ହେଡଲାଇନସ୍:

ପଦ୍ମପୁର ଡ଼ିଗ୍ରୀ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା କ୍ଳବ୍ ଗଠନ କରାଯାଇ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ସଭାପତିତ୍ବରେ ଆତ୍ମସୁରକ୍ଷା ଶିବିର ଉଦ୍‌ଘାଟିତ ହେଲା। ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଓ ସହ ସଂଯୋଜିକା ସୁଶ୍ରୀ ସଂଗୀତା ଗୌନ୍ତିଆ ପରିଚାଳନା କରିଥିଲେ। ପୁରାତନ ଛାତ୍ରୀ ସୁଶ୍ରୀ ଗୀତା ପୁରୋହିତ, ଅଧ୍ୟାପିକା ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଶ୍ରୀମତୀ ମଧୁମିତା ପଧାନ, ସୁଶ୍ରୀ ସୋନିଆ ମେହେର ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଶିକ୍ଷିକା ସୁଶ୍ରୀ ଶ୍ରୁତି ମହାନ୍ତି ଓ ସୁଶ୍ରୀ ଦୀପାଞ୍ଜଳୀ ଦୀପ ଉପସ୍ଥିତ ରହିଥିଲେ ।

0
0
0
s2sdefault