ହେଡଲାଇନସ୍:

ବଦଳିଲେ ପୁରୀ ଜିଲ୍ଲାପାଳ; ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନୂଆ ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ (ଅନିମେଶ ପଟ୍ଟନାୟକ): ପୁଣି ବଦଳିଲେ ପୁରୀ ଜିଲ୍ଲାପାଳ। ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଯାଗା ନେଇଛନ୍ତି ଆଇଏଏସ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଏ ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବୁଧବାର ବଦଳିଛନ୍ତି ୩ ଜିଲ୍ଲାର ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ଭାବେ ନୂତନ କରି ଦାୟିତ୍ବ ନେଇଥିବା ବିଜୟ କୁମାରଦାଶଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କଟକ ମହାନଗର ନିଗମ କମିଶନର ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି । ଅନ୍ୟପଟେ ବିଜୟଙ୍କୁ କଟକ ମହାନଗର ନିଗମ କମିଶନର ଭାବେ ବଦଳି କରାଯାଇଛି । ସେପଟେ ସିଦ୍ଧାର୍ଥଙ୍କୁ କଟକ ଡେଭେଲପମେଣ୍ଟ ଅଥରିଟି (ସିଡିଏ)ର ଭାଇସ୍ ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ଯ ମିଳିଛି ।

ଅନୁରୁପ ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ଆଶିଶ ଥାକରେଙ୍କୁ ବାଲେଶ୍ବର ଜିଲ୍ଲାପାଳ, ବାଲେଶ୍ବର ଜିଲ୍ଲାପାଳ ଦତ୍ତତ୍ରୟ ଭାଉସାହେବ ସିନ୍ଦେଙ୍କୁ ମୟୁରଭଞ୍ଜର ନୂଆ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

0
0
0
s2sdefault