା ଦ୍ୱାରା ବହୁ ସଂଖ୍ୟକ ଚାଷୀ ଉନ୍ନତ ଚାଷ ପ୍ରଣାଳୀ ଓ ଜଳର ଉତମ ଉପଯୋଗ କରି ଲାଭବାନ ହୋଇ ପାରୁଛନ୍ତି । ମୁଁ ଆଶା କରୁଛି ଏହି ଅଭ୍ୟାସ ଦ୍ୱାରା ସେମାନେ ଭବିଷ୍ୟତରେ ନିଜର ସମୃଦ୍ଧି କରିପାରିବେ ।
ଏକ ସବୁଜ ଭବିଷ୍ୟତ ଉଦ୍ଦେଶ୍ୟରେ ପଦକ୍ଷେପ
ଜୀବିକା ସମୃଦ୍ଧି ପଦକ୍ଷେପ ବେଦାନ୍ତ ଆଲୁମିନିୟମର ଏକ ଭବିଷ୍ୟତ ଅଭିମୁଖୀ ପଦକ୍ଷେପ ଏହା କେବଳ ଜୀବନ ଓ ଦୃଶ୍ୟପଟକୁ ପରିବର୍ତନ କରେ ନାହିଁ ବରଂ ଏହି ପ୍ରକଳ୍ପର ପ୍ରଭାବ କୃଷି ଠାରୁ ଅଧିକ ସମୃଦ୍ଧି ଆଣିବାରେ ସହାୟକ ହୋଇଛି ।

0
0
0
s2sdefault